ଆଜିଠାରୁ ପୁରା 2 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି 5 ଟି ରାଶି ପାଇଁ ଖୋଲିଦେବେ କୁବେର ଖଜାନା, ହେବ ଭାଗ୍ୟୋଦୟ

ଆମ ଜ୍ୟୋତିଷ ଶାସ୍ତ୍ର ରେ ଶନି ଗ୍ରହକୁ ପାପୀ ଗ୍ରହ ବୋଲି କୁହା ଯାଇଥାଏ । ଶନିଦେବଙ୍କୁ କ୍ରୋଧ ର ଗ୍ରହ ମଧ୍ୟ କୁହଯାଏ । ଯଦି କୌଣସି ରାଶିର ବ୍ୟକ୍ତିଙ୍କ ଜାତକ ରେ ଶନି ଗ୍ରହ ଖରାପ ସ୍ଥାନରେ ରହିଥାନ୍ତି ତେବେ ସେହି ବ୍ୟକ୍ତିକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ତେବେ ସର୍ବଦା  ଶନି ଦେବ ନିଜର କୋପ ଦୃଷ୍ଟି ପକାଇ ନ ଥାନ୍ତି । ଶନିଦେବ ଯଦି କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ସେହି ବ୍ୟକ୍ତି ଅନେକ ସଫଳତା ଓ ଉନ୍ନତି ପାଇଥାଏ ।

ତେବେ ହିନ୍ଦୁ ଧର୍ମ ରେ କୁହାଯାଇଛି କି ଶନିଦେବଙ୍କୁ ପ୍ରସନ୍ନ କରିବା ଏତେ ସହଜ ହୋଇ ନ ଥାଏ । ତେବେ ଗଣନା ଅନୁସାରେ ଆଜି ରାତି ଠାରୁ ୨୧ ବର୍ଷ ଯାଏ ଶନିଦେବଙ୍କ କୃପା କିଛି ରାଶିର ଜାତକଙ୍କ ଉପରେ ରହିବାକୁ ଯାଉଛି । ପ୍ରଥମ ରାଶି ହେଉଛି ମେଷ ରାଶି – ଆଜି ରାତି ଠାରୁ ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତି ରେ ଶୁଭ ପରିବର୍ତ୍ତନ ଦେଖାଯିବ। ଆପଣଙ୍କର ଆଜି ଠାରୁ ଅନେକ ଭଲ ସମୟ ର ଆରମ୍ଭ ହୋଇଛି । ଆପଣଙ୍କୁ ଆୟର ନୂଆ ନୂଆ ସ୍ରୋତ ମିଳିବ। ଆପଣଙ୍କୁ ନିଜର ସନ୍ତାନଙ୍କ ଠାରୁ କିଛି ଶୁଭ ସମାଚାର ମିଳିପାରେ ।

ଦ୍ଵିତୀୟ ରାଶି ହେଉଛି କର୍କଟ ରାଶି – ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ଘର ପରିବେଶ ସୁଖ ଓ ଶାନ୍ତିରେ ରହିବ । ଘରେ କୌଣସି କ୍ଳେଶ , ଝଗଡା ଆଦି ଲାଗି ରହିଥଲେ ତାହା ବହୁତ  ଶୀଘ୍ର ଦୂର ହେବ । ଆପଣଙ୍କର ଯଦି କୌଣସି ସ୍ଥାନରେ ଟଙ୍କା ଫସି ଯାଇଥାଏ ତେବେ ସେହି ଟଙ୍କା ଆପଣଙ୍କୁ ଏହି ସମୟ ମଧ୍ୟରେ ମିଳିଯିବ।

ଯେଉଁମାନେ ପ୍ରେମ ସମ୍ପର୍କ ରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅନେକ ଶୁଭ ଅଟେ । ଛାତ୍ରଛାତ୍ରୀ ମାନେ ଅଳ୍ପ ପରିଶ୍ରମ ଦ୍ୱାରା ବହୁତ ଭଲ ଫଳ ପ୍ରାପ୍ତ ହେବ। ତୃତୀୟ ରାଶି ହେଉଛି କନ୍ୟା ରାଶି – ଏହି ରାଶିର ଲୋକଙ୍କର ୨୧ ବର୍ଷ ପରେ ଭାଗ୍ୟ ଉଦୟ ହେବାକୁ ଯାଉଛି । ଆପଣଙ୍କର ଅଧିକ  ଧନ ଲାଭର ଯୋଗ ଅଛି । ପରିବାରରେ ସୁଖ ଓ ଶାନ୍ତିର ଆଗମନ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

 ଚତୁର୍ଥ ରାଶି ହେଉଛି ମକର ରାଶି – ଆପଣଙ୍କ ର ଆଜିଠାରୁ ଶୁଭ ସମୟ ର ଆରମ୍ଭ ହେବ। ନିଜର ପୁରୁଣା ବନ୍ଧୁଙ୍କ ସହ ଆପଣ ସାକ୍ଷାତ କରିପାରନ୍ତି। ଧନ ଲାଭ ର ଯୋଗ ଅଛି । କୌଣସି ନୂଆ ଘର ବା ଗାଡି ଆପଣ କିଣି ପାରନ୍ତି । ପଞ୍ଚମ ରାଶି ବା ଶେଷ ରାଶି ଟି ହେଉଛି କୁମ୍ଭ ରାଶି –  ଗ୍ରହ ମାନଙ୍କର ମହାସଂଯୋଗ ର ଫଳ  ଏହି ରାଶିର ଜାତକଙ୍କୁ ଅନେକ ଶୁଭ ମିଳିବ । କାର୍ଯ୍ୟ ରେ ସଫଳତା ମିଳିବ। ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ତେବେ ଏହି ପାଞ୍ଚଟି ରାଶିଙ୍କୁ ମିଳିବ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଶନି ଦେବଙ୍କ କୃପା ।

Leave a Reply

Your email address will not be published. Required fields are marked *