ମହା ଶିବରାତ୍ରୀ (18 February) ରାଶି ଅନୁସାରେ ଶିବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ ଧନର ବର୍ଷା

ବନ୍ଧୁଗଣ ଚଳିତ ବର୍ଷ ଫେବୃଆରୀ 18 ଶନିବାର ଦିନ ପଡୁଅଛି ମହାଶିବରାତ୍ରି । ଏହି ଦିନକୁ ଶନି ପ୍ରଦୋଷ ଯୋଗ ମଧ୍ୟ କୁହାଯାଏ । ଏହି ଯୋଗରେ ଭଗବାନ ଶିବଙ୍କୁ ଶ୍ରଦ୍ଧା, ଭକ୍ତି, ବିଶ୍ଵାସ, ନିଷ୍ଠାର ସହ ଉପାସନା କରିବେ ତେବେ ଯେଉଁ ଉଦ୍ଦେଶ୍ୟ ନେଇ ବ୍ରତ କରୁଥିବେ ତାହା ପୂରଣ ହୋଇ ପାରିବ । ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗରେ ବେଲପତ୍ର, ଚନ୍ଦନ, ମହୁ, ଦହି, କ୍ଷୀର, ଚିନୀ ଶିବରାତ୍ରି ରେ ନିଶ୍ଚର ଚଢାନତୁ ।

ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ରାଶି ଅନୁଯାୟୀ ଜାଗର ବ୍ରତରେ ଭବବାନ ଶିବଙ୍କୁ କଣ ଲାଗି କରାଇବେ । ୧- ଯଦି ଆପଣଙ୍କର ମେଷ ରାଶି ତେବେ ଶିବରାତ୍ରିରେ ଶିବଲିଙ୍ଗରେ ଗୁଳୁଚି ଲତାର ରସ ସହ ମସୁର ଡାଲି ଅର୍ପଣ କରନ୍ତୁ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।

୨- ବୃଷ ରାଶି ହୋଇଥିଲେ ପଞ୍ଚାମୃତ ସହ ଅଖଣ୍ଡିତ ଅରୁଆ ଚାଉଳ ମହାଦେବଙ୍କୁ ଅର୍ପଣ କରନ୍ତୁ । ଆପଣଙ୍କର ମନୋକାମନା ପୂରଣ ହେବ ।

୩- ମିଥୁନ ରାଶି ହୋଇଥିଲେ ଶିବରାତ୍ରିରେ ଛୋଟ ଖଣ୍ଡେ ମୃଦଧାର ଚେର ସହ ସବୁଜ ରଙ୍ଗର ଗୋଟା ମୁଗ ଶିବଙ୍କୁ ଅର୍ପଣ କରିଲେ କଲ୍ୟାଣ ହେବ ।

୪- କର୍କଟ ରାଶି ହୋଇଥିଲେ ଶିବରାତ୍ରିରେ କଳା ରାଶି ସହ କ୍ଷୀରକୁଳି ଗଛର ଚେର ଅର୍ପଣ କରିଲେ ଯେ କୌଣସି ଇଚ୍ଛା ନେଇ ବ୍ରତ କରୁଥିବେ ତାହା ପୂରଣ ହୋଇପାରିବ ।

୫- ସିଂହ ରାଶି ହୋଇଥିଲେ ଜାଗର ବ୍ରତରେ କିଛି ନୀଳ ଅରଖ ଫୁଲ ସହ ଗହମ ଭଗବାନ ଶିବଙ୍କୁ ଅର୍ପଣ କରିଲେ ଭଲ ହେବ ।

୬- କନ୍ୟା ରାଶି ହୋଇଥିଲେ ଭଗବାନ ଶିବଙ୍କୁ ଜାଗର ବ୍ରତରେ ମୃଦଧାର ଚେର ସହ ସବୁଜ ରଙ୍ଗର ଗୋଟା ମୁଗ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

୭- ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ ତେବେ ଆପଣ ଅକ୍ଷତ ସହ ହରିଡା, ବାହାଡା, ଅଁଳା ଶିବରାତ୍ରିରେ ମହାଦେବଙ୍କୁ ଅର୍ପଣ କରିଲେ ଆପଣଙ୍କର ସବୁ ଇଚ୍ଛା ଜଳଦୀ ପୂରଣ ହେବ ।

୮- ଯଦି ଆପଣଙ୍କର ବିଛା ରାଶି ହୋଇଥାଏ ତେବେ ଶିବରାତ୍ରି ଦିନ ମସୁର ଡାଲି ସହ ଗୟସ ଫୁଲ ଅର୍ପଣ କରନ୍ତୁ । ଆପଣଙ୍କର କଲ୍ୟାଣ ହେବ ।

୯- ଧନୁ ରାଶି ହୋଇଥିଲେ ଆପଣ ଭଗବାନ ଶିବଙ୍କୁ ଚଣା ଡାଲି ସହ 7ଟି ହଳଦୀ ଖଣ୍ଡ ଅର୍ପଣ କରନ୍ତୁ । ଆପଣଙ୍କର କଲ୍ୟାଣ ହେବ ।

୧୦,୧୧- ଯଦି ଆପଣଙ୍କର ମକର ବା କୁମ୍ଭ ରାଶି  ହୋଇଥାଏ ତେବେ ମନେ ରଖନ୍ତୁ ଶିବରାତ୍ରି ରେ ଆଖୁ ରସ ସହ ଦହି ଲାଗି କାରନ୍ତୁ । ଯାହା ବି ମନସ୍କାମନା ଥିବା ତାହା ପୂରଣ ହେବ ।

୧୨- ଯଦି ଆପଣଙ୍କର ମୀନ ରାଶି ହୋଇଥାଏ ତେବେ ମହାଦେବଙ୍କୁ ଗଙ୍ଗାଜଳ ସହ ରୁଦ୍ରାକ୍ଷ ଅର୍ପଣ କରନ୍ତୁ । ଆପଣଙ୍କର ଇଚ୍ଛା ଅନୁଯାୟୀ ଯେତେ ମୁଖ୍ୟ ରୁଦ୍ରାକ୍ଷ ଥିବ ତାହା ଅର୍ପଣ କରିବେ । ଏହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *