ଜୀବନରେ କରୁଥିଲେ ଏହି 6ଟି ପାପ, ମହାଦେବ କେବେ ବି କରିବେ ନାହିଁ କ୍ଷମା

ବନ୍ଧୁଗଣ ସମସ୍ତ ସୃଷ୍ଟି ତ୍ରିଦେବ ଙ୍କୁ ନେଇ ହିଁ ଆଧାରିତ । କିନ୍ତୁ ତ୍ରିଦେବ ଙ୍କ ମଧ୍ୟରେ ଦେବ ଦେବ ମହଦେବ ମୁଖ୍ୟ ବା ସର୍ବଶ୍ରେଷ୍ଠ ଅଟନ୍ତି । ମହାଦେବ ଯେବେ ପ୍ରସନ୍ନ ଥାନ୍ତି, ସେତେବେଲେ ସେ ଭୋଳାନାଥ ଅଟନ୍ତି । କିନ୍ତୁ ଯେତେବେଳେ ତାଙ୍କୁ କ୍ରୋଧ ଆସିଯାଏ ସେତେବେଳେ ସମଗ୍ର ସୃଷ୍ଟିରେ ପ୍ରଳୟ ଆସିଯାଏ । ମନୁଷ୍ୟ କୁ ସବୁବେଳେ ପାପ ରୁ ରହିତ ହୋଇ କାମ କରିବା ଆବଶ୍ୟକ । ଶାସ୍ତ୍ର ରେ କିଛି ଏପରି ପାପ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ କରିବା ଦ୍ଵାରା ମହାପାପ ଲାଗିଥାଏ ।

ଯଦି ଆପଣ ମାନେ ମହାଦେବ ଙ୍କ କ୍ରୋଧ ରୁ ବଞ୍ଚିବାକୁ ଚହାଁନ୍ତି ତେବେ ଭୁଲ ରେ ମଧ୍ୟ ଏହି ପାପ ଗୁଡିକୁ କରନ୍ତୁ ନାହିଁ । ଶିବ ପୁରାଣ ରେ କାର୍ଯ୍ୟ, ବୁଦ୍ଧି,  ବିଚାରକୁ ବୁଝି କରି କରାଯାଇଥିବା ପାପ ବିଷୟରେ ଉଲ୍ଲେଖ କରାଯାଇ ଅଛି । ଯାହାକୁ କରିବା ଦ୍ଵାରା ମନୁଷ୍ୟ କେବେ ମଧ୍ୟ ଶିବ କୃପା ପ୍ରାପ୍ତ କରି ପରି ନତହେ ।

ତେବେ ସେହି ପାପ ଗୁଡିକ ମଧ୍ୟରେ ପ୍ରଥମ ଟି ହେଉଛି, ଅନ୍ୟର ସ୍ତ୍ରୀ ବା ଅନ୍ୟର ସ୍ଵାମୀ କୁ ଖରାପ ନଜର ରେ ଦେଖିବା ମହାପାପ ହୋଇଥାଏ । ଏପରି ବ୍ୟକ୍ତି ସର୍ବଦା ଶିବ କୃପା ରୁ ବଞ୍ଚିତ ହୋଇ ରହିଥାଏ । ଦ୍ଵିତୀୟ ଟି ହେଉଛି ଅନ୍ୟର ଧନ ଉପରେ ନଜର ରଖିବା ବା ତାହାକୁ ହରଣ କରିବା ମହାପାପ ହୋଇଥାଏ ।

ତେଣୁ ଅନ୍ୟର ଧନ କୁ ସର୍ବଦା ମାଟି ସମାନ ଭାବିବା ଉଚିତ । ତୃତୀୟ ଟି ହେଉଛି, କୌଣସି ନିର୍ଦୋଷ ତଥା କମ୍ଜୋର ଲୋକ କୁ ହଇରାଣ କରିବା ବା ତାର ଧନ କୁ ଲୁଣ୍ଠନ କରିବା, ଏହା ବ୍ଯତୀତ କାହାର କାମ ରେ ବାଧ ଆଣିବାର ଯୋଜନା କରିବା ମଧ୍ୟ ଏକ ପାପ ହୋଇଥାଏ ।

ଏହି ବ୍ୟକ୍ତି ମାନଙ୍କୁ ସବୁବେଳ ଭଗବାନ ଶିବ ଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡିଥାଏ । ଚତୁର୍ଥ ଟି ହେଉଛି ଭଲ ରାସ୍ତା ଛାଡି ଖରାପ ରାସ୍ତା ରେ ପାଦ ଦେବା କୌଣସି ପାପ ଠାରୁ କମ ନୁହେଁ। ଏପରି ଲୋକ ଙ୍କୁ ଭଗବାନ ଶିବ କେବେ ମଧ୍ୟ କ୍ଷମା କରନ୍ତି ନାହିଁ । ପଞ୍ଚମ ଟି ହେଉଛି ଯେଉଁ ମାନେ ନାରୀ ମାନଙ୍କୁ ଖରାପ ଆଖିରେ ଦେଖନ୍ତି, ସେମାନଙ୍କୁ ସବୁବେଳେ ଭଗବାନ ଶିବ ଙ୍କର କ୍ରୋଧ ର ସମ୍ମୁଖୀନ ହେବାକୁ ପଡିଥାଏ ।

ଶେଷ ଟି ହେଉଛି ଯେଉଁ ମାନେ ମଧ୍ୟ ନିଜ ପିତା ମାତା ଙ୍କୁ କଷ୍ଟ ଦେଇଥାନ୍ତି, ସେମାନଙ୍କୁ ମଧ୍ୟ ଭଗବାନ ଶିବ ଙ୍କର କ୍ରୋଧ ର ସମ୍ମୁଖୀନ ହେବାକୁ ପଡିଥାଏ । ବନ୍ଧୁଗଣ ଏହି ପାପ କର୍ମ ଗୁଡିକ ଯେଉଁ ବ୍ୟକ୍ତି ମାନେ ମଧ୍ୟ କରିଥାନ୍ତି, ସେମାନେ ସବୁବେଳେ ଶିବ କୃପା ରୁ ବଞ୍ଚିତ ହୋଇ ରହିଥାନ୍ତି ।

ତେବେ ଏହି ମୋହ ମାୟା ରେ ଜଡିତ ଦୁଃଖ କଷ୍ଟ ଭରା ସଂସାର ରେ ଶିବ କୃପା ବିନା ସୁଖ ବା କେଉଁଠି ଅଛି… । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *