ବନ୍ଧୁଗଣ ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ପାଇବା ବହୁତ କଷ୍ଟକର ହୋଇଗଲାଣି । ଯଦି ଆପଣ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଯାଇଛି ବଡ଼ ସୁଯୋଗ । ପୋଲିସ ବିଭାଗରେ ୧୪୪ ଜଣ ଛାତ୍ର ଛାତ୍ରୀ ଙ୍କୁ ନିଯୁକ୍ତି ଦିଆଯିବ । ସମ୍ମାନିତ ଆଇପିଏସ ଅଫିସର ସୁଧାଂଶୁ ଷଢ଼ଙ୍ଗି ସୂଚନା ଦେଇଛନ୍ତି ।
ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଟୁଇଟର ଦ୍ଵାରା ସେୟାର କରିଛନ୍ତି । ସେ ଲେଖିଛନ୍ତି କମ୍ପ୍ୟୁଟର ଇଞ୍ଜିନିୟରିଂ,ଆଇଟି, ଏବଂ ଆନୁଷଙ୍ଗିକ ପୃଷ୍ଠଭୂମି ଥିବା ୧୪୪ ଜଣ ସ୍ନାତକଙ୍କୁ ଆଧାରିତ କରାଯାଇଥିବା କମ୍ପ୍ୟୁଟର ପରୀକ୍ଷା ଦ୍ଵାରା ଓଡ଼ିଶା ପୋଲିସ ଏହାର ବୈଶୈକ ଶାଖାରେ ନିଯୁକ୍ତି କରାଇବେ । ଏଥିପାଇଁ ଅନଲାଇନରେ ଆସିଥିବା ଫର୍ମ ପାଇଁ ରେ ଆବେଦନ କରିବାକୁ ପଡ଼ିବ ।
ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ପତ୍ରୀ ମାନଙ୍କୁ ଡିସେମ୍ବର ୧୩ ତାରିଖରୁ ୨ ଜାନୁଆରୀ ୨୦୨୨ ଭିତରେ ଆବେଦନ କରିବାକୁ ପଡ଼ିବ । ଏଥିରେ କେବଳ ଅନଲାଇନ ଆବେଦନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ଯଦି ଆପଣ ମଧ୍ୟ ଦେଶ ପାଇଁ ସେବା କରିବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗ କୁ ହାତଛଡ଼ା କରନ୍ତୁ ନାହିଁ ।
ଆପଣ ଯଦି ବହୁତ ସମୟ ଧରି ଓଡ଼ିଶା ପୋଲିସ ରେ କାମ କରିବାକୁ ଚେଷ୍ଟା କରୁଥିଲେ ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ । ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ପ୍ରଥମେ ଆପଣଙ୍କୁ ଓଡ଼ିଶା ପୋଲିସ ୱେବସାଇଟ କୁ ଯିବାକୁ ହେବ ସେଠାରେ ଆପଣ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଫର୍ମ ପୂରଣ କରନ୍ତୁ ।
ପୋଲିସ ଚାକିରି କରିବା ପାଇଁ ଦଶମ ଦ୍ଵାଦଶ ପାସ ହୋଇଥିବା ଦରକାର ହୋଇଥାଏ । ଆପଣ କଳା, ବାଣିଜ୍ୟ, ବିଜ୍ଞାନ ଯେକୌଣସି ପାଠ ପଢ଼ିଥିଲେ ମଧ୍ୟ ପୋଲିସ ଚାକିରି ପାଇଁ ଆବେଦନ କରିପାରିବେ । ଯଦି ଆପଣଙ୍କ କୌଣସି ବନ୍ଧୁ ବା ପରିବାରର ସଦସ୍ୟ ଏହି ଚାକିରି ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ଏହି ପୋଷ୍ଟ ଟି ସେୟାର କରି ତାଙ୍କୁ ସୂଚନା ଦିଅନ୍ତୁ । ଏହା ବିଷୟରେ ଅଧିକ ଜାଣିବା ପାଇଁ ପୋଲିସ ଅଧିକାରୀ ୱେବସାଇଟ ଯାଇ ଦେଖିପାରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।