ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଗରୁଡ ପୁରାଣ ରେ ଦାନ ର ଅନେକ ମହତ୍ଵତା ବିଷୟ ରେ କହି ଅଛନ୍ତି । ଦାନ ଦ୍ଵାରା ହିଁ ଧନ ର ବୃଦ୍ଧି ହୋଇଥାଏ । କାରଣ ଅନ୍ୟ ର କଲ୍ୟାଣ ହେତୁ କାମ କରିବା ଦ୍ଵାରା ହିଁ ଲକ୍ଷ୍ମୀ ଙ୍କର ପ୍ରାପ୍ତି ହୋଇଥାଏ । ଯେଉଁ ମଣିଷ ନିଜ ସାମର୍ଥ୍ୟ ଅନୁସାରେ ସମୟ ସମୟ ରେ ଦାନ ଧର୍ମ ଆଦି କରିଥାଏ, ତାହାର କେବେ ମଧ୍ୟ ଦୁର୍ଗତି ହୋଇ ନଥାଏ । ଦାନ କରିବା ଦ୍ଵାରା ହିଁ ମଣିଷ ର ଉଦ୍ଧାର ହୋଇଥାଏ ।
ମଣିଷ ଜୀବନ ରେ ଆଗକୁ ଆସୁଥିବା ବିପଦ ମଧ୍ୟ ଦାନ କରିବା ଦ୍ଵାରା ନଷ୍ଟ ହୋଇ ଯାଇଥାଏ । ଶାସ୍ତ୍ରରେ ଦାନ କୁ ଏକ ଏପରି ଅସ୍ତ୍ର ବୋଲି କୁହାଯାଇଛି, ଯାହା ଦୁର୍ଭାଗ୍ୟ ରୂପୀ ରାକ୍ଷସ ର ଅନ୍ତ କରି ଦେଇଥାଏ ।
ଗରୁଡ ପୂରାଣ ରେ କିଛି ଏପରି ଜିନିଷ ର ଦାନ ଦେବା କଥା କୁହାଯାଇଛି, ଯାହାକୁ ଦାନ କରିବା ଦ୍ଵାରା ମଣିଷ କୁ କେବେ ହେଲେ ଦୁର୍ଭାଗ୍ୟ ର ସମ୍ମୁଖୀନ ହୋଇ ନଥାଏ । ତାହାଛଡା ଯଦି କୌଣସି ସ୍ତ୍ରୀ ଯଦି ଏହି 3ଟି ଜିନିଷ ର ଦାନ କରିଥାଏ, ତେବେ ସେହି ସ୍ତ୍ରୀ ର ସ୍ଵାମୀ ର କେବେ ହେଲେ ଅକାଳ ମୃତ୍ୟୁ ହୋଇ ନଥାଏ ।
ସେହି ସ୍ତ୍ରୀ ସବୁବେଳେ ସୌଭାଗ୍ୟବତୀ ହୋଇ ରହିଥାଏ । କିନ୍ତୁ ଶାସ୍ତ୍ର ରେ କିଛି ଜିନିଷ କୁ ଦାନ କରିବାକୁ ବାରଣ ମଧ୍ୟ କରାଯାଇଛି । କାରଣ ଏହି ଜିନିଷ ଗୁଡିକୁ ଦାନ କରିବା ଦ୍ଵାରା ଜୀବନ ରେ ଦୁର୍ଭାଗ୍ୟ ପ୍ରବେଶ କରିଥାଏ ଓ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯାଇଥାନ୍ତି ।
ଲୁଣ ଏକ ଏପରି ସାମଗ୍ରୀ ଅଟେ, ଯାହାକୁ କୌଣସି ବ୍ରାହ୍ମଣ ଅଥବା ମନ୍ଦିର ରେ ନେଇ ଦାନ କରିବା ଦ୍ଵାରା ରାତା ରାତି ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଥାଏ । ତାହା ବ୍ଯତୀତ ଧଳା ହେଉ ବା କଳାରାଶି ର ଦାନ କରିବା ଦ୍ଵାରା ଜୀବନ ରେ ଥିବା ସମସ୍ଯା ମାନଙ୍କ ରୁ ରକ୍ଷା ମିଳିଥାଏ । ଏହାସହ ମାନସିକ ପୀଡା ତଥା ଶାରୀରିକ ପୀଡା ରୁ ମଧ୍ୟ ମୁକ୍ତି ମିଳିଥାଏ ।
ଏହାସହ ମନୁଷ୍ୟ ର ସମସ୍ତ ପାପ ମଧ୍ୟ ନଷ୍ଟ ହୋଇ ଯାଇଥାଏ । ଗରୁଡ ପୂରାଣ ଅନୁସାରେ ଗୁଡ ଓ ଘିଅ ର ଦାନ କରିବା ଦ୍ଵାରା ମଣିଷ ର କୁଣ୍ଡଳୀ ରେ ସୂର୍ଯ୍ୟ ପ୍ରବଳ ହୋଇ ଯାଇଥାନ୍ତି । ଯାହାଦ୍ୱାରା ସେହି ମଣିଷ ର ଜୀବନ ରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇ ଯାଇଥାଏ ।
ଶିବ ପୂରଣ ଅନୁସାରେ ବିବାହିତ ମହିଳା ମାନଙ୍କୁ ପ୍ରତ୍ଯେକ ସୋମବାର ଦିନ ଶିବାଳୟ କୁ ଯାଇ ସେଠାରେ କଞ୍ଚା କ୍ଷୀର, ଚାଉଳ ଓ ମିଶ୍ରି ଦାନ କରିବା ଉଚିତ । ଏପରି କରିଥିବା ମହିଳା କୁ ଜୀବନ ରେ କେବେ ମଧ୍ୟ ବିଧବା ହେବାକୁ ପଡି ନଥାଏ । ତାହାଛଡା ସେହି ମହିଳା ର ଘର ପରିବାର ରେ ସବୁବେଳେ ସୁଖ ଲାଗି ରହିଥାଏ ।
ମନୁଷ୍ୟ କୁ ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ କାହାକୁ ଟଙ୍କା ଉଦ୍ଧାର ରେ ଦେବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଟଙ୍କା ନେବା ଓ ଆଣିବା ଉଭୟ ଙ୍କ ମଝି ରେ ଶତ୍ରୁତା ଦେଖା ଦେଇଥାଏ । ଏହା ଦ୍ଵାରା ଧନ ର ମଧ୍ୟ ନାଶ ହୋଇଥାଏ । ତାହା ବ୍ୟତୀତ ଘର ର ମହିଳା ମାନଙ୍କୁ କେବେ ମଧ୍ୟ କାହାକୁ ନିଜର ଗହଣା କୁ ଦାନ ରେ ଦେବା ଉଚିତ ହୋଇ ନଥାଏ ।
ଏହାସହ ଅନ୍ୟ କାହର ଗହଣା ମାଗି ଆଣି ମଧ୍ୟ ପିନ୍ଧିବା ଅନୁଚିତ ହୋଇଥାଏ । ଏପରି କରିବା ଦ୍ଵାରା ଜୀବନ ରେ ଦରିଦ୍ରତା ପ୍ରବେଶ କରିଥାଏ । ତୃତୀୟ ରେ ମନୁଷ୍ୟ କୁ କେବେ ମଧ୍ୟ ନିଜର ଘଣ୍ଟା କୁ କାଢି କାହାକୁ ଦେବା ଉଚିତ ଉଚିତ ହୋଇ ନଥାଏ । ଏହା ଦ୍ଵାରା ଭାଗ୍ୟ ମଧ୍ୟ ଦୂରେଇ ଯାଇଥାଏ ।
ଚତୁର୍ଥ ରେ କେବେ ମଧ୍ୟ କାହାକୁ ପୂଜା ଘରରୁ ଶଙ୍ଖ ଦେବା ଉଚିତ ହୋଇ ନଥାଏ । ବା କାହା ଘରୁ ମାଗି ଆଣି ଶଙ୍ଖ ପୂଜା କରିବା ମଧ୍ୟ ଉଚିତ ହୋଇ ନଥାଏ । କାରଣ ଶଙ୍ଖ କୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର ପ୍ରତୀକ ମନା ଯାଇଥାଏ । ଅନ୍ୟ କୁ ଶଙ୍ଖ ଦେବା ଦ୍ଵାରା ଘରୁ ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି ।
ପଞ୍ଚମ ରେ କୌଣସି ମହିଳା କୁ କେବେ ମଧ୍ୟ କାହାକୁ ନିଜ ସିନ୍ଦୁର କୁ ଲଗାଇବା ପାଇଁ ଦେବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ସ୍ବାମୀର ଜୀବନ ବିପଦ ରେ ପରିପୂର୍ଣ୍ଣ ହୋଇ ଯାଇଥାଏ । ଷଷ୍ଠ ରେ ବିବାହିତ ମହିଳା ମାନଙ୍କୁ କେବେ ମଧ୍ୟ ନିଜର ବିବାହ ବସ୍ତ୍ର କେବେ ମଧ୍ୟ କାହାକୁ ଦେବା ଉଚିତ ହୋଇ ନଥାଏ ।
ଏହାକୁ ସବୁବେଳେ ସମ୍ଭାଳି ରଖିବା ଉଚିତ । ଏହା ବ୍ଯତୀତ ମହିଳା ମାନଙ୍କୁ କେବେ ମଧ୍ୟ କାହାକୁ ନିଜ ଚୁଡି ଦାନ ରେ ଦେବା ଉଚିତ ହୋଇ ନଥାଏ । କାରଣ ଏହା ଦ୍ଵାରା ମହିଳା ର ସୌଭାଗ୍ୟ ତା ଠାରୁ ଦୂରେଇ ଯାଇଥାଏ । ଓ ଜୀବନ ରେ ଦରିଦ୍ରତା ପ୍ରବେଶ କରିଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ