ନମସ୍କାର ବନ୍ଧୁଗଣ ତେବେ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଉଭୟ ସୁଖ ଓ ଦୁଃଖ ଭୋଗ କରିଥାନ୍ତି । ସାଧାରଣତଃ ଗ୍ରହ ଓ ନକ୍ଷତ୍ର ମାନଙ୍କ ସ୍ଥିତି ପରିବର୍ତ୍ତନ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଦ୍ୱାରା ମଣିଷ ମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ବର୍ଷ ଜାନୁଆରୀ ମାସରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ଏକ ମହା ସଂଯୋଗ ହେବାକୁ ଯାଉଛି ଯାହା ଫଳରେ କିଛି ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଛି ।
ତେବେ ଆସୁଥିବା ମାସ ଦିନ ଜାନୁଆରୀ 25 ତାରିଖ ବୁଧବାର ବୃହସ୍ପତି ମହାଗ୍ରହ କୁମ୍ଭ ରାଶିକୁ ସଞ୍ଚାର କରିବାକୁ ଯାଉଛନ୍ତି । ବୃହସ୍ପତିଙ୍କ ଏହି ଚଳନ ହେତୁ କିଛି ରାଶି ମାନଙ୍କ ଉପରେ ଏହାର ଖାସ ପ୍ରଭାବ ପଡିବାକୁ ଯାଉଛି । ଏହି ଚଳନ ହେତୁ କିଛି ବ୍ୟକ୍ତି ମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ବର୍ତ୍ତମାନ ଦୂର ହେବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।
୧- ପ୍ରଥମରେ ହେଉଛି ମେଷ ରାଶି। ତେବେ ପ୍ରଥମ ସ୍ଥାନରେ ଅଛନ୍ତି ମେଷ ରାଶିର ବ୍ୟକ୍ତି ବିଶେଷ ମାନେ । ବୃହସ୍ପତି ଚଳନ ହେତୁ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ବିଶେଷ ଲାଭ ମିଳିବାକୁ ଯାଉଛି । ଆସୁଥିବା ଜାନୁଆରୀ 25 ତାରିଖ ଠାରୁ ଆପଣ ମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣ ପ୍ରଚୁର ଧନଲାଭ କରିବେ । ବୈବାହିକ ଜୀବନରେ ମଧୁରତା ରହିବ ଓ ବର୍ତ୍ତମାନର ସମୟରେ ଆପଣ ଯେକୌଣସି ସ୍ଥାନରେ ନିବେଶ କରିଲେ ଆପଣଙ୍କ ପାଇଁ ଆଗାମୀ ସମୟ ଲାଭଦାୟକ ରହିବ ।
୨- ଦ୍ଵିତୀୟ ରେ ହେଉଛି ମିଥୁନ ରାଶି। ତେବେ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭାଗ୍ୟ ଆଗାମୀ ମାସରେ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଆଗାମୀ ସମୟରେ ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି କରିବେ । ଆପଣ ମାନଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖ ଓ କଷ୍ଟର ଅନ୍ତ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଘରେ ସବୁଠାରୁ ଅଧିକ ଖୁସିର ଆଗମନ ହେବ । ଯେଉଁ ମାନଙ୍କର ବିବାହ ଯୋଗ ହୋଇପାରୁ ନାହିଁ ସେମାନଙ୍କର ବିବାହ ଯୋଗ ଫିଟିବାକୁ ଯାଉଛି । ଏହି ବୃହସ୍ପତି ଚଳନ ହେତୁ ଆପଣ ଆଗାମୀ ସମୟରେ ଭୂମି ଓ ବାହାନ ଆଦି କିଣିବାରେ ସକ୍ଷମ ହେବେ ।
୩- ତୃତୀୟ ରେ ହେଉଛି କର୍କଟ ରାଶି। ତେବେ ବୃହସ୍ପତି ଚଳନ ଯୋଗୁଁ ବହୁତ୍ କିଛି ସକାରାତ୍ମକ ଭାବନା ମନକୁ ଆସିବ । ଧନଧାନ୍ୟ ବୃଦ୍ଧି ଘଟିବ । ପାରିବାରିକ ଜୀବନରେ ହଜି ଯାଇଥିବା ଖୁସି କୁ ଫେରିପାଇବେ । କୌଣସି ନୂଆ କାମ ଆରମ୍ଭ କରିବା ନିମନ୍ତେ ଏହି ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ବହୁତ ଭଲ ଅଟେ ।
୪- ଚତୁର୍ଥ ରେ ହେଉଛି ମକର ରାଶି। ତେବେ ବୃହସ୍ପତି ଚଳନ ହେତୁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନରେ ମଧୁରତା ରହିବ । ଆପଣ ମାନେ ଆଗାମୀ ମାସ ଏପ୍ରିଲ ମାସ ଠାରୁ ସମସ୍ତ କ୍ଷେତ୍ରରେ ପ୍ରଚୁର ଧନଲାଭ କରିବେ । ଆପଣଙ୍କ ପାରିବାରିକ କଳହ ଶେଷ ହେବ ଓ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ ।
୫- ପଞ୍ଚମରେ ହେଉଛି କୁମ୍ଭ ରାଶି। ତେବେ ଏହି ରାଶିର ବ୍ୟକ୍ତିଙ୍କୁ ବୃହସ୍ପତିର ଗୋଚର କାରଣରୁ ଜୀବନରେ ବିଭିନ୍ନ ପ୍ରକାରର ସକାରତ୍ମକ ପରିଣାମ ଦେଖିବାକୁ ମିଳିବ । ଏମାନଙ୍କ ଆୟ ବଢିବ । ପାରିବାରିକ ଜୀବନରେ ଖୁସି ଆସିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ସଠିକ ଅଟେ । ଛାତ୍ର ମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଶୁଭ ଫଳ ଦାୟକ ରହିବ ।