ବନ୍ଧୁଗଣ ସନାତନ ଧର୍ମ ଅନୁସାରେ ଗାଈ ହେଉଛି ସମସ୍ତ ଜଗତ ର ମା । ତେଣୁ ଗାଈ କୁ ଆମ ଶସ୍ତ୍ର ରେ ଗୋ ମାତା ବୋଲି କୁହାଯାଇଥାଏ । ଗାଈ ର ଦେହ ରେ ସମୁଦାଯ ୩୩ କୋଟି ଦେବୀ ଦେବତା ବସ ବାସ କରିଛନ୍ତି । ଶାସ୍ତ୍ର ଅନୁସାରେ ଗୋମାତା ର ପ୍ରତ୍ଯେକ ରୋମ କୂପ ରେ ଏକ ଏକ ଦେବତା ଙ୍କର ବାସ ରହିଛି । ତେଣୁ ଗାଈ ହେଉଛି ଏକ ଦିବ୍ୟ ଜୀବ । ଯେଉଁ ଘରେ ଗାଈ ରହିଥାଏ, ସେହି ଘରର ସବୁ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ ।
ଏହା ବ୍ଯତୀତ ଗାଈ ର ଖୁରା ଯେଉଁ ସ୍ଥାନରେ ପଡେ ସେ ସ୍ଥାନ ରେ ଥିବା ସମସ୍ତ ନକରାତ୍ମକତା ଶକ୍ତି ର ମଧ୍ୟ ନାସ ହୋଇ ଯାଇଥାଏ । ଏକ ମାତ୍ରା ଗୋ ମାତା ଙ୍କର ସେବା ଓ ପୂଜା କରିବା ଦ୍ଵାରା ସମସ୍ତ ଦେବୀ ଦେବତା ଙ୍କର ପୂଜାର ଫଳ ପ୍ରାପ୍ତ ହୋଇ ଯାଇଥାଏ । ଗାଈ ର ପିଠି ହାଡ ରେ ସୂର୍ଯ୍ୟ କେତୁ ନାଡି ରହିଥାଏ ।
ଯାହା ସୂର୍ଯ୍ୟ ର କିରଣ ରେ ରକ୍ତ ରେ ସ୍ଵର୍ଣ୍ଣ କ୍ଷୀର ତିଆରି କରିଥାଏ । ଏହି ସ୍ଵର୍ଣ୍ଣ କ୍ଷାର ଗାଈ ର କ୍ଷୀର ରେ ରହିଥାଏ । ଏହି ସ୍ଵର୍ଣ୍ଣ କ୍ଷାର ମନୁଷ୍ୟ ମାନଙ୍କ ପାଇଁ ଅମୃତ ସମାନ ହୋଇଥାଏ । ଗୋମତ କୁ ସେବା ଯତ୍ନ କରିଥିବା ବ୍ୟକ୍ତି ଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ କୁ ଗୋମାତା ହରଣ କରି ଦେଇଥାନ୍ତି ।
ଗୋମତା ସମସ୍ତ ଙ୍କର କାମନା କୁ ପୂରଣ କରିଥାନ୍ତି, ତେଣୁ ତାଙ୍କୁ କାମଧେନୁ ବୋଲି ମଧ୍ୟ କୁହାଯାଇଥାଏ । ସୂର୍ଯ୍ୟାସ୍ତ ସମୟରେ ଗାଈ ଘରକୁ ଫେରିବା ସମୟରେ ଗାଈ ର ଖୁରା ରୁ ଧୁଳି ଉଡି ଆସି ଯଦି କୌଣସି ବ୍ୟକ୍ତି ଉପରେ ପଡେ, ତେବେ ସେହି ବ୍ୟକ୍ତି ର ସମସ୍ତ ପାପ ଧୋଇ ହୋଇ ଯାଏ ।
ଗୋମାତା କୁ ନିୟମିତ ଭାବରେ ସବୁଜ ଚାରା ଖାଇବାକୁ ଦେଲେ ଏହା ବୁଧ ଗ୍ରହ ଜନିତ ସମସ୍ତ ଦୋଷ କୁ ଖଣ୍ଡନ କରିଥାଏ । ଶାସ୍ତ୍ର ରେ ଗୋ ଦାନ ର ମଧ୍ୟ ଅନେକ ଫ୍ଲ ବିଷୟରେ କୁହାଯାଇଛି । ତାହାଛଡା ଜୀବନରେ ଯଦି ମଙ୍ଗଳ ଗ୍ରହ ଙ୍କର ଖରାପ ପ୍ରଭାବ ପଡିଥାଏ, ତେବେ ଏପରି ରେ ଆପଣ ଗୋ ଦାନ କରନ୍ତୁ ।
ଯଦି ଜୀବନ ରେ ସବୁ ଦିଗରୁ ସମସ୍ଯା ଆପଣଙ୍କୁ ଘେରି ରଖେ ଓ ଆପଣ ଙ୍କର ସବୁ କାମ ରେ ବାଧା ଉତ୍ପନ୍ନ ହେଉଥାଏ ତେବେ ଆପଣ ଗାଈ କୁ ଗୁଡ ସହ ରୁଟି ଖାଇବାକୁ ଦିଅନ୍ତୁ ଓ ଗାଈ ର କାନରେ ନିଜର ମନୋସ୍କାମନା କହି ଦିଅନ୍ତୁ, ତାହା ଖୁବ ଶୀଘ୍ର ପୂରଣ ହୋଇଯିବ । ଗାଈ ର ନିୟମିତ ପୂଜା କରିବା ଦ୍ଵାରା ମାତା ଲକ୍ଷ୍ମୀ ଖୁବ ଅଧିକ ପ୍ରସନ୍ନ ମଧ୍ୟ ହୋଇଥା’ନ୍ତି । ଗୋମତା ର ପିଠି ରେ ଏକ ଚୂଳ ରହିଥାଏ ।
ଏହି ଚୂଳ ରେ ସୂର୍ଯ୍ୟ କେତୁ ନାଡ ରହିଥାଏ । ସବୁଦିନ ସକାଳେ ସୂର୍ଯ୍ୟ ଉଦୟ ସମୟ ରେ ଗାଈ ର ଏହି ଅଙ୍ଗ କୁ ହାତ ରେ ବୁଲାଇବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ