ଡାଏବେଟିସ ଧୀରେ ଧୀରେ ଏକ ଗମ୍ଭୀର ରୋଗ ହୋଇ ଚାଲିଛି । ଡାଏବେଟିସ ଆପଣଙ୍କ ଶରୀରକୁ ଭିତରୁ ଖରାପ କରିଦିଏ । ଭାରତରେ ପ୍ରାୟତଃ ୭ କୋଟି ଲୋକମାନେ ଡାଏବେଟିସ ରୋଗରେ ପୀଡିତ ଅଛନ୍ତି । ଡାଏବେଟିସ ହେବା ପରେ ଆପଣଙ୍କ ଶରୀରରେ ଆହୁରି ବହୁତ ରୋଗ ଜନ୍ମ ନେଇଥାଏ । ଯେମିତି କି ହୃଦୟ, ଆଖି, କେସ, ସ୍କିନ, କିଡନୀ ସମ୍ବନ୍ଧିତ ରୋଗ ଦେଖାଯାଏ ।
ଏମିତି ନୁହେଁ କି ଯଦି ଥରେ ଡାଏବେଟିସ ହୋଇଯାଏ ତେବେ ଆପଣ ତାକୁ କଣ୍ଟ୍ରୋଲରେ ରଖି ପାରିବେ ନାହିଁ । ଆପଣ ନିଜର ଲାଇଫ ଷ୍ଟାଇଲ ଓ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବେ ତେବେ ଆପଣଙ୍କ ଡାଏବେଟିସ କଣ୍ଟ୍ରୋଲରେ ଆସିଯିବ । ଯେତେବେଳେ ଆପଣଙ୍କ ଶରୀରରେ ଗ୍ଳୁକୋଜର ମାତ୍ରା ବଢିଯାଏ ତେବେ ତାକୁ ଡାଏବେଟିସ କୁହାଯାଏ ।
ଡାଏବେଟିସକୁ କଣ୍ଟ୍ରୋଲରେ ରଖିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ କାଢା ନେଇ ଆସିଛୁ । ଏହି କାଢାକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଦୁଇ ଗ୍ଳାସ ପାଣି ନେଇ ସେଥିରେ ଗୋଟିଏ ଚାମଚ ମେଥି ଦାନା, ୧୫ ରୁ ୨୦ ଟି ଭୂଷଙ୍ଗ ପତ୍ର, ୧ ଇଞ୍ଚ ଅଦାକୁ ନେଇ ତାକୁ ହେମଦସ୍ତାରେ କୁଟି ଏଥିରେ ମିଶାନ୍ତୁ । ଶେଷରେ ଆପଣ ଏହି ପାଣିରେ ଅଧ ଚାମଚ ଡାଲଚିନି ପାଉଡର ମିଶାନ୍ତୁ । ଆୟୁର୍ବେଦରେ ଡାଲଚିନି ପାଉଡର ଡାଏବେଟିସ ସମସ୍ୟାକୁ ଦୂର କରିବା ପାଇଁ ଏକ ଭଲ ଖାଦ୍ୟ ପଦାର୍ଥ ଅଟେ ।
ଆପଣ ଏହି ପାଣିକୁ ସେହି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ଅଧା ହୋଇ ନ ଯାଇଛି । କହିବାକୁ ଗଲେ ଏହି ଉପଚାର ୫ ରୁ ୬ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଉଷୁମ ଉଷୁମ ଏହି ପାଣିକୁ ଏକ ଗ୍ଳାସରେ ଛାଣି ଦିଅନ୍ତୁ । ଏହାକୁ ସେବନ କରିବାର ସଠିକ ସମୟ ହେଉଛି ସକାଳ ସମୟରେ ଖାଲି ପେଟରେ । ଏହି ପାଣିକୁ ସେବନ କରିବାର ଅଧ ଘଣ୍ଟା ପରେ ଆପଣ ଖାଦ୍ୟ ସେବନ କରନ୍ତୁ ।
ଏଥିରେ କେବେ ବି ଚିନି, ଗୁଡ କିମ୍ବା ମହୁ ମିଶାଇବେ ନାହିଁ । ଏହି ଆୟୁର୍ବେଦିକ କାଢା ସୁଗାର ଓ ଡାଏବେଟିସ ପାଇଁ ବହୁତ ହିଁ ପ୍ରଭାବୀ ଉପଚାର ଅଟେ । ଏହି କାଢା ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବାରେ ବି ସାହାର୍ଯ୍ୟ କରିଥାଏ । ଏହି କାଢା ଖାଦ୍ୟ ହଜମ କରିବାରେ, କୋଲେଷ୍ଟ୍ରଳକୁ କମ କରିବାରେ, ଟେନେସନ କମ କରିବାରେ ଓ ମୋଟାପା କମ କରିବାରେ ବି ସହାୟକ ହୋଇଥାଏ ।
ଏହି କାଢାକୁ ସେବନ କରିଲେ ଆପଣଙ୍କ ଡାଏବେଟିସ ଦୂର ହେବା ସହିତ ଆପଣ ଅନ୍ୟ କୌଣସି ରୋଗରେ ବି ପୀଡିତ ହେବେ ନାହିଁ । ୭ ରୁ ୮ ଦିନ ଏହି କାଢାକୁ ସେବନ କରିଲେ ଆପଣଙ୍କ ସୁଗାର ନର୍ମାଲ ହୋଇଯିବ । ଏହା ସହିତ ଆପଣ ଯୋଗ ଓ ବ୍ୟାୟମ ବି କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।