ଚଳିତ ବର୍ଷ ମେ ମାସ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଛି । ଏହି ତିଥିକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଶାସ୍ତ୍ର ଅନୁସାରେ ଏହିଦିନ ଦାନଧର୍ମ କରିବା ଦ୍ଵାରା ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ । କୌଣସି କାର୍ଯ୍ୟର ଆରମ୍ଭ ପାଇଁ ଏହି ଦିନ ବହୁତ ଶୁଭ ହୋଇଥାଏ । ତେବେ ରାଶି ଅନୁସାରେ ଏହିଦିନ କିଛି ବିଶେଷ ଜିନିଷ କ୍ରୟ କରିବା ଦ୍ଵାରା ଦ୍ଵିଗୁଣା ପୁଣ୍ୟ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ରାଶି ଅନୁସାରେ କେଉଁ ଜିନିଷ କିଣିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।
ମେଷ ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନରେ ଚାଉଳ କିଣିବା ବହୁତ ଶୁଭ ହୋଇଥାଏ, ଏହା ଦ୍ୱାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ ଏବଂ ଧନର ଅଭାବ ହୋଇନଥାଏ ।
ବୃଷ ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନରେ ନାଲି ରଙ୍ଗର ବସ୍ତ୍ର କିଣନ୍ତୁ । ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ଆପଣଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।
ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନ କିଛି ସୁନା ଜିନିଷ କିଣନ୍ତୁ । ଏହା ଦ୍ବାରା ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ ।
କର୍କଟ ରାଶି:- ଏହି ରାଶିର ବ୍ୟକ୍ତି ଏହି ପବିତ୍ର ଦିନରେ କୌଣସି ଠାକୁରଙ୍କ ମୂର୍ତ୍ତି କିଣନ୍ତୁ । ଏହା ଦ୍ବାରା ଆପଣଙ୍କ ଉପରେ ସଦା ସର୍ବଦା ଭଗବାନ ଙ୍କ ଆଶୀର୍ବାଦ ରହିବ ।
ସିଂହ ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନ କୌଣସି ଏକ ଫଳ ଆଣି ଗରିବ ମାନଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ଦୁର ହେବ ।
କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନରେ ଆପଣ ମାନେ ଚାଉଳ ଓ କ୍ଷୀର ଅବଶ୍ୟ କିଣନ୍ତୁ । ଆପଣଙ୍କ ଘରେ ମା ଲକ୍ଷ୍ମୀ ବିରାଜମାନ ହେବେ । କ୍ଷୀର ଚାଉଳରେ ଖିରୀ ବନେଇ ଆପଣ ଖାଇ ପାରିବେ ।
ମକର ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନ କିଛି ତମ୍ଭା ତ ପାତ୍ର କିଣନ୍ତୁ । ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ନେଇ ଆସିବ ।
ତୁଳା ରାଶି:- ଏହି ରାଶିର ବ୍ୟକ୍ତି ପୂଜାରେ କଳା ତିଳ ଆଣି ପୂଜା କରନ୍ତୁ । ଏହା ଦ୍ବାରା ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ ।
ବିଛା ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନରେ କିଛି ହଳଦୀ କିମ୍ବା ମୁଗ କିଣିଆଣନ୍ତୁ ଏହା ବହୁତ ଶୁଭ ହୋଇଥାଏ ।
ଧନୁ ରାଶି:- ଏହି ରାଶିର ବ୍ୟକ୍ତି ଏହି ପବିତ୍ର ଦିନରେ କିଛି କଦଳୀ କିଣି ତାହାକୁ ପର ଦିନ ସକାଳୁ ଖାଇଦିଅନ୍ତୁ ଦେଖିବେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ।
କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ଏହି ଦିନ ଦହି କିମ୍ବା କ୍ଷୀର କିଣନ୍ତୁ ଏବଂ ମନ୍ଦିରରେ ଦାନ କରନ୍ତୁ । ଦେଖିବେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।
ମୀନ ରାଶି:- ଏହି ରାଶିର ବ୍ୟକ୍ତି କୌଣସି ରୂପା ଜିନିଷ କିଣନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କୁ ଧନର ଅଭାବ ହେବନାହିଁ । ତେବେ ବନ୍ଧୁଗଣ ଆପଣଙ୍କ ରାଶି କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।