ଯଦି ନିଜ ଲୋକ ଦୁଃଖ ଦିଅନ୍ତି କାହାକୁ କହି ହୁଏନା କି ସାହି ହୁଏନା, ଜାଣନ୍ତୁ ଏମିତିରେ ଆପଣ କ’ଣ କରିବେ ? (Best Motivational Tips)

ବନ୍ଧୁଗଣ ଜୀବନ କୁ ସରସ ସୁନ୍ଦର କରିବା ପାଇଁ ଜୀବନ ରେ କିଛି ଅମୂଲ୍ୟ ବାଣୀ ମାନଙ୍କୁ ମାନି ଚାଲିବା ଉଚିତ୍ । ସେହି ପରି ଅମୂଲ୍ୟ ମହତ୍ ବାଣୀ ମାନଙ୍କ ମଧ୍ୟରୁ ଆଜି ଆମେ ଆପଣ ମାନଙ୍କୁ ଏପରି 5 ଟି କଥା କୁ ଏକ ଛୋଟ ଗଳ୍ପ ସହାୟତା ରେ ଉପସ୍ଥାପନା କରିବାକୁ ଯାଉଛୁ । ଯାହା କୁ ଯଦି ଆପଣ ଜୀବନ ରେ ପ୍ରୟୋଗ କରନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ସୁନ୍ଦରତା ରେ ଭରିଯିବ ।

ଏକଦା ଏକ ମାଜିଷ୍ଟେଟ୍ ଷ୍ଟେସନ୍ ରୁ ଓହ୍ଲାଇ ଏକ କୁଲି ସହ ନିଜ ଘରକୁ ଯାଉଥିଲେ । କୁଲି ମାଜିଷ୍ଟେଟ ଙ୍କ ଠାରୁ ନିଜ ପାରିଶ୍ରମିକ ଅନୁସାରେ 5 ଟଙ୍କା ନେବ ବୋଲି କହିଥାe । ଏପରି ରେ ମଝି ରାସ୍ତା ମାଜିଷ୍ଟ୍ରେଟ ଜଣକ କୁଲି କୁ କହିଲେ କି ଭାଇ ମୁ ତୁମକୁ ପାଞ୍ଚଟି ଏପରି କଥା କହିବି ଯାହା ଦ୍ଵାରା ତୁମ ଜୀବନ ବଦଳି ଯିବ ।

କିନ୍ତୁ ମୁଁ ଏକ କଥା ପାଇଁ ଏକ ଟଙ୍କା ନେବି । ଏହା ଶୁଣି କୁଲି ଜଣକ ମାଜିଷ୍ଟ୍ରେଟ ଙ୍କୁ କହିଲା ଆଜ୍ଞା ମୁଁ ଆପଣ ଙ୍କୁ ଏକ ଟଙ୍କା ଦେବି କିନ୍ତୁ ଆପଣ ମୋତେ ସେହି କଥା ଗୁଡ଼ିକ କୁହନ୍ତୁ । ଏହା ଶୁଣି ମାଜିଷ୍ଟ୍ରେଟ ପ୍ରଥମେ କହିଲେ କେବେ ମଧ୍ୟ 5 ଜଣ ତଥା ଏକତ୍ରିତ ହୋଇଥିବା ଲୋକ ମାନଙ୍କ କଥା କୁ ହେଳା ନ କରିବ । ଦ୍ୱିତୀୟ ରେ ଫୋପାଡିବା ସମୟ ରେ ସବୁ କିଛି ଦେଖି ଚାହିଁ କରି ଫୋପାଡ଼ିବ ।

ତୃତୀୟ ରେ ସ୍ତ୍ରୀ କୁ ସବୁବେଳେ ମିଛ କହିବ । ଚତୁର୍ଥ ରେ ପୋଲିସ ଆଗରେ ସବୁବେଳେ ସତ କହିବ । ଶେଷ ରେ ଯାହା କହିଥିବ ତାହାକୁ ସର୍ବଦା ପାଳନ କରିବ । ଏତିକି କହୁ କହୁ ମାଜିଷ୍ଟ୍ରେଟ ଙ୍କ ଘର ମଧ୍ୟ ହୋଇଗଲା । ଏହା ପରେ କୁଲି ସେଠାରେ ଜିନିଷ ଗୁଡିକୁ ରଖିବା ସମୟ ରେ ମାଜିଷ୍ଟ୍ରେଟ ଜଣକ କୁଲି କୁ ଟଙ୍କା ଦେବା ସମୟ ରେ କୁଲି ନିଜ କଥା ଅନୁସାରେ ମନା କଲା ଓ କହିଲା ଥାଉ ଆଜ୍ଞା ଆପଣ 5 ଟଙ୍କା ଦେଇଥାନ୍ତେ ଓ ମୁଁ ମଧ୍ୟ ଆପଣ ଙ୍କୁ କଥା ବାବଦ ରେ 5 ଟଙ୍କା ଦେଇଥାନ୍ତି, ତେଣୁ ଆପଣ ହିଁ ଏହାକୁ ରଖି ଦିଅନ୍ତୁ ।

ଏହା କହି କୁଲି ସେଠାରୁ ଚାଲିଗଲା । ବାଟ ରେ କିଛି ଲୋକ ଏକତ୍ରିତ ହୋଇ କୁଲି କୁ ଡାକି କହିଲେ ଏହି ସନ୍ୟାସୀ ଜଣକ ଙ୍କର ମୃତ୍ୟୁ ହୋଇ ଯାଇଛି ତେଣୁ ତୁ ଏହି ସନ୍ୟାସୀ ଙ୍କୁ ନେଇ କୌଣସି ଏକ ସ୍ଥାନରେ ପୋତି ଦେ । ଏହି ସମୟ ରେ କୁଲି ଙ୍କୁ ସେହି ମାଜିଷ୍ଟ୍ରେଟ ଙ୍କ କଥା ମନେ ପଡ଼ିଲା, ତେଣୁ ସେ ଲୋକ ମାନଙ୍କ କଥା କୁ ଅବହେଳା ନ କରି ସନ୍ୟାସୀ ଜଣକ ଙ୍କୁ ନେଇ ଏକ ସ୍ଥାନ ରେ ପୋତି ଦେଲା ।

ସେ ସମୟ ରେ ସେ ଯେତେବଳେ ସନ୍ୟାସୀ ଙ୍କ ଜିନିଷ ପତ୍ର ଗୁଡିକୁ ଫୋପାଡିବା ସମୟ ପୁଣି କୁଲି କୁ ମାଜିଷ୍ଟ୍ରେଟ ଙ୍କର କଥା ମନେ ପଡିଗଲା ସେ ସମୟ ରେ କୁଲି ସେଗୁଡିକୁ ଫୋପଡ଼ିବା ପୂର୍ବରୁ ଥରେ ଖୋଲିଲା । କୁଲି ଦେଖିଲା କି ସନ୍ୟାସୀ ଙ୍କର ପୁଟୁଳି ସୁନା ହୀରା ତଥା ବିଭିନ୍ନ ପ୍ରକାରର ର ରତ୍ନ ମାନଙ୍କ ରେ ପରିପୂର୍ଣ୍ଣ ହୋଇ ରହିଛି । ଏହା ଦେଖି କୁଲି ଖୁସି ହୋଇ ସେହି ରତ୍ନ ଗୁଡିକୁ ନିଜ ପାଖରେ ରଖି ଦେଇ ସନ୍ୟାସୀ ଙ୍କ ବଳକା ଜିନିଷ ମାନଙ୍କୁ ଫିଙ୍ଗି ଦେଲା ।

ସେହି ରତ୍ନ ମାନଙ୍କ ସହାୟତା ରେ କୁଲି ଏକ ସୁନ୍ଦର ରାଜମହଲ ସମାନ ଘର ଟିଏ ତିଆରି କଲା । ଏହା ଦେଖି ଦିନେ ଗ୍ରାମ ର ସବୁ ମହିଳା ମାନେ ପୋଖରୀ କୂଳରେ ସ୍ନାନ ସମୟ ରେ କୁଲି ର ସ୍ତ୍ରୀ କୁ ପଚାରିଲେ କି ତୋ ସ୍ବାମୀ ଅଚାନକ ଏତେ ଧନ କେଉଁଠାରୁ ଆଣିଲା । କୁଲି ର ସ୍ତ୍ରୀ କହିଲା ମୁଁ ଜାଣି ନାହିଁ । ବୁଝିକି ତୁମ ମାନଙ୍କୁ କହିବି । ଏହା ପରେ ଯେତେବେଳେ କୁଲି ର ସ୍ତ୍ରୀ ଘରକୁ ଯାଇ କୁଲି କୁ ପଚାରିଛି, କୁଲି କିଛି କହିବା ପୂର୍ବରୁ ପୁଣି କୁଲି କୁ ସେହି ମାଜିଷ୍ଟ୍ରେଟ ବାବୁ ଙ୍କର କଥା ମନେ ପଡ଼ିଲା ।

ସେ କହିଥିଲେ କି ସ୍ତ୍ରୀ କୁ ମିଛ କହିବୁ । କୁଲି ଜଣକ ସଙ୍ଗେ ସଙ୍ଗେ କଥା କୁ ବୁଲାଇ ଦେଇ କହିଲା ଅଚାନକ ଏକ ଦିନ ମୁଁ ଜଙ୍ଗଲ ରେ ବସିଥିବା ସମୟ ରେ ଶୂନ୍ୟ ରେ ଆକାଶ ବାଣୀ ହେଲା କି ଯଦି ତୁ ସିଝୁ ବୁଦା ରୁ ସିଝୁ  କ୍ଷୀର ନେଇ ତୋ ଆଖିରେ ପକାଉ ତେବେ ତୋର କଲ୍ୟାଣ ହେବ । ସେତେବେଳେ କୁଲି ମଧ୍ୟ ଆକାଶ ବାଣୀ ଅନୁସାରେ ଯାଇ ନିଜ ଆଖି ରେ ସିଝୁ କ୍ଷୀର ପକାଇଥିଲା କିଛି ସମୟ ପରେ କେହି ଜନେଆସି ତାକୁ ଏତେ ସବୁ ଧନ ରତ୍ନ ମାନ ଦେଇ ଯାଇଥିଲା ।

ଏହା କହି କୁଲି ତା ସ୍ତ୍ରୀ କୁ ଏହି କଥା ଅନ୍ୟ କାହା ସମ୍ମୁଖ ରେ କହିବାକୁ ମନା କରିଥିଲା । କିନ୍ତୁ କୁଲି ର ସ୍ତ୍ରୀ ର ପେଟ ରେ ଏହି କଥା ରହି ନଥିଲା, ତେଣୁ ସେ ଏହି କଥା କୁ ପର ଦିନ ସକାଳେ ସ୍ନାନ ସମୟ ରେ ଅନ୍ୟ ସ୍ତ୍ରୀ ମାନଙ୍କୁ କହି ଦେଇଥିଲା ।

ଅନ୍ୟ ସ୍ତ୍ରୀ ମାନେ ଧନ ର ଲୋଭ ରେ ନିଜ ନିଜ ସ୍ଵାମୀ ମାନଙ୍କୁ ସେହି ପରି ଜଙ୍ଗଲ କୁ ଯାଇ ନିଜ ନିଜ ଆଖିରେ ସିଝୁ କ୍ଷୀର ପକାଇବାକୁ କହିଥିଲେ । ସ୍ତ୍ରୀ ମାନଙ୍କ କଥା ରେ ଯେତେବେଳେ ତାଙ୍କ ସ୍ଵାମୀ ମାନେ ନିଜ ନିଜ ଆଖିରେ ସିଝୁ ଗଛ ର କ୍ଷୀର କୁ ପକାଇଲେ,

ସେ ସମୟ ରେ ସେମାନଙ୍କ ଦ୍ରୁଷ୍ଟି ଶକ୍ତି ଚାଲି ଯାଇଥିଲା । ଏହା ଦେଖି ସମସ୍ତେ ରାଗି ଯାଇ କୁଲି ଓ କୁଲି ର ସ୍ତ୍ରୀ ନାମ ରେ ଯାଇ ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ପଚାରିଥିବା ରୁ କୁଲି ମାଜିଷ୍ଟେଟ ଙ୍କ ଶେଷ କଥା ଅନୁସାରେ ପୋଲିସ ବାବୁ ଙ୍କୁ ଆରମ୍ଭ ରୁ ନେଇ ସମସ୍ତ କଥା ସତ ସତ ରେ କହି ଦେଇଥିଲା । ତେବେ ବନ୍ଧୁଗଣ ଦେଖିଲେ ତ ବୁଝି ବିଚାରୀ କାମ କଲେ ଓ ନ କଲେ କେଉଁ ଭଳି ପରିଣାମ ଭୋଗ କରିବାକୁ ପଡିଥାଏ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କେଉଁ ଭଳି ଲାଗିଲା, ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *