କେବଳ ଏହି 1 କେବଳ ଆପଣଙ୍କ ଅର୍ଶ ପୁରା ଭଲ କରିବ, ରକ୍ତ ପଡୁଥିଲେ ତୁରନ୍ତ ବନ୍ଦ ହେବ (Piles Home Remedies)

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟରେ ଅର୍ଶ ଏକ ଏଭଳି ସମସ୍ଯା ଯାହା ସବୁ ବୟସ ର ଲୋକ ମାନଙ୍କ ଠାରେ ବହୁଳ ଭାବରେ ଦେଖିବାକୁ ମିଳୁଛି । ଏପରି ରେ ଏହାର ମୁଖ୍ୟ କାରଣ ଆଜିକାଲିର ଆମ ମାନଙ୍କ ଖାଦ୍ୟ ପେୟ ତଥା ଜୀବନ ଶୈଳୀ କୁ କୁହାଯାଉଛି ।ଅର୍ଶ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ରେ ରକ୍ତ ପଡିଥାଏ ତ ଆଉ ଗୋଟିଏ ରେ ରକ୍ତ ପଡି ନଥାଏ । କିନ୍ତୁ ମଳ ଦ୍ଵାର ରେ ମାଂସ ପଡି ଝୁଲି ପଡିଥାଏ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ହୋମ ରେମିଡି ଟିକୁ ନେଇ କରି ଆସିଛୁ ତାହା ଆପଣ ଙ୍କର ଉଭୟ ପ୍ରକାରର ପାଇଲ୍ସ ସମସ୍ଯା କୁ ଦୂର କରି ଦେବ । ଏହାସହ ଆପଣ ଙ୍କୁ ନିଜର ଖାଦ୍ୟ ଉପରେ ମଧ୍ୟ କିଛି ନିୟନ୍ତ୍ରଣ ଆଣିବାକୁ ହେବ । 

ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କର ପ୍ରଥମେ କିଛି ଶୁଦ୍ଧ ଫିଟିକିରି ର ଆବଶ୍ୟକ ପଡିବ । ଏଠାରେ କହି ରଖୁଚୁ କି ବଜାର ରେ ମିଳୁଥିବା ଦାଢି ସେଭିଙ୍ଗ ସମୟରେ ବ୍ୟବହାର କରୁଥିବା ଫିଟିକିରି ର ବ୍ୟବହାର ଆପଣ ଏଠାରେ କରିବେ ନାହିଁ ।

କାରଣ ଏହା ଶରୀର ପାଇଁ ହାନିକାରକ ହୋଇଥାଏ । ବର୍ତ୍ତମାନ ଆପଣ ଏକ ଖଣ୍ଡ ଫିଟିକିରି କୁ ନେଇ ତାହାର କିଛି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ଏହାର ଗୁଣ୍ଡ କୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗ୍ଯାସ ଉପରେ ଏକ ତାୱା କୁ ବସାଇ ନିଅନ୍ତୁ ।

ବର୍ତ୍ତମାନ ଆପଣ ଏଥିରେ ଏକ ଛୋଟ ଫିଟିକିରି ଖଣ୍ଡ କୁ ରଖି ଦିଅନ୍ତୁ । ବର୍ତ୍ତମାନ ଆପଣ ଦେଖିବେ ସେଥିରୁ କିଛି ସମୟ ଧରି କିଛି ବବଲ୍ସ ଆସିବାକୁ ଲାଗିବ । କିଛି ସମୟ ପରେ ଯେତେବେଳେ ବବଲ୍ସ ଆସିବା ବନ୍ଦ ହୋଇଯିବ, ସେତେବେଳେ ଆପଣ ସେହି ତାୱା ଉପରେ ହିଁ ହେମଦସ୍ତା କାଠି ସାହାର୍ଯ୍ୟ ରେ ଚିପି ସେହି ଫିଟିକିରି କୁ ଗୁଣ୍ଡ କରି ନେବେ ।

ବର୍ତ୍ତମାନ ଆପଣ ଙ୍କର ଗୁଣ୍ଡ ବନି ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହି ଗୁଣ୍ଡ କୁ କୌଣସି ଏକ ପାତ୍ର ରେ ଷ୍ଟୋର କରି ମଧ୍ୟ ରଖି ପାରିବେ । ବନ୍ଧୁଗଣ ଅର୍ଶ କୁ ଭଲ କରିବା ପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ର ବିଶେଷ ଭାବରେ ଯତ୍ନ ନେବାକୁ ପଡିବ ।

ଆପଣ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଥିଲେ ପ୍ରଥମେ ସେ ଗୁଡିକୁ ଖାଇବା ବନ୍ଦ କରି ଦିଅନ୍ତୁ । ତାହାସହ ସବୁଜ ପନି ପାରିବା ଓ ଫଳ ର ସେବନ ଅଧିକ ଭାବରେ କରନ୍ତୁ । ଅମୃତଭଣ୍ଡା ର ସେବନ ଅଧିକ ରୁ ଅଧିକ ଭାବରେ କରନ୍ତୁ । ଏ ସବୁ ସହ ପାଣି ର ସେବନ ମଧ୍ୟ ଅଧିକ ରୁ ଅଧିକ ମାତ୍ରା ରେ କରନ୍ତୁ ।

ବର୍ତ୍ତମାନ ଆପଣ ଆଜିର ଏହି ରେମିଡି କୁ ପ୍ରସ୍ତୁତ କରିବା ପାଇଁ ଏକ ପାଚିଲା କଦଳୀ ନେଇ ନିଅନ୍ତୁ । ଏହା ପରେ ଆପଣ ସେହି କଦଳୀ କୁ ମଝିରୁ କିଛି ଅଂଶ କାଟି ତାହାକୁ ମେଲା କରି ନିଅନ୍ତୁ । ବର୍ତ୍ତମାନ ଆପଣ ସେହି ସ୍ଥାନ ରେ ଏକ ଚାମଚ ମହୁ ଓ ଏକ ଚିମୁଟା ଫିଟିକିରି ଗୁଣ୍ଡ କୁ ପକାଇ ଦିଅନ୍ତୁ ।

ଏହାକୁ ଏହିପରି କରି ସେବନ କରିବା ଦ୍ଵାରା ଏହା ଅର୍ଶ ଭଳି ସମସ୍ଯା କୁ ଦୂର କରିବା ପାଇଁ ଖୁବ ଅଧିକ ସହାୟକ ହୋଇଥାଏ । ଯଦି ଆପଣ ଙ୍କର ଅର୍ଶ ଭଳି ସମସ୍ଯା ବହୁ ପୁରୁଣା ହୋଇଥାଏ, ତେବେ ଆପଣ ଏହାକୁ ଦିନକୁ ଦୁଇଥର ଏହିପରି କରି ସେବନ କରି ପାରିବେ।

ମାତ୍ର 3 ରୁ 4 ଦିନ ଧରି ଆପଣ ଏହାର ସେବନ କରି ଏହାର ପରିଣାମ ଦେଖିବାକୁ ପାଇ ପାରିବେ। ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *