ଅର୍ଶ ( Piles ) ଶୁଖି କି ଝଡିଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ପାଇଲସ ବା ଅର୍ଶ ଭଳି ସମସ୍ୟା ଅନେକ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି । ଏବଂ ଏହା ଥରେ ହେବା ଦ୍ବାରା ଆପଣଙ୍କୁ ମଳତ୍ୟାଗ କରିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ ଏବଂ ଉଠିବା ବସିବା ମଧ୍ୟ ଆପଣଙ୍କୁ କଷ୍ଟ ଅନୁଭବ ହୋଇଥାଏ । ବନ୍ଧୁଗଣ ଅର୍ଶ ହେବାର ଅନେକ ପ୍ରକାରର କାରଣ ହୋଇପାରେ କିନ୍ତୁ ମୁଖ୍ୟ ଯଦି ଆପଣଙ୍କ ପେଟରେ ଗ୍ୟାସ ହୁଏ ବା ଆପଣଙ୍କ ପଟରେ ଖାଦ୍ୟ ଠିକ ଭାବରେ ପାଚନ ହୁଏନାହିଁ ଏବଂ ସକାଳୁ ଆପଣଙ୍କ ପେଟ ଠିକ ଭାବେ ସଫା ହୁଏନାହିଁ ତେବେ ଆପଣଙ୍କୁ ଅର୍ଶ ବା ପାଇଲ୍ସ ଭଳି ସମସ୍ୟା ଭୋଗିବାକୁ ହୋଇଥାଏ ।

ଯେଉଁମାନେ ଅଧିକ ବସି ରହି କାମ କରିଥାନ୍ତି ସେମାନଙ୍କୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ । ସେମାନଙ୍କୁ ମଧ୍ୟରେ ଅଧିକ ପାଇଲ୍ସ ବା ଅର୍ଶ ଭଳି ସମସ୍ୟା ଦେଖାଦେଇଥାଏ । ଏମିତି ପରିସ୍ଥିତିରେ ଆପଣ ଅନେକ ପ୍ରକାରର ଔଷଧ ସେବନ କରିଥାନ୍ତି ଯାହାର ସାଇଡ ଇଫେକ୍ଟ ମଧ୍ୟ ଆପଣଙ୍କୁ ଭୋଗିବାକୁ ପଡ଼ିଥାଏ । ଆଜି ଆମେ ଏମିତି ଏକ ଘରୋଇ ଏବଂ ପ୍ରାକୃତିକ ଆୟୁର୍ବେଦିକ ଉପଚାର ନେଇ ଆଇଛୁ ଯାହାର ସେବନ କରିବା ଦ୍ଵାରା ବା ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଅର୍ଶ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ବନ୍ଧୁଗଣ ଏହି ଉପାୟ ବହୁତ ପରୀକ୍ଷିତ ଏବଂ ବହୁତ ପୁରାତନ ଘରୋଇ ଉପଚାର ଅଟେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ପାଇଲ୍ସ ବା ଅର୍ଶ ଭଳି ସମସ୍ୟା କୁ ଠିକ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଆପଣଙ୍କ ପେଟ ସଫା ରଖିବାକୁ ହେବ । ଆପଣଙ୍କ ପାଚନ ପ୍ରକ୍ରିୟା ଠିକ ହେବା ଆବଶ୍ୟକ । ପ୍ରଥମେ ଆପଣଙ୍କ ପେଟ କେମିତି ପରିଷ୍କାର ରହିବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ପେଟକୁ ସଫା କରିବା ପାଇଁ ରାତିରେ ଗୋଟେ ଗିଲାସ ଉଷୁମ କ୍ଷୀର ନିଅନ୍ତୁ ଏବଂ ସେଥିରେ ଗୋଟେ ଚାମଚ କ୍ୟାଷ୍ଟର ଅଏଲ ମିଶାନ୍ତୁ ଏବଂ ଏହାର ସେବନ କରନ୍ତୁ ।

ଏହା କରିବା ଦ୍ୱାରା ଦେଖିବେ ଆପଣଙ୍କ ପେଟ ସଫା ରହିବ । ଯଦି ଆପଣ ଅର୍ଶ ଭଳି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ମୂଳା କୁ ସର୍ବ ପ୍ରଥମେ ମିଶାନ୍ତୁ । ମୂଳାକୁ ଚୋପା ସହିତ ଆପଣ ଚୋବେଇ ଚୋବେଇ ଖାଇନିଅନ୍ତୁ । ଏହାକୁ ଆପଣ ସବୁଦିନ ସକାଳୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ଅର୍ଶ ମୂଳରୁ ଶେଷ ହୋଇଯିବ । ତେବେ ଏବେ ଜାଣିବା ଦିତୀୟ ଉପାୟ ଯାହାକୁ ଆପଣଙ୍କୁ ଆପଣଙ୍କ ଅର୍ଷରେ ଲଗାଇବାକୁ ହେବ ।

ତେବେ ଏହି ଉପଚାର ପାଇଁ ଆପଣଙ୍କୁ ଦରକାର ହେବ ଧଳା ପିଆଜ । ଏହା ସାଧାରଣତଃ ସମସ୍ତ ପରିବା ଦୋକାନରେ ମିଳିଯିବ । ଏହାର ରସ ଅର୍ଶକୁ ଭଲ କରିବା ପାଇଁ ବହୁତ ଲାଭଦାୟକ ଅଟେ । ପ୍ରଥମେ ଆପଣ ଧଳା ପିଆଜ କୁ ଛେଚି ସେଥିରୁ ରସ ବାହାର କରିନିଅନ୍ତୁ । ଏହାପରେ ସେଥିରେ ଗୋଟେ ଚାମଚ ଅଦା ର ରସକୁ ମିଶାନ୍ତୁ । ତେବେ ବର୍ତ୍ତମାନ ଏହି ଉପଚାର ଟି ପ୍ରସ୍ତୁତ ।

ବର୍ତ୍ତମାନ ଆପଣ ଗୋଟେ ତୁଳା ନିଅନ୍ତୁ ଏବଂ ସେହି ମିଶ୍ରଣ ରେ ବୁଡାଇ ଆପଣଙ୍କ ଅର୍ଶ ହୋଇଥିବା ସ୍ଥାନରେ ଲଗାନ୍ତୁ । ବନ୍ଧୁଗଣ ଏହି ଉପାୟ କୁ କରନ୍ତୁ ଦେଖିବେ ଆପଣଙ୍କ ଅର୍ଷରୁ ଆପଣଙ୍କୁ ବହୁତ ଉପଶ୍ରମ ମିଳିବ । ଏବଂ ଧୀରେ ଧୀରେ ଆପଣଙ୍କ ଅର୍ଶ ଭଲ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *