5 ଦିନ କ୍ଷୀରରେ ଏହାକୁ ଫୁଟେଇ ପିଇ ନିଅନ୍ତୁ, 90 ବର୍ଷ ପର୍ଯ୍ୟନ୍ତ ହାଡ କମଜୋରି, ଅନିଦ୍ରା ସହିତ ଏହି 5 ବଡ ରୋଗ ମୂଳରୁ ହେଇଯିବ ଭଲ ( Healthy Tips )

ବନ୍ଧୁଗଣ ଆପଣଙ୍କ ହାଡ ଦୁର୍ବଳ ଅଛି ବା ଆଖିର ଦୃଷ୍ଟି ଶକ୍ତି ଦୁର୍ବଳ ରହିଛି କିମ୍ବା ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଉପାୟ ଆଣିଛୁ ଯାହା କେବଳ କ୍ଷୀର ସହିତ ଖାଇବା ଦ୍ବାରା ଏହି ସବୁ ସମସ୍ୟା ଠାରୁ ଆପଣ ମୁକ୍ତି ପାଇବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ । ବନ୍ଧୁଗଣ ପ୍ରଥମ ସାମଗ୍ରୀ ଟି ହେଉଛି କିସମିସ । ଆମ ସ୍ବାସ୍ଥ୍ୟ ପାଇଁ କିସମିସ ବହୁତ ଲାଭଦାୟକ ହୋଇଥାଏ ।

ମନେ ରଖିବେ କିସମିସ ଯେତେ ପୁରୁଣା ହୋଇଥିବ ତାହା ଆମ ସ୍ବାସ୍ଥ୍ୟ ପାଇଁ ସେତେ ଉପକାରୀ ହୋଇଥାଏ । ଯଦି ଆପଣଙ୍କ ହାଡ ଦୁର୍ବଳ ଅଛି ବା ଆପଣଙ୍କୁ ଆଣ୍ଠୁ ଗଣ୍ଠି ର ସମସ୍ୟା ରହିଛି ତେବେ ଆଜିଠାରୁ କିସମିସ ଖାଇବା ଆରମ୍ଭ କରିଦିଅନ୍ତୁ । ଆପଣ ପ୍ରଥମେ କିସମିସ ନେଇ ତାହାକୁ କ୍ଷୀରରେ ଫୁଟାଇ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଶରୀରକୁ ଖୁବ ବେଶି ମାତ୍ରାରେ କ୍ୟାଲସିୟମ ଏବଂ ପୋଟାସିୟମ ମିଳିବ । ଯାହା ଶରୀରରେ ଥିବା ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ ।

ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମ ରହିଛି ଏବଂ ଆପଣଙ୍କୁ ଭଲ ଭାବରେ ଦେଖା ଯାଉନାହିଁ ତେବେ ମଧ୍ୟ ଏହାର ସେବନ କରନ୍ତୁ । ଏଥିରେ ଥିବା ବିଟା କରୋଟିନ ଆମ ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏବଂ ଆଖିର ଦୃଷ୍ଟି ଶକ୍ତି ଠିକ ହେବାରେ ଲାଗେ । ଯଦି ଆପଣଙ୍କୁ ରକ୍ତ ଅଭାବର ସମସ୍ୟା ରହିଛି ତେବେ ବି ଆପଣ ଏହି ଉପଚାର ର ପ୍ରୟୋଗ କରିପାରିବେ ।

ଏହା ଦ୍ବାରା ଶରୀରକୁ ଆଇରନ ମିଳିଥାଏ ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏବଂ ଏହା ଶରୀରର ନୂଆ ରକ୍ତ ତିଆରି ହେବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଅଳ୍ପ କାମ କରି ମଧ୍ୟ ଖୁବ ଶୀଘ୍ର ଥକି ଯାଉଛନ୍ତି ତେବେ ଆପଣ ଏହି ଉପାୟର ପ୍ରୟୋଗ କରନ୍ତୁ ଏହା ଶରୀରରେ ଶକ୍ତି ବଢ଼ାଇଥାଏ ଯାହା ଦ୍ଵାରା ଦୁର୍ବଳତା ଦୂର ହୋଇଥାଏ ।

ତେବେ ଆପଣ ପ୍ରଥମେ କ୍ଷୀରକୁ ଫୁଟେଇ ଦେବେ ସେଥିରେ ଆଠଟି କିମ୍ବା ଦଶଟି କିସମିଶ ଦାନାକୁ ପକାଇଦେବା । ତାକୁ ଅଳ୍ପ ଥଣ୍ଡା କରି ପିଇଦେବା । କିନ୍ତୁ କ୍ଷୀରରେ କୌଣସି ପ୍ରକାରର ଚିନି କିମ୍ବା ମିଶ୍ରି ମିଶାଇବା ନାହିଁ । କାରଣ ଚିନି ଦ୍ୱାରା ଆମକୁ କୌଣସି ପ୍ରକାରର କ୍ୟାଲସିୟମ ମିଳିବ ନାହିଁ ଏହି ଉପଚାର ଟି ବ୍ୟର୍ଥ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *