ଆମେ ସମସ୍ତେ ଭଗବାନଙ୍କ ପୂଜା ଆରଧନା କରିଥାଉ । ତେବେ ପୂଜା ପାଇଁ ବିଭିନ୍ନ ସାମଗ୍ରୀର ଆବଶ୍ୟକ ହୋଇଥାଏ । ଯେପରି ଫୁଲ , ଫଳ , ଧୂପ , ଦୀପ , ଚନ୍ଦନ , ଭୋଗ ଆଦି । ତେବେ ଭଗବାନଙ୍କୁ ଆମେ ଯାହା ବି ଶରଧା ରେ ଦେଇଥାଉ ତାହାକୁ ସେ ଗ୍ରହଣ କରିଥାନ୍ତି । ତେଣୁ ଭଗବାନ ଙ୍କୁ ଆମେ ଭୋଗ ରେ ଯାହା ବି ଦେଲେ ପ୍ରଭୁ ଗ୍ରହଣ କରିଥାନ୍ତି । କିଛି ଲୋକ ଭୋଗ୍ଗ ରେ ମିଠା , ମିଶ୍ରି , ଫଳ , ଆଦି ଦେଇଥାନ୍ତି । କିଛି ଲୋକ କେବଳ ମିଠା ଭୋଗ କରନ୍ତି । କେତେ ଲୋକ ମିଶ୍ରୀ ଭୋଗ କରନ୍ତି ।
କିଛି ଲୋକ ଉଖୁଡା ଭୋଗ କରନ୍ତି , ତ କେତେ ଲୋକ ଫଳ ଭୋଗ କରିଥାନ୍ତି । ତେବେ ଫଳ ମାନଙ୍କ ମଧ୍ୟ ରେ କିଛି ଫଳ ଅଛି ଯାହା ଆପଣ ପୂଜା କରିବେ ନାହି । ତେବେ ଫଳ କୁ ବିଶେଷତଃ ଆମେ କୌଣସି ଉପାସ , ବ୍ରତ ଦିନ ପୂଜା କରିଥାଉ । ଫଳ ହାର ଦିନ ଯେଉଁ ଦିନ ଥାଏ ସେହି ଦିନ ଲୋକ ଫଳ ର ପୂଜା କରି ସେହି ଭୋଗ କୁ ନିଜେ ସେବନ କରିଥାନ୍ତି ।
ତେବେ ଫଳର ବହୁତ ବୈଜ୍ଞାନିକ ଲାଭ ମଧ୍ୟ ଅଛି । ତେଣୁ ଫଳ କାହିବା ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ଭଲ ଅଟେ । ତେବେ ଫଳ ମାନଙ୍କ ମଧ୍ୟରେ ଫଳର ରାଜା ହେଉଛି ଆମ୍ବ । ସେହି ଭଳି ଫଳ ମାନଙ୍କ ମଧ୍ୟରେ ଶ୍ରୀ ଫଳ ବା ସୁନ୍ଦର ଫଳ ହେଉଛି ନଡିଆ । ନଡିଆ ଅତିଅନ୍ତ ଶୁଭ ଫଳ ଅଟେ ।
ଏହା ଆପଣ ଭୋଗ ରେ ଯେତେ ସୁନ୍ଦର , ଯେତେ ଦାମୀ ଭୋଗ ରଖିଲେ ମଧ୍ୟ ନଡିଆ ଭୋଗ ରେ ରହିବା ସୁଂଶ୍ଚିତ । ତେବେ ଶ୍ରୀ ଅର୍ଥାତ ସୁନ୍ଦର । ତେଣୁ ଶ୍ରୀ ଫଳ ର ମାନେ ସୁନ୍ଦର ଫଳ । ତେବେ ନଡିଆ କୁ ଆମେ ଯେତେବେଲେ ଭୋଗ ଆଦି ପାଇଁ ଭାଙ୍ଗିଥାଉ ସେତେ ବେଳେ ନଡିଆ ରୁ ପାଣି ବାହାରିବା ତା ଶୁଭ ବୋଲି ଆମେ ଜାଣିଛୁ ।
କିନ୍ତୁ ବେଳେ ବେଳେ ନଡିଆକୁ ଭାଙ୍ଗିଲେ ଏଥିରୁ ପାଣି ବାହାରି ନ ଥାଏ ବା ନଡିଆ ଯଦି ଖରାପ ବାହାରିଥାଏ ତେବେ ବହୁତ ଲୋକ ଭୟଭୀତ ହୋଇଥାନ୍ତି । ଅନେକ ଲୋକ ଭାବନ୍ତି ନଡିଆ ପଚା । ଖରାପ ବା ପାଣି ନ ବାହାରିଲେ ଏହା ଅଶୁଭ ସଂକେତ ଅଟେ । କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ ।
ଯଦି ଆପଣ କେବେ ନଡିଆ ଭାଙ୍ଗିବା ବେଳେ ଏଥିରୁ ପାଣି ନ ବାହାରେ ବା ଏହା ନଷ୍ଟ ହୋଇ ଯାଇ ଥାଏ ତେବେ ଆପଣ ଏହା ଜାଣିନେବେ କି ଏହି ଫଳ କୁ ଭଗବାନ ବିଷ୍ଣୁ ଆଗରୁ ଗ୍ରହଣ କରି ନେଇଛନ୍ତି । ତେଣୁ ଏହା ଏକ ଶୁଭ ସଙ୍କେତ ଅଟେ । ଏଥିରେ ଆପଣଙ୍କୁ କୌଣସି ଦୁଶ୍ଚିନ୍ତା ବା ଆଶଙ୍କା ର ଭୟ ରହିବ ନାହି । କାରଣ ସେହି ନଡିଆ କୁ ଭଗବାନ ନାରାୟଣ ଆଗରୁ ଗ୍ରହଣ କରିନେଇ ଥାନ୍ତି । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।