୨୩ ଏପ୍ରିଲ ( ଅକ୍ଷୟ ତୃତୀୟା ) କରନ୍ତୁ ଏହି ମହାଉପାୟ ପୁରା ବର୍ଷ ଜମିକୀ ଟଙ୍କା ଆସିବ…

ବନ୍ଧୁଗଣ ବୈଶାଖ ମାସ ତୃତୀୟା ପକ୍ଷ ଶୁକ୍ଳ ତିଥି ହେଉଛି ଅକ୍ଷୟ ତୃତୀୟା । ବର୍ଷକ ଭିତରେ ଏଭଳି ଦିନ କେବେ ବି ଆସେ ନାହି । ଏହି ଦିନ ଚାଷୀ କାର୍ଯ୍ୟର ଶୁଭାରମ୍ଭ କରାଯାଏ । ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ କାମର ଆରମ୍ଭ ହୋଇଥାଏ । ଏହି ଦିନ ଚନ୍ଦନ ଯାତ୍ରାର ଆରମ୍ଭ ହୋଇଥାଏ । ଏହି ଦିନ ଭଗବାନ ବିଶୁଣୁ ପର୍ଶୁରାମ ଅବତାର ନେଇଥିଲେ ।

ଏହି ଦିନ କିଛି ଉପାୟ କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ବିସ୍ତାର ଭାବେ । ୧- ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି କଳହ ଲାଗି ରହୁଛି ତେବେ ଅକ୍ଷୟ ତୃତୀୟା ଦିନ ଭଗବାନ ଶ୍ରୀ କୃଷ୍ଣ, ବିଶୁଣୁ, ଜଗନ୍ନାଥ ଙ୍କୁ ଚନ୍ଦନ ଲାଗି କରନ୍ତି ତେବେ ସବୁ ସମସ୍ଯା ଦୂର ହୋଇଥାଏ । ପରିବାରରେ ଥିବା ମତଭେଦ ଦୂର ହୋଇଥାଏ ।

୨- ଯଦି ଆପଣ ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚାହୁଁ ଛନ୍ତି ତେବେ ପବିତ୍ର ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀ ଙ୍କ ମନ୍ତ୍ର ଜପ କରନ୍ତୁ । ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ ।

୩- ଅକ୍ଷୟ ତୃତୀୟା ଦିନ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗ କରନ୍ତୁ । ଏହା ପରେ ସ୍ନାନାଦୀ କର୍ମ ସାରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ପରେ ଶୁଦ୍ଧ ପିତଳ ଥାଳିରେ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ସ୍ଵସ୍ତିକ ଚିହ୍ନ ର ଠିକ ଉପରେ ଶୁଭ ଓ ଦକ୍ଷିଣ ପଟେ ଲାଭ ଲେଖନ୍ତୁ । ଶୁଭ ଓ ଲାଭ ମଝିରେ ଶ୍ରୀ ଲେଖନ୍ତୁ । ଏହା ପରେ ୩ଟି ଶବ୍ଦ ଲେଖିଥିବା ଜାଗାରେ ଅଳ୍ପ ଅକ୍ଷତ ରଖନ୍ତୁ ।

ତାପରେ ଆପଣ ଯେଉଁ ସ୍ଵସ୍ତିକ ଚିହ୍ନ ଅଙ୍କନ କରୁଛନ୍ତି ସେଥିରେ ଅକ୍ଷତ ରଖିବେ । ସ୍ଵସ୍ତିକ ଚିହ୍ନର ମିଡିଲ ପଏଣ୍ଟ ରେ କିଛି ଅକ୍ଷତ ରଖିବେ । ଯେଉଁ ଠାରେ ସରେ ଲେଖିଛନ୍ତି ସେଠାରେ ଅକ୍ଷତ ଉପରେ ଗୋଟେ ରୂପା ଟଙ୍କା ଯେଉଁଥିରେ ମା ଅର୍ଣ୍ଣପୂର୍ଣ୍ଣା ଲକ୍ଷ୍ମୀଙ୍କ ଫୋଟୋ ଚିତ୍ର ଥିବ ରଖନ୍ତୁ । ତା ପରେ ୮ଟି ଗୋଲାପ ଫୁଲ ସଂଗ୍ରହ କରନ୍ତୁ ।

ଯେଉଁ ୮ଟି ଜାଗାରେ ଅକ୍ଷତ ଦେଇଥିବେ ସେଠାରେ ୮ଟି ଗୋଲାପ ରଖି ଦିଅନ୍ତୁ । ଯେତେବେଳେ ଆପଣ ଫୁଲ ଅର୍ପଣ କରିବେ ମନେ ରଖନ୍ତୁ ଓମ ଶ୍ରୀ ଲକ୍ଷ୍ମୀ ଦେବାୟୀ ପୁଷ୍ପ ସମର୍ପୟାମି ମନ୍ତ୍ର କୁ ଉଚ୍ଚାରଣ କରିବେ । ତାପରେ ଧୂପ ଅର୍ପଣ କରିବେ । ଯେବେ ଧୂପ ଅର୍ପଣ କରିବେ ସେହି ମନ୍ତ୍ର ରେ ଉଚ୍ଚାରଣ କରିବେ । ଧୂପ ପରେ ଦୀପ ଅର୍ପଣ କରିବେ । ଏହା ପରେ ମାତା ଲକ୍ଷ୍ମୀ ଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ଅଷ୍ଟଲକ୍ଷ୍ମୀ ଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ତାପରେ ସବୁ ସାମଗ୍ରୀକୁ ନାଲି କପଡାରେ ପୁଟୁଳା କରିବା ପରେ ଯେଉଁ ଠାରେ ଟଙ୍କା ରଖୁଛନ୍ତି ସେଠାରେ ରଖନ୍ତୁ । ଦେଖିବେ କେବେ ବି ଧନର ଅଭାବ ହେବ ନାହି ।

Leave a Reply

Your email address will not be published. Required fields are marked *