ନମସ୍କାର ବନ୍ଧୁଗଣ । ପ୍ରାଚୀନ କାଳରେ ମୁନି ରୁଷି ମାନଙ୍କର ମାନ୍ୟତା ଥିଲା କି ପ୍ରକୃତି ମନୁଷ୍ୟ କୁ ସମୟ ସମୟରେ ସୁଖ ଦୁଃଖ ଆସିବା ପୂର୍ବରୁ କିଛି ବିଶେଷ ସଂକେତ ମାନ ଦେଇଥାଏ । କିନ୍ତୁ ଆମେ ଏହି ସଂକେତ ମାନ କୁ ବୁଝି ନ ପାରୁ ଯଦି ତେବେ ଆମକୁ ଏହାର ଶୁଭ ଫଳାଫଳ ମିଳି ପାରି ନଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ସେହି ପକ୍ଷୀ ମାନଙ୍କ ବିଷୟରେ ଯେଉଁ ମାନେ ଘରକୁ ଆସିଲେ ମିଳିଥାଏ ଅତି ଶୁଭ ସଂକେତ । ତାହାଛଡା ସେହି ସଂକେତ ଗୁଡିକ କଣ କଣ ହୋଇଥାଏ ।
ବନ୍ଧୁଗଣ ପ୍ରଥମ ଟି ହେଉଛି ପାରା । ପାରା କୁ ପକ୍ଷୀ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ହିଁ ଶୁଭ ପକ୍ଷୀ ବୋଲି କୁହାଯାଇଥାଏ । ଏହା ସୁଖ ଓ ଶାନ୍ତି ର ପ୍ରତୀକ ବୋଲି କୁହାଯାଇ ଥାଏ । ପାରା ଯେଉଁ ଘରକୁ ଯାଏ ସେହି ଘରେ ସୁଖ ଶାନ୍ତି ଲାଗି ରହିଥାଏ । ତଥା ମା ଲକ୍ଷ୍ମୀ ଙ୍କର ମଧ୍ୟ ସେହି ଘରକୁ ଆଗମନ ହୋଇଥାଏ । ଦ୍ଵିତୀୟ ଟି ହେଉଛି କାଉ ।
ଯେଉଁ ଘର କୁ ପ୍ରତ୍ଯେକ ଦିନ କାଉ ର ଆଗମନ ହୋଇଥାଏ ବା ଯେଉଁ ଘରେ ପ୍ରତ୍ଯେକ ଦିନ କାଉ କୁ ଖାଇବାକୁ କିଛି କିଛି ଦିଆ ଯାଇଥାଏ, ସେହି ଘର ଉପରେ ଶନି ଦେବ ଅତ୍ୟନ୍ତ ପ୍ରସନ୍ନ ହୋଇ ରହିଥାନ୍ତି । ମାତା ଲକ୍ଷ୍ମୀ ଙ୍କର ମଧ୍ୟ ସେହି ଘରେ ସବୁବେଳେ ବାସ ରହିଥାଏ । ତୃତୀୟ ପକ୍ଷୀ ଟି ହେଉଛି ମୟୂର । ବନ୍ଧୁଗଣ ମୟୂର କୁ ପକ୍ଷୀ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଶୁଭ ପକ୍ଷୀ କୁହାଯାଇଥାଏ ।
ଏହାର କାରଣ ହେଉଛି ମୟୂର ମାତା ସରସ୍ବତୀ, କାର୍ତ୍ତିକେଶ୍ବର ତଥା ଭଗବାନ ଶ୍ରୀ କୃଷ୍ଣ ଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଯେଉଁ ଘର ଅଗଣା କୁ ମୟୁର ଆସେ ସେହି ଘରେ ସବୁବେଳେ ମା ଲକ୍ଷ୍ମୀ ଓ ଭଗବାନ ଶ୍ରୀ କୃଷ୍ଣ ଙ୍କର କୃପା ଲାଗି ରହିଥାଏ । ଅନ୍ତିମ ପକ୍ଷୀ ଟି ହେଉଛି ପେଚା । ବନ୍ଧୁଗଣ ଘରକୁ କୁ ଯଦି କଳା ପେଚା ଆସିବାର ଦେଖନ୍ତି ତେବେ ଏହା ଆଗକୁ ହେବାକୁ ଥିବା ବିପଦ ର ସଂକେତ ଦେଇଥାଏ । କିନ୍ତୁ ଯଦି ଘରକୁ ଧଳା ପେଚା ଆସେ ତେବେ ଏହା ମାତା ଲକ୍ଷ୍ମୀ ଙ୍କର ଆଗମନ ର ସଂକେତ ଦେଇଥାଏ ।
ଏହାଛଡା ଆଉ କିଛି ପକ୍ଷୀ ଏପରି ଥାନ୍ତି, ଯେଉଁ ମାନେ ଘରକୁ ଆସିବ କ୍ଷଣି ମାତା ଲକ୍ଷ୍ମୀ ଙ୍କର ଆଗମନର ସଂକେତ ମିଳିଥାଏ । ଯେପରିକି ନୀଳକଣ୍ଠ, ବାଜ ପକ୍ଷୀ, କୋଇଲି, ବାଇ ଚଢେଇ, ହଳଦୀ ବସନ୍ତ, ଘର ଚଟିଆ ଇତ୍ୟାଦି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ