Vastu Tips- ମରିଗଲେ ବି ଏହି ପରି କରନ୍ତୁ ନାହିଁ ଲୁଗା ସଫା, ହେବ ସର୍ବନାଶ…

ବନ୍ଧୁଗଣ ଜୀବନରେ ଏପରି ବହୁତ ଗୁଡେ କାର୍ଯ୍ୟ ରହିଅଛି ଯାହାର ଶୁଭ ନଚେତ ଅଶୁଭ ଫଳ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ । ଆପଣ ଜାଣିଥିବେ ବାସ୍ତୁ ଶାସ୍ତ୍ର ଗୋଟେ ଏପରି ଶାସ୍ତ୍ର ଯେଉଁଥିରେ ଆପଣଙ୍କ ସହିତ ଘଟୁଥିବା ପ୍ରତେକ ଘଟଣା କିମ୍ବା ସମସ୍ୟାର କାରଣ ରହିଥାଏ । ଏହା ସହିତ ଘର ମଧ୍ୟରେ ରହୁଥିବା ପ୍ରତେକ ବସ୍ତୁ ଘରର ସ୍ଥିତି ଏବଂ ଘର ମଧ୍ୟରେ ପଡୁଥିବା ପ୍ରତେକ କାର୍ଯ୍ୟର କିପରି ପ୍ରଭାବ ମନୁଷ୍ୟ ଉପରେ ପଡ଼ିଥାଏ । ତାହା ବି ମଧ୍ୟ ଭଲ ଭାବରେ ବର୍ଣ୍ଣିତ ରହିଅଛି ।

ଏହି ଶାସ୍ତ୍ରରେ ସେହିପରି ଆପଣ ଧାରଣ କରୁଥିବା କପଡା ଠାରୁ ଆରମ୍ଭ କରି ସେହି କପଡା ସଫା କିମ୍ବା ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ । ସୁଖ ଶାନ୍ତି ଭରା ଜୀବନକୁ କ୍ଷଣ ମାତ୍ରେ ବଦଳାଇ ଦେଇଥାଏ । ତେଣୁ କପଡା ସହିତ ମୁଖ୍ୟ କରି ସ୍ତ୍ରୀ ମାନେ କଦାପି ଏହିପରି ଭୁଲ କରିବେ ନାହିଁ । ଯାହାର ଭୟଙ୍କର ପ୍ରଭାବ ଆପଣ କଦାପି ଭାବିନଥିବେ । ତେବେ ଆଜି ଆମେ ଆପଣଙ୍କୁ କପଡା ସହିତ ଯୋଡି ହୋଇ ରହିଥିବା କେତେକ ବାସ୍ତୁ ଜନିତ କଥା ଜଣାଇବୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପ୍ରତେକ ଘର ମଧ୍ୟରେ ମନୁଷ୍ୟର ସ୍ୱଚ୍ଛତା ରଖିବା ପାଇଁ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରାଯାଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଏହି ସମୟରେ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରିବା ଅନୁଚିତ ହୋଇଥାଏ । ବ୍ୟସ୍ତତା ଜୀବନରେ ଦିନ ସାରା କାମ କରି ରାତି କିମ୍ବା ସନ୍ଧ୍ୟା ସମୟରେ ପ୍ରତେକ ଘରର ସ୍ତ୍ରୀ କିମ୍ବା ପୁରୁଷ ମାନେ ନିଜ ପରିବାରଙ୍କ କପଡା ସଫା କରିଥାନ୍ତି ।

କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ । ରାତ୍ରୀ ବା ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବେଶି ରହିଥାଏ । ଏହି ସମୟରେ କଦାପି ପିନ୍ଧିଥିବା ବସ୍ତ୍ର ବା ଲୁଗାକୁ ସଫା କରନ୍ତୁ ନାହିଁ । ଏହା ଶାସ୍ତ୍ରରେ ବର୍ଣ୍ଣିତ ରହିଅଛି । ଏପରି କରିବା ଦ୍ବାରା ଘରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି ପାଇଥାଏ । ଏବଂ ଘରର ଉନ୍ନତି ରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।

ସଫା କରିଥିବା ଲୁଗା ଗୁଡ଼ିକ ଘରର ବାସ୍ତୁ ଅନୁସାରେ ଘରର ଛାତ ଉପରେ ସୁଖାଇବା ଅନୁଚିତ ହୋଇଥାଏ । ଏହା ଘରର ଆୟ ବା ଆର୍ଥିକ ସ୍ଥିତି କମଜୋର କରିଥାଏ । ଏହା ଘରର ବାସ୍ତୁ ଉପରେ ମଧ୍ୟ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ସଦା ସର୍ବଦା ଘରର ଅଗଣା କିମ୍ବା ବାଡ଼ିରେ ଲୁଗା ସୁଖାନ୍ତୁ ।

ସପ୍ତାହର ବୃହସ୍ପତି ବାର ଅର୍ଥାତ୍ ଗୁରୁବାର ଦିନ ଲୁଗା ସଫା କରିବା ଶାସ୍ତ୍ରରେ ବର୍ଜିତ କରାଯାଇଛି । ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୋପ ଦୃଷ୍ଟି ଆପଣଙ୍କ ଘର ଉପରେ ପଡ଼ିଥାଏ । ଯାହା ଦ୍ଵାରା ଆପଣଙ୍କ ଘରେ ଅର୍ଥ ଜନିତ ସମସ୍ୟା ଲାଗିରହେ । ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାଆନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *