ସକାଳୁ ଖାଲି ପେଟରେ ଲିମ୍ବ ପତ୍ର ଖାଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ଜଲ୍ଦି ଦେଖନ୍ତୁ ( Healthy Tips )

ବନ୍ଧୁଗଣ ଯଦି ଆପଣଙ୍କ ଘରେ ବା ଘର ପାଖରେ ନିମ୍ବ ଗଛ ରହିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଏହା ଏଭଳି ଏକ ଚମତ୍କାରି ଗଛ ଆମ ବିଭିନ୍ନ ପ୍ରକାରର ରୋଗକୁ ମୂଳରୁ ଶେଷ କରିବାରେ ସାହାଯ୍ୟ କରିଥାଏ । ଏହି ଗଛର ପତ୍ର ସହିତ ଏହାର ଛାଲ, ଡାଳ ଆଦି ସବୁ କିଛି ଆମ ଶରୀରରେ ଥିବା ଛୋଟ ରୁ ବଡ ରୋଗର ଚିକିତ୍ସା କରିବାରେ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆଜି କାଲି ଆସୁଥିବା ପ୍ରାୟତଃ ଔଷଧ ରେ ନିମ୍ବ ଗଛର ପତ୍ର ଏବଂ ତାର ଛାଲ ବ୍ୟବହାର କରାଯାଉଛି ।

କେବଳ ସେତିକି ନୁହେଁ ଏହା ଆମ ତ୍ଵଚାକୁ କୋମଳ ଏବଂ ସୁନ୍ଦର ମଧ୍ୟ କରିଥାଏ । ଏହି ନମ୍ବରେ ଅନେକ ଔଷଧୀୟ ଗୁଣ ରହିଥାଏ । ଆୟୁର୍ବେଦ ରେ ଏହା ବହୁତ ବଡ଼ ଚମତ୍କାରି ଗଛ ବୋଲି କୁହାଯାଇଥାଏ । କାରଣ ଏହାକୁ ଦୀର୍ଘ ହଜାର ହଜାର ବର୍ଷ ତଳୁ ଉପଯୋଗ କରାଯାଉଛି । ଯାହାକି ଆମର ଶରୀରର ଅନେକ ରୋଗକୁ ମୂଳରୁ ଶେଷ କରିଦେଇଥାଏ । ତେବେ ନିମ୍ବ ଆମ ଶରୀର ପାଇଁ କେତେ ଉପକାରୀ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଯଦି ଆପଣଙ୍କୁ କୌଣସି ପ୍ରକାରର ଚର୍ମ ରୋଗ ର ସମସ୍ୟା ରହିଛି ବା ତ୍ଵଚା ରେ କିଛି ଦାଗ ବା ବ୍ରଣ ହେଉଛି । ବା ଯାଦୁ କାଛୁ ଭଳି ସମସ୍ୟା ମାନ ଦେଖାଯାଉଛି ତେବେ ଆପଣ ଏହି ନିମ୍ବ ପତ୍ରର ପ୍ରୟୋଗ କରିପାରିବେ । ଏହା ଆପଣଙ୍କ ପାଇଁ କୌଣସି ରାମବାଣ ଉପଚାର ଠାରୁ କମ ନୁହେଁ । ଆପଣ ନିମ୍ବ ପତ୍ରର ପେଷ୍ଟ ପ୍ରସ୍ତୁତ କରି ଏହାକୁ ନିଜର ମୁହଁରେ ଲଗାନ୍ତୁ ଦେଖିବେ ଖୁବ କମ ସମୟରେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ସକାଳୁ ଖାଲି ପେଟରେ ନିମ୍ବ ପତ୍ରର ଦୁଇଟି ପତ୍ରକୁ ଚୋବାଇ ଖାଇନେବେ ତେବେ ଏହା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବରେ କରିଥାଏ । ଏବଂ ଆପଣଙ୍କ ଶରୀରରେ ରକ୍ତ କଣିକା କୁ ମଧ୍ୟ ପରିଷ୍କାର କରିଥାଏ । ଯାହା ଫଳରେ ଆପଣଙ୍କ ଶରୀରରେ ରକ୍ତର ଅଭାବ ହୋଇନଥାଏ । ନିମ୍ବ ପତ୍ର ପିତା ହୋଇଥାଏ ତେଣୁ ଆପଣ ଏହା ସହିତ କିଛି ମହୁ ମିଶାଇ ଖାଇପାରିବେ ।

ଯଦି ଆପଣଙ୍କୁ ଗ୍ୟାସ ବା ଏସିଡିଟୀ ଭଳି ସମସ୍ୟା ଦେଖାଦେଉଛି ତେବେ ଆପଣ ପ୍ରତିଦିନ ସକାଳେ ନିମ୍ବ ପତ୍ରର ଜୁସ ବନାଇ ପିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଗ୍ୟାସ, ଏସିଡିଟୀ ଭଳି ସମସ୍ୟା ଦୂର ହେବ । ଯଦି ଆପଣଙ୍କୁ କବଜ ବା କଷ୍ଠକଥିନ୍ୟ ଭଳି ସମସ୍ୟା ରହିଛି ତେବେ ମଧ୍ୟ ଆପଣ ଏହି ଜୁସ ବନାଇ ପିଅନ୍ତୁ । ଦେଖିବେ ଏହା ଦ୍ୱାରା ଆପଣଙ୍କ ପେଟ ଖୁବ ଭଲ ଭାବରେ ସଫା ହୋଇଯିବ ।

ଯେଉଁ ବ୍ୟକ୍ତି ମାନଙ୍କୁ ସବୁବେଳେ ଥଣ୍ଡା, ଜ୍ଵର ଲାଗିରହୁଛି । ଏବଂ ଇଉରିନ ଇନ୍ଫେକ୍ସନ ହେଉଛି ସେମାନେ ସକାଳୁ ଉଠିବା ମାତ୍ରେ ନିମ୍ବ ପତ୍ରର ଦୁଇଟି ପତ୍ର ଖାଇ ଦିଅନ୍ତୁ । ଏହା ଆପଣଙ୍କ ଥଣ୍ଡା କୁ କାଟି ଥାଏ । ଏବଂ ଶରୀରରେ ଥିବା ଜର୍ମ ମାନଙ୍କୁ ମଧ୍ୟ ନଷ୍ଟ କରିଥାଏ । ଯେଉଁ ମାନଙ୍କୁ କେସ ସମସ୍ୟା ରହିଛି ସେମାନେ ମଧ୍ୟ ନିମ୍ବ ପତ୍ରର ବ୍ୟବହାର କରିପାରନ୍ତି । ଏହା ଆପଣଙ୍କ କେଶ ସମସ୍ୟା ଦୂର କରିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *