ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 8ଟି ସଂକେତ, ଥରେ ନିଶ୍ଚୟ ଦେଖନ୍ତୁ

ମଣିଷ ଜୀବନରେ ୨ ଟି ଜିନିଷ ସତ୍ୟ ଅଟେ । ଗୋଟିଏ ହେଉଛି ଜନ୍ମ ଓ ଆଉ ଗୋଟେ ହେଉଛି ମୃତ୍ୟୁ । ମଣିଷ ଜୀବନରେ ଜୀବନ ର କୌଣସି ଗ୍ୟାରେଣ୍ଟି ନ ଥାଏ , କିନ୍ତୁ ମୃତ୍ୟୁ ସୁଂଶ୍ଚିତ । ମୃତ୍ୟୁ କେତେବେଳେ ଓ କେଉଁ ରୂପରେ ଆସିବ ତାହା କେହି ମଧ୍ୟ କହି ପାରିବେ ନାହି । ତେବେ ଆମ ଜୀବନରେ ବହୁତ ଶୁଭ ଓ ଅଶୁଭ କାର୍ଯ୍ୟ ସବୁ ହୋଇଥାଏ । ତେବେ ସେହି ଘଟନା ଗୁଡିକ ଆମ ଜୀବନରେ ଆସିବ ବୋଲି ଆମେ ପୂର୍ବରୁ କିପରି ଜାଣିବା ? ଏହି ପ୍ରଶ୍ନ କୁ ଯେତେବେଳେ ନାରଦ ନିଜର ଭଗବାନ ବିଷ୍ଣ ଙ୍କୁ ପଚାରିଲେ ।

ଭଗବାନ ଉତ୍ତର ଦେଲେ ମୁଁ ଯେତେ ବେଳେ ମଣିଷ ଜୀବନରେ କିଛି ଭଲ ବା ଖରାପ ହେବାର ଥାଏ ଏହାର ଆଗରୁ କିଛି ସଂକେତ ଦେଇଥାଏ । ଏହି ସଂକେତ କୌଣସି ଜିନିଷ , କୌଣସି ପଶୁ ପକ୍ଷୀ ବା କୌଣସି ଭକ୍ତ ମାଧ୍ୟମ ରୁ ଦେଇଥାଏ । ତେବେ ସେହି ଭଳି କିଛି ସଂକେତ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଯାହା ମିଳିବା ଦ୍ଵାରା ଆପଣ ଜାଣିବେ ଯେ ଆପଣଙ୍କ ଜୀବନରେ ଶୁଭ ବା ଅଶୁଭ ହେବାକୁ ଯାଉଛି । ଯଦି ଆପଣଙ୍କ ଘରକୁ କୌଣସି ଗାଈ ଖାଦ୍ୟ ପାଇଁ ଆସେ , ଯଦି କୌଣସି ଚଢେଇ ସେଠାରେ ବସା ବାନ୍ଧି ଥାଏ ବା ମାଙ୍କଡ ଯଦି ଆପଣଙ୍କ ଘରୁ କୌଣସି ଜିନିଷ ନେଇଥାଏ । ତେବେ ଏହା ଦର୍ଶାଇଥାଏ କି ଆପଣ ଆଗାମୀ ଜୀବନରେ ବହୁଳ ବଳବାନ ହେବେ ।

ଆପଣ ନିଜକୁ କୌଣସି ଉଚ ପଦବୀରେ ରଖିବା ପାଇଁ ଯୋଗ୍ୟ ବନାଇ ଛନ୍ତି । ଛୋଟ ପିଲାଙ୍କ ଭିତରେ ଭଗବାନ ବାସ କରନ୍ତି । ତେବେ କୌଣସି ଛୁଆ ଯଦି ଆପଣଙ୍କୁ ଅନେଇ ହସିଥାଏ ବା ଆପଣଙ୍କ ଘରେ ଆସି ଖୁଶିରେ ଖେଳିଥାଏ ତେବେ ଏହା ବହୁତ ଶୁଭ ଅଟେ । ଆପଣଙ୍କ ଜୀବନରେ କୌଣସି ନୂଆ ସମ୍ପର୍କ ଯୋଡି ହେବାର ସୂଚନା ଦେଇଥାଏ ।

ଯଦି ଆପଣ କୌଣସି ଶୁଭ କାର୍ଜୀ ରେ ବାହାରିବା ବେଳେ ବାଟରେ ଆପଣ ଗୋ ମାତା ଙ୍କୁ ଦେଖନ୍ତି ବା କୌଣସି ସାଧୁ ସନ୍ଥ ଙ୍କୁ ଦେଖନ୍ତି ତେବେ ଏହା ଶୁଭ ଅଟେ । ଆପଣ ଯେଉ କାର୍ଯ୍ୟ ରେ ଯାଉଥିବେ ସେଥିରେ ସଫଳତା ପାଇବେ । ଯଦି କୌଣସି ପୂର୍ଣ ଜଳ ର ପାତ୍ର ବା ପୂର୍ଣ କ୍ଷୀରର ପାତ୍ର କାହା ଦ୍ଵାରା ଆପଣଙ୍କୁ ମିଳିଥାଏ , କୌଣସି ମିଠା ଦ୍ରବ୍ୟ ଯଦି ସନ୍ଧ୍ୟା ସମୟରେ ଆପଣଙ୍କୁ ମିଳିଥାଏ

ତେବେ ଆପଣଙ୍କ ଜୀବନର ଶୁଭ ସମୟ ଆରମ୍ଭ ହେବାର ସଂକେତ ଦେଇଥାଏ । ଘରକୁ ପ୍ରିୟ ଅତିଥିଙ୍କ ଆଗମନ ହେବା ଦ୍ଵାରା ଘରକୁ ସ୍ଵର୍ଣ ଓ ରୋପ୍ୟ ର ଆଗମନ ହୋଇଥାଏ । ମହିଳାଙ୍କ ବାମ ଅଙ୍ଗ ବା ପୁରୁଷଙ୍କ ଡାହାଣ ଅଙ୍ଗ ଡେଇଥାଏ ତେବେ ଏହା ଶୁଭ ହୋଇଥାଏ । ଯଦି ଆପଣ କ୍ରୋଧ ରୁ ଦୂରରୁ ରହି ମନ ପ୍ରସନ୍ନ ରଖିଥାନ୍ତି ତେବେ ଆପଣଙ୍କ ଜୀବନରେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *