ଜୀବନର ପ୍ରତେକ ପରିସ୍ଥିତିରେ ଶାନ୍ତ ରହିବା ଶିଖନ୍ତୁ, ଆପଣଙ୍କ ଜୀବନରେ କେତେ ବଡ ବିପଦ ଆସିଲେ ମଧ୍ୟ ଏପରି ଆପଣ ସାମ୍ନା କରି ପାରିବେ… ( Motivational Story )

ମଣିଷ ନିଜର କ୍ରୋଧ , ଦୁଃଖ, ସୁଖ ଆଦିକୁ କେବେବି ରୋକି ପାରିନଥାଏ । ତେବେ ବେଳେ ବେଳେ ସବୁ ଜିନିଷରେ ଆମେ ବହୁତ ଜଲ୍ଦି ଉତ୍ତେଜିତ  ବା ଉତ୍ସଚାହିତ ହେଇ ଯାଇଥାଉ । ତେବେ ଏହି ସବୁ କୁ ଆମେ କିପରି ନିୟନ୍ତ୍ରଣ କରିବା ? ଆଜି ଆମେ ଆପଣଙ୍କୁ ଏକ ଗଳ୍ପ ମାଧ୍ୟମ ରେ କହିବୁ ଯେ କିପରି ନିଜକୁ ସବୁ ପରିସ୍ଥିତି ରେ ଶାନ୍ତ ରଖିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଆପଣ ନିଜକୁ ଯେକୌଣସି ଜଟିଳ ବା ଯେକୋୖଣସି ସରଳ ପରିସ୍ଥିତି ରେ ମଧ୍ୟ ଶାନ୍ତ ରଖିପାରିବେ । ତେବେ ଏହି କାହାଣୀ ଟି ହେଉଛି ଜାପାନର ।

ଜାପାନ ର ଜଣେ ଜୈନ ମୁନି ବହୁତ ଜ୍ଞାନୀ ଓ ବିଦ୍ୱାନ ଥିଲେ । ସେହି ଜୈନ ମୁନି ଜଣଙ୍କୁ ଜଣେ ଜାପାନର ବାସିନ୍ଦା ତାଙ୍କର ଘରକୁ ନିମନ୍ତ୍ରଣ କରିଥିଲେ । ସେହି ବ୍ୟକ୍ତି ଜଣକ ବହୁତ ଧନୀ ଓ ବିଦ୍ୱାନ ଥିଲେ। ତାଙ୍କର ୭ ମହଲା କୋଠା ବିଶିଷ୍ଟ ଘର ଥିଲା । ତେବେ ତାଙ୍କ ଘରକୁ ସେହି ଜୈନ ମୁନି ଜଣକ ଯାଇଥିଲେ ।

ତେବେ ତାଙ୍କ ଘରର ଉପର ମହଲା ରେ ସମସ୍ତେ ଜ୍ଞାନୀ ବିଦ୍ୱାନ ମାନେ ବସିଥିଲେ । ସେମାନେ ସମସ୍ତେ ଗୁରୁଙ୍କ ସହ କୌଣସି ଏକ ବିଷୟ ରେ ଚର୍ଚ୍ଚା କରୁଥିଲେ । ହଠାତ ଏକ ଦୁର୍ଘଟଣା ସେଠାରେ ହେଲା । ଜାପାନ ରେ ଭୂମିକମ୍ପ ହେବା ଏକ ସାଧାରଣ କଥା । ପ୍ରାୟତଃ ସେଠାରେ ଭୂମିକମ୍ପ ବେଶୀ ସମୟ ହୋଇଥାଏ ।

ତେଣୁ ଜାପାନ ରେ ସେହି ଦିନ ଭୂମିକମ୍ପ ହେଲା । ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଲେ। ଯିଏ ୫ମହଲା ରେ ଥିଲା ସେ ବି ଦୌଡ଼ିଲା ଯିଏ ୭ ମହଲା ରେ ଥିଲା ସେ ବି ଦୌଡ଼ିଲା । ଯେଉଁମାନେ ରାସ୍ତାରେ ଥିଲେ ସେମାନେ ମଧ୍ୟ ଦୌଡ଼ିଲେ । ସେମାନଙ୍କ ସହ ଯେଉଁ ବ୍ୟକ୍ତି ଜଣକ ଗୁରୁଙ୍କୁ ନିମନ୍ତ୍ରଣ କରିଥିଲେ ସେ ମଧ୍ୟ ଦୌଡ଼ିଲେ ।

ତେବେ ସେ ଯେତେବେଳେ ରାସ୍ତା ରେ ଆସିଲେ ସେ ଦେଖିଲେ ଗୁରୁ ଜଣକ ତଳକୁ ଆସି ନାହାନ୍ତି । ସେ ନିଜର କର୍ମ କୁ ଧ୍ୟାନରେ ରଖି ଯେତେବେଳେ ପୁନର୍ବାର ଉପରକୁ ଗଲେ ସେ ଦେଖିଲେ ଗୁରୁ ଜଣକ ଆଖି ବନ୍ଦ କରି ଧ୍ୟାନରେ ବସିଛନ୍ତି । ସବୁ ଜିନିଷ ଭଙ୍ଗାରୁଜା ହୋଇ ପଡିଛି କିନ୍ତୁ ଗୁରୁ ସେମିତି ବସିଛନ୍ତି ।

ଯେତେବେଳେ ସମସ୍ତେ ଆସି ଗୁରୁଙ୍କୁ କହିଲେ କି ଆପଣ କାହିଁକି ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ ନାହିଁ । ଆପଣ ଏତେ ସ୍ଥିର କିପରି ରହିଲେ ? ଗୁରୁ କହିଲେ ଯେ ମୁଁ ମଧ୍ୟ ଦୌଡିଥିଲି । ମୁଁ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡିଥିଲି । ଆପଣ ମାନେ ସବୁ ବାହାରକୁ ଦୌଡିଥିଲେ ମୁଁ କିନ୍ତୁ ଆଭ୍ୟନ୍ତରୀଣ ଦିଗକୁ ଦୌଡିଥିଲି। ମୁଁ ନିଜର ମନ କୁ ଓ ଆତ୍ମାକୁ ଧ୍ୟାନ କରି ନିଜକୁ ଆଭ୍ୟନ୍ତରୀଣ ବଳ ପ୍ରଦାନ କରିଥିଲି। ପରିସ୍ଥିତି ଯେଉଁ ଭଳି ହେଉ ନା କାହିଁକି ନିଜର ଧ୍ୟାନ ଓ ଆତ୍ମ ବିଶ୍ବାସ କୁ ବଜାୟ ରଖିବା ଉଚିତ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *