ସକାଳୁ ଖାଲି ପେଟରେ ଗୁଡ ଖାଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲା ପରେ ବି ମିଳିବ ନାହିଁ ( Healthy Tips )

ବନ୍ଧୁଗଣ ସକାଳେ ଖାଲି ପେଟରେ ଗୁଡ଼ ଖାଇବାର ଉପକାରିତା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଗୁଡକୁ ପୁରାତନ ଯୁଗରୁ ଲୋକମାନେ ନିଜର ହଜମ କ୍ରିୟା କୁ ଭଲ କରିବାରେ ବ୍ୟବହାର କରି ଆସୁଛନ୍ତି । ଆଜି ଆମେ ଆପଣଙ୍କୁ ଗୁଡର ଏମିତି କିଛି ଫାଇଦା ବିଷୟରେ କହିବୁ ଯାହା ଆପଣ ଆଗରୁ କେବେ ମଧ୍ୟ ଜାଣି ନଥିବେ । କେଉଁ ପ୍ରକାରର ଗୁଡ ଓ କେତେ ପରିମାଣ ଖାଇଲେ ଗୁଡର ପ୍ରକୃତ ଲାଭ ମିଳିଥାଏ ତାହା ମଧ୍ୟ କହିବୁ । ତେବେ ଚାଲନ୍ତୁ ଜାଣିବା ।

ରକ୍ତହୀନତା ଦୂର କରେ:- ଗୁଡ଼ରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ । ଏହାର ସେବନ କଲେ ରକ୍ତରେ ହିମୋଗ୍ଲୋବିନ ର ପରିମାଣ ବୃଦ୍ଧି ହୋଇଥାଏ । ତେଣୁ ରକ୍ତହୀନତା ଯୋଗୁଁ ଦେଖା ଯାଉଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ଯେଉଁ ଲୋକମାନଙ୍କ ଶରୀରରେ ରକ୍ତହୀନତା ର ଅଭାବ ରହିଛି ସେମାନେ ସବୁଦିନ ଗୁଡର ସେବନ କରିବା ନିହାତି ଜରୁରୀ ହୋଇଥାଏ । ମହିଳା ମାନଙ୍କ ଶରୀରରେ ପିରିଅଡ ସମୟରେ ରକ୍ତର ଅଭାବ ହୋଇଥାଏ । ସେହିପରି ଗର୍ଭବତୀ ମହିଳାଙ୍କ ଶରୀରରେ ମଧ୍ୟ ରକ୍ତର ଅଭାବ ରହିଥାଏ । ତେଣୁ ରକ୍ତହୀନତା ଦୂର କରିବାରେ ଗୁଡ ବହୁତ ସାହାଯ୍ୟ କରିଥାଏ ।

ହଜମ କ୍ରିୟା ଭଲକରେ:- ଯଦି କୌଣସି ବ୍ୟକ୍ତିକୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ବା ପେଟ ଠିକ ଭାବରେ ସଫା ହେଉନାହିଁ, ବା ଖାଦ୍ୟ ହଜମ ହେଉନାହିଁ କିମ୍ବା ଖଟା ହକୁଟି ହେଉଥାଏ ତେବେ ଆପଣ ଗୁଡର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଆପଣ ପ୍ରତେକ ଦିନ ଖାଦ୍ୟ ଖାଇସାରିବା ପରେ ଗୁଡର ଗୋଟେ ଛୋଟ ଗୋଳ କରି ଉଷୁମ ପାଣି ସହିତ ପିଇ ନିଅନ୍ତୁ । ଏମିତି ଏକ ସପ୍ତାହ କଲେ ଆପଣଙ୍କ ହଜମ କ୍ରିୟା ସଠିକ ହୋଇଯିବ ।

ଲିଭର କୁ ସଫା କରେ:- ଲିଭର ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାର କାମ କରିଥାଏ । କିନ୍ତୁ ଖରାପ ଭୋଜନର ସେବନ ଦ୍ଵାରା ଲିଭର ଠିକ ଭାବେ କାମ କରିପାରେ ନାହିଁ । ଏବଂ ଲିଭର ରେ ବିଷାକ୍ତ ପଦାର୍ଥ ଜମା ହେବାରେ ଲାଗେ । ଲିଭର କୁ ସଫା ଏବଂ ଡିଟକ୍ସ କରିବା ପାଇଁ ଗୁଡର ସେବନ କରିବା ଉଚିତ । ଏହା ଲିଭର କୁ ସଫା କରିବା ସହିତ ଶରୀରରୁ ଅଦରକାରୀ ପଦାର୍ଥ କୁ ବାହାର କରିଥାଏ ।

ଗୁଡ଼ ଶ୍ୱାସ ରୋଗକୁ ମଧ୍ୟ ଦୂର କରିଥାଏ । ଥଣ୍ତା, କାଶ, ଜ୍ଵର କୁ ମଧ୍ୟ ଗୁଡ଼ ଭଲ କରିଥାଏ । ତେବେ ଆଜିଠାରୁ ହିଁ ଗୁଡ଼ ଖାଇବା ଆରମ୍ଭ କରିଦିଅନ୍ତୁ ଏବଂ ସବୁ ରୋଗ ଠାରୁ ଦୂରେଇ ରୁହନ୍ତୁ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *