Vastu Tips- ଭଲ ସମୟ ଆସିବା ପୂର୍ବରୁ ପେଚା ଦେଇଥାଏ ଏହି 3ଟି ସଙ୍କେତ, ଘରକୁ ଆସିଥାନ୍ତି ମା ଲକ୍ଷ୍ମୀ, ଧନ ଦୌଲତ ରେ ପୁରି ଉଠେ ଭଣ୍ଡାର

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ରରେ ପଶୁ ପକ୍ଷୀ ଙ୍କୁ ନେଇ ଅନେକ କଥା ରହିଛି । ପୃଥିବୀ ପୃଷ୍ଠରେ ନାନା ପ୍ରକାର ପଶୁ ପକ୍ଷୀ ବାସ କରନ୍ତି ଏବଂ ସେମାନଙ୍କ ର ମଧ୍ୟ ବିଭିନ୍ନ ଶକ୍ତି ରହିଛି । ସେହି ଭଳି ପେଚା ମାନଙ୍କ ପାଖରେ ଏମିତି ଶକ୍ତି ଅଛି ଯେଉଁ ଶକ୍ତି ଦ୍ବାରା ସେମାନଙ୍କୁ ଜଣାଯାଏ ଯେ କେଉଁ ସମୟରେ ଅଶୁଭ ଓ କେଉଁ ସମୟରେ ଶୁଭ ହୋଇଥାଏ । ବନ୍ଧୁଗଣ ପେଚା ଏକ ଏଭଳି ପକ୍ଷୀ ଅଟେ ଯିଏ ରାତିରେ ଅନିଦ୍ରା ରହି ଦିନରେ ସୋଇଥାଏ ।

ଏହି ପକ୍ଷୀର ଶରୀର ଗଠନ ଏମିତି ହୋଇଥାଏ ଯାହାର ସ୍ୱର ଶୁଣିଲେ ହଠାତ ଜଣେ ଡରିଯାଇଥାଏ । ଏହାକୁ ଦେଖିବା ଅଶୁଭ ମାନାଯାଇଥାଏ । ପେଚା ମୁହଁରୁ ବାହାରୁଥିବା ହୁଁ ହୁଁ ଧ୍ଵନୀ ରାତିର ଶାନ୍ତ ବାତାବରଣ କୁ ଭୟଙ୍କର କରିଦେଇଥାଏ । ଯଦି ଆପଣ ଦୀପାବଳୀ ସମୟରେ ଧଳା ପେଚା ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଛନ୍ତି ।

ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ପେଚା ଦେଖାଯାଇଥାଏ ତେବେ ଏହା ଶୁଭ ସଙ୍କେତ ବୋଲି ମାନାଯାଏ । ଯଦି ସେହି ପେଚା ସେହି ଗର୍ଭବତୀ ମହିଳାଙ୍କୁ ଛୁଇଁକି ଅନ୍ୟ ଲୋକ ପାଖକୁ ଉଡ଼ିଯାଇଥାଏ ଏହାକୁ ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ସନ୍ତାନ ବହୁତ ସୌଭାଗ୍ୟଶାଳୀ ହେବ ।

ସେହିପରି ଯଦି ପେଚା କୌଣସି ରୋଗଗ୍ରସ୍ତ ଲୋକଙ୍କୁ ଛୁଇଁ ଦେଇ ଅନ୍ୟତ୍ର ଉଡିଯାଇଥାଏ ଏହାର ମାନେ ହେଉଛି ସେହି ରୋଗୀକୁ ଯେତେ ଗମ୍ଭୀର ରୁ ଗମ୍ଭୀର ରୋଗ ହେଇଥିଲେ ମଧ୍ୟ ତାହା ଖୁବ ଶୀଘ୍ର ଭଲ ହୋଇଯିବ । ସେ ସେହି ରୋଗରୁ ସବୁଦିନ ପାଇଁ ମୁକ୍ତି ପାଇଜିବେ । ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏହି ସମୟରେ ଯଦି ଆପଣ ପେଚା ଦେଖୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ଲାଭ ହେବ ।

ପେଚାର ଆଖିରେ କେହି ଆଖି ମିଶାଇ ପାରନ୍ତି ନାହିଁ । ଯଦି କେବେ ଆପଣ ପେଚାର ଆଖିରେ ଆଖି ମିଶାଇ ପାରନ୍ତି କିମ୍ବା ପେଚା ଆପଣଙ୍କ ଆଖି ସହ ଆଖି ମିଶାଉଛି ତେବେ ଏହାର ଅର୍ଥ ବହୁତ ଗମ୍ଭୀର ହୋଇଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନଜର କୃପା ବର୍ଷା କରିବାକୁ ଯାଉଛନ୍ତି । ଆପଣଙ୍କ ଜୀବନରେ ଧନର ବର୍ଷା ହେବାକୁ ଯାଉଛି । ଏବଂ ଆପଣଙ୍କ ଜୀବନରେ ଅତି ଶୀଘ୍ର ଖୁସିର ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *