ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁରୁଷଙ୍କ ଠାରୁ ମହିଳା ମାନଙ୍କର ହୃଦୟ ବହୁତ ଅଧିକ କୋମଳ ହୋଇଥାଏ । ମହିଳା ମାନେ ଛୋଟ ଛୋଟ କଥାରେ ବ୍ୟସ୍ତ ବିବ୍ରତ ହୋଇଯାଇଥାନ୍ତି । ଏହା ସହିତ ଦରକାର ସମୟରେ ମଧ୍ୟ କାନ୍ଦିବାକୁ ଆରମ୍ଭ କରିଦେଇଥାନ୍ତି । ଯେଉଁ କାରଣରୁ ମହିଳା ମାନଙ୍କ ପାଇଁ କିଛି କାର୍ଯ୍ୟ କରିବା ଓ କିଛି ସ୍ଥାନକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଥାଏ । ଯେପରି ବହୁ ପୁରୁଣା କାଳରୁ ପ୍ରଚଳିତ କଥା ବିଷୟରେ ଆଜି ଆଲୋଚନା କରିବା ପାଇଁ ଯାଉଛୁ ।
ମଶାଣୀକୁ ଯିବା ପାଇଁ ମହିଳା ମାନଙ୍କୁ ବାରଣ କରାଯିବାର ପ୍ରଥା ଆଗରୁ ରହିଅଛି । ଏହାର କେତୋଟି ନିର୍ଦ୍ଧିଷ୍ଟ ନିୟମମାନ ମଧ୍ୟ ରହିଅଛି । ମଣିଷର ମୃତ୍ୟୁ ପରେ ତା’ ର ଅନ୍ତିମ ସଂସ୍କାର ପାଇଁ ପୁରୁଷ ମାନେ ଶ୍ମଶାନକୁ ଯାଇଥାନ୍ତି । ମହିଳା ମାନଙ୍କୁ ସେଠିକି ଯିବା ପାଇଁ ସଂପୂର୍ଣ୍ଣ ବାରଣ ଥାଏ । ମହିଳା ମାନଙ୍କର ମଶାଣୀ ନଯିବାର ପ୍ରଥମ କାରଣ ହେଉଛି ।
ଅନ୍ତିମ ସଂସ୍କାର କରିବା ପାଇଁ ମଶାଣୀକୁ ଯାଇଥିବା ପୁରୁଷଙ୍କର ଚୁଟି କାଟିବା କିମ୍ବା ଲଣ୍ଡା ହେବାକୁ ପଡିଥାଏ । । ମହିଳା ମାନଙ୍କୁ ଚୁଟି କାଟିବାର ଅନୁମତି ନଥାଏ । ଦିତୀୟରେ ମହିଳା ମାନଙ୍କର ହୃଦୟ ଫୁଲ ଭଳି କୋମଳ ହୋଇଥାଏ । ସେମାନେ ବହୁତ ଶୀଘ୍ର କୌଣସି କଥା ପାଇଁ କାନ୍ଦିବା ଆରମ୍ଭ କରିଦେଇଥାନ୍ତି ।
ଅନ୍ତିମ ସଂସ୍କାର ପାଇଁ ମହିଳା ମାନଙ୍କୁ ସାଙ୍ଗରେ ନେଲେ ସେମାନେ ମୃତ ମଣିଷ ପୋଡା ହେବା ଦେଖି ସେମାନେ କାନ୍ଦିଦେବେ । କାନ୍ଦିବା ଦ୍ଵାରା ମୃତ ଆତ୍ମାକୁ ଶାନ୍ତି ମିଳିନଥାଏ । ସେଥିପାଇଁ ମହିଳା ମାନଙ୍କୁ ଏହି କାମ ପାଇଁ ମଧ୍ୟ ମଶାଣୀକୁ ସାଙ୍ଗରେ ନେଇ ଯାଆନ୍ତି ନାହିଁ । ତୃତୀୟରେ ମହିଳା ମାନଙ୍କୁ ଯଦି ସାଙ୍ଗରେ ନେଇ ଅନ୍ତିମ ସଂସ୍କାର ପାଇଁ ଯାଇଥିବେ । ତେବେ ସେମାନଙ୍କର ହୃଦୟ କୋମଳ ଓ ନରମ ହୋଇଥିବା କାରଣରୁ ସେମାନେ ଶବ ପୋଡା ଦେଖି ଡରିଯିବେ ।
ଏହା ମଧ୍ୟ ଏକ କାରଣ ଯାହା ପାଇଁ ମହିଳାକୁ ସାଙ୍ଗରେ ନେଇ ମଶାଣୀକୁ ଯାଆନ୍ତି ନାହିଁ । ଚତୁର୍ଥରେ ଯେତେ ବେଳେ ପୁରୁଷ ମାନେ ମଶାଣୀରୁ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବେ । ତେବେ ତାଙ୍କ ଗାଧୁଆ ଓ ଗୋଡ ଧୁଆ ପାଇଁ ମଧ୍ୟ ପାଣିର ବ୍ୟବସ୍ତା ମହିଳା ମାନେ ଘର ରହି କରିଥାନ୍ତି । ଯେମିତି ସେମାନେ ନଗାଧୋଇ ଘରକୁ ପ୍ରବେଶ କରିପାରିବେ ନାହିଁ ।
ପଞ୍ଚମରେ ମଶାଣୀରେ ଆତ୍ମା ମାନେ ବାସ କରିଥାନ୍ତି । ଯଦି ନାରୀ ମାନେ ମଶାଣିକୁ ଯିବେ । ତେବେ ତାଙ୍କ ଶରୀରରେ ନକରାତ୍ମକ ଶକ୍ତି ବାସ କରିବାର ସମ୍ଭାବନା ଅଧିକ ଥାଏ । ସେଥିପାଇଁ ମହିଳା ମାନଙ୍କୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ମଶାଣୀକୁ ଯିବା ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍, କମେଣ୍ଟ କରିବେ । ଧନ୍ୟବାଦ