ଘରେ ମୂଷା ରହିବା ଶୁଭ ନା ଅଶୁଭ ସଂକେତ ଦେଇଥାଏ, ଏହି ସଂକେତ ନ ଜାଣିଲେ ପରେ ଅସୁବିଧା ରେ ପଡିବେ ଆପଣ – Sakuna Shastra

ବନ୍ଧୁଗଣ ଆଜି ଆମେ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୂଷା ବିଷୟରେ କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ । ଭଗବାନ ଗଣେଶ ଙ୍କୁ ବୁଦ୍ଧି ଏବଂ ଜ୍ଞାନର ଦେବତା ବୋଲି ମନାଯାଏ ତାଙ୍କର ବାହନ ମୂଷା ହୋଇଥାଏ । ଆଊ ଯେଉଁ ପ୍ରକାରରେ ମୂଷା କୌଣସି ବସ୍ତୁ କୁ କାଟି ଛୋଟ ଛୋଟ ଖଣ୍ଡ କରିଦିଏ ଠିକ ସେହି ପ୍ରକାରରେ ଆମକୁ ବି ବୁଦ୍ଧିର ପ୍ରଭାବରେ ଜୀବନରେ ସବୁ ସମସ୍ୟାକୁ ଅଲଗା ଅଲଗା କରି ବିଶ୍ଳେଷଣ କରିବା ଦରକାର । ଯାହା ଦ୍ଵାରା ସତ୍ୟ ଆଊ ଜ୍ଞାନ ଦ୍ୱାରା ଠିକ୍ ପ୍ରକାରରେ ପହଞ୍ଚା ଯାଇପାରିବ । ତେବେ ଚାଲନ୍ତୁ ଜାଣିବା ।

କଳା ମୂଷା:- ଯଦି ଘରେ କଳା ମୂଷା ହଠାତ ଅଧିକ ହୋଇଯାଏ ତେବେ ବୁଝିଯାଆନ୍ତୁ ଯେ ଘରର କେଉଁ ସଦସ୍ୟ କୌଣସି ଗମ୍ଭୀର ରୋଗରେ ପୀଡିତ ହୋଇପାରନ୍ତି । ସେଥିପାଇଁ କଳା ମୂଷାକୁ ଘରୁ ବାହାର କରିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ ।

କାଠ ଜିନିଷ:- ଯଦି ଘରେ ମୂଷା କାଠ ଜିନିଷ ଗୁଡ଼ିକ କାଟିବା ଆରମ୍ଭ କରିଦିଏ ତେବେ ଏହାର ଅର୍ଥ ସେହି ଘରେ କୌଣସି ଖରାପ ବା ଦୁଃଖର ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ଆପଣ ପ୍ରଭୁ ଗଣେଶଙ୍କୁ ପାର୍ଥନା କରନ୍ତୁ ।

କ୍ଷୀରଦାନ୍ତ:- ଯଦି ଆପଣଙ୍କ ଘରେ କୌଣସି ଛୋଟ ପିଲା ଅଛି ଏବଂ ସେହି ପିଲାର କ୍ଷୀର ଦାନ୍ତ ଭାଙ୍ଗିବା ପରେ ମୂଷା ନେଇଯାଇଛି ତେବେ ଏହା ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା ଦ୍ବାରା ଶିଶୁର ଜୀବନରେ କେବେ ମଧ୍ୟ କୌଣସି ଅଭାବ ରହିବ ନାହିଁ । ଏବଂ ଶିଶୁଟି ନିଜ ଜୀବନରେ ବହୁତ ସଫଳତା ହାସଲ କରିବ ।

ପିମ୍ପୁଡ଼ି:- ବନ୍ଧୁଗଣ ପିମ୍ପୁଡ଼ି କୁ ଶୁଭ ବୋଲି କୁହାଯାଇଥାଏ କିନ୍ତୁ ରଙ୍ଗ ପିମ୍ପୁଡ଼ି ଘରକୁ ଆସିବା ଅଶୁଭ ହୋଇଥାଏ । ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ରଙ୍ଗ ପିମ୍ପୁଡ଼ି ଘରକୁ ଆସିବା ଅଶୁଭ ହୋଇଥାଏ । କିନ୍ତୁ କଳା ପିମ୍ପୁଡ଼ି ଘରକୁ ଆସିବା ବହୁତ ଶୁଭ ହୋଇଥାଏ । ଏହା ଘରର ଉନ୍ନତି ହେବାର ସଂକେତ ଦେଇଥାଏ ।

ଧଳା ମୂଷା:- ଯଦି ଘରେ ଧଳା ମୂଷା ଦେଖୁଛନ୍ତି ତେବେ ତାହାକୁ ମାରନ୍ତୁ ନାହିଁ କାରଣ ଏହା ସ୍ଵୟଂ ମାତା ଲକ୍ଷ୍ମୀ ଙ୍କ ରୂପ ହୋଇଥାଏ । ଏହି ମୂଷା ଘରେ ରହିବ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ଏହି ମୂଷା ଯେଉଁ ଘରେ ରହିଥାଏ ସେହି ଘରେ ଧନ ସମ୍ପତି ବୁଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *