ନମସ୍କର ବନ୍ଧୁଗଣ । ଆମ ପରିବାର ତରଫ ରୁ ଆପଣ ମାନଙ୍କୁ ଆସୁଥିବା ନୂଆବର୍ଷ ର ହାର୍ଦିକ ଅଭିନନ୍ଦନ । ପ୍ରତ୍ଯେକ ବ୍ୟକ୍ତି ପାଇଁ ବର୍ଷ ର ପ୍ରଥମ ଦିନ ବା ନୂଆବର୍ଷ ର ନୂତନ ଦିନର ଅନେକ ମହତ୍ଵ ରହିଥାଏ । ସମସ୍ତଙ୍କ ମନରେ ନୂଆବର୍ଷ କୁ ନେଇ ଅନେକ ଆଶା ତଥା ଉତ୍ସାହ ଭରି ରହିଥାଏ । ଏହାସହ ସମସ୍ତଙ୍କ ମନରେ ଏକ ନୂଆ ଆରମ୍ଭ କୁ ନେଇ ଅନେକ ଇଛା ଭରି ହୋଇ ରହିଥାଏ । ତାହାଛଡା ଲୋକ ମାନଙ୍କ ମନରେ ଏପରି ମଧ୍ୟ ରହିଥାଏ କି, ବର୍ଷ ର ପ୍ରଥମ ଦିନ ଟି ଯେପରି ଥାଏ, ସଂପୂର୍ଣ୍ଣ ବର୍ଷ ଟି ସେହିପରି ବିତି ଥାଏ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ବିଷୟ ଯାହା ଦ୍ଵାର ଆପଣ ଜାଣି ପାରିବେ କି ନୂଆବର୍ଷ ଦିନ ଏପରି କଣ କରିବା ଦ୍ଵାର ସାରା ବର୍ଷରେ ଥିବା ସମସ୍ତ ସମସ୍ଯା ରୁ ମୁକ୍ତି ମିଳିଥାଏ । ତାହାସହ ଆପଣ ଜାଣି ପାରିବେ କି ନୂଆବର୍ଷ ଦିନ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ମାତା ଲକ୍ଷ୍ମୀ ସାରା ବର୍ଷ ପାଇଁ ଘରକୁ ଆକର୍ଷିତ ହୋଇ ଆସିଥାନ୍ତି ।
କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଏକ ବିଶେଷ କଥା କି ଆପଣ ନୂଆବର୍ଷ ପୂର୍ବରୁ ଘର କୁ ଝଡା ପୋଛା କରି ସ୍ଵଚ୍ଛ କରି ଦେବା ଉଚିତ । ଏହା ସହ ଘରେ ଥିବା ପୁରୁଣା ବା ଭଙ୍ଗା ସାମଗ୍ରୀ ମାନଙ୍କୁ ମଧ୍ୟ ଘରୁ ବାହାର କରି ଦିଅନ୍ତୁ ।
ଏହାସହ ଘର ର ବାତାବରଣ କୁ ସ୍ଵଚ ଓ ପବିତ୍ର ରଖିବା ପାଇଁ ଆପଣ ଘର ର ଆଖ ପାଖରେ ଗଛ ଲଗାଇବା ସହ ଘରର ସମସ୍ତ ସ୍ଥାନ ରେ ଅତର ପକାଇ ସୁବାସିତ କରି ଦିଅନ୍ତୁ । ଏହା ଦ୍ଵାରା ଘର କୁ ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥା’ନ୍ତି ।
ବନ୍ଧୁଗଣ ନୂଆବର୍ଷ ଦିନ ଘରକୁ ବିଘ୍ନହର୍ତା ଭଗବାନ ଶ୍ରୀ ଗଣେଶ ଙ୍କର ବିଗ୍ରହ ଆଣିବା ଦ୍ଵାରା ଜୀବନରେ ହେବାକୁ ଥିବା ସମସ୍ତ ବିଘ୍ନ ରୁ ମୁକ୍ତି ମିଳିଥାଏ । ଦ୍ଵିତୀୟ ରେ ଏହି ନୂଆ ବର୍ଷ ଦିନ ନଡିଆ ଆଣି ଭାଙ୍ଗିବା ଦ୍ଵାରା ଜୀବନରେ ପ୍ରତ୍ଯେକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇଥାଏ ।
ଏହି ନଡିଆ କୁ ଆପଣ ଘରେ କିମ୍ବା ମନ୍ଦିର ରେ କୌଣସି ସ୍ଥାନ ରେ ମଧ୍ୟ ଭାଙ୍ଗି ପାରିବେ । ତୃତୀୟରେ ନୂଆବର୍ଷ ଦିନ ଶ୍ରୀ କୃଷ୍ଣଙ୍କ ନାମ ନେଇ ଘରକୁ ମୟୂର ପଙ୍ଖ କିଣି ଆଣିବା ଦ୍ଵାରା ଜୀବନରେ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ ।
ଚତୁର୍ଥ ରେ ନୂଆବର୍ଷ ଦିନ ଗହରକୁ ମନିପ୍ଳାଣ୍ଟ ଗଛ କିଣି ଆଣିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଟାଣି ହୋଇ ଆସିଥାଏ । ଶେଷ ରେ ଏହି ନୂଆବର୍ଷ ଦିନ ଘରକୁ ବଜରଙ୍ଗ ବାଲି ଙ୍କର ଫୋଟୋ କିଣି କରି ଆଣନ୍ତୁ । ଏବଂ ଏହାକୁ ଘରର ମୁଖ୍ୟ ଦ୍ଵାରରେ ନିଶ୍ଚୟ ଲଗାନ୍ତୁ । ଏପରି କରିବା ଦ୍ଵାରା ଜୀବନରେ କୌଣସି ପ୍ରକାରର କିଛି ଭାରି ତଥା କୁଦୋଷ ଦେଖିବାକୁ ମିଳି ନ ଥାଏ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ