ବନ୍ଧୁଗଣ ଦୁନିଆର ସମସ୍ତେ ବ୍ୟକ୍ତି ଏକ ସୁଖମୟ ଜୀବନ ଯାପନ କରିବାକୁ ଇଚ୍ଛା କରିଥାଏ । ଏଥିପାଇଁ ସେ ଦିନ ରାତି ପରିଶ୍ରମ କରି ଟଙ୍କା ରୋଜଗାର କରିଥାଏ । ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ବହୁତ ବେଶୀ ପରିଶ୍ରମ କରି ମଧ୍ୟ ଧନଲାଭ ହୋଇନଥାଏ ସେହିପରି ଅନ୍ୟପଟେ ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଖୁବ କମ ପରିଶ୍ରମରେ ଅଧିକ ଧନ ଲାଭ କରିଥାନ୍ତି । ଆମ ହିନ୍ଦୁ ଧର୍ମରେ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ସୂଚକ ବୋଲି କୁହାଯାଇଥାଏ ।
ତେବେ ଝାଡୁ ସହିତ ଜଡିତ ଏମିତି କିଛି ନିୟମ କରିଛି ଯାହା ଦ୍ଵାରା ଆପଣ ମାତା ଲକ୍ଷ୍ମୀ ଙ୍କୁ ଖୁବ ସହଜରେ ପ୍ରସନ୍ନ କରିପାରିବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ସବୁ ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ତେବେ ଚାଲନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ ବିଷୟରେ ।
ବନ୍ଧୁଗଣ ପ୍ରତେକ ଦିନ ସକାଳୁ ବ୍ରହ୍ମମୁହୁର୍ତ ରେ ଉଠି ଘରେ ଝାଡୁ କରିସାରି ହଳଦୀ ଜଳ ଘରର ଚାରିପାଖେ ଛିଞ୍ଚନ୍ତୁ । ଏହାପରେ ଆପଣ ନିଜର ନିତ୍ୟକର୍ମ ସାରି ମାତା ଲକ୍ଷ୍ମୀ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିଥାନ୍ତି ଏବଂ ଆପଣଙ୍କ ଘରେ ଧନର ଅଭାବ ଦୂର ହୋଇଥାଏ ।
ପ୍ରାୟତଃ ଅଧିକାଂଶ ଲୋକ ରାତି ସମୟରେ ଘରେ ଝାଡୁ କରିଥାନ୍ତି । କିନ୍ତୁ ଏମିତି କରିବା ବହୁତ ବଡ ଭୁଲ ଅଟେ । ଏହା ଦ୍ବାରା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଏବଂ ଆପଣଙ୍କୁ ଜୀବନସାରା ଦାରିଦ୍ରତା ଭୋଗିବାକୁ ପଡ଼ିଥାଏ । ତେବେ କେବେ ବି ରାତ୍ରି ସମୟରେ ଘରେ ଝାଡୁ କରନ୍ତୁ ନାହିଁ ।
ଝାଡୁ ସହ ଜଡିତ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିୟମ ହେଉଛି ଯେ ଭଙ୍ଗା ବା ପୁରୁଣା ଝାଡୁକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିବା ଅଶୁଭ ହୋଇଥାଏ । କାରଣ ଏହି ଝାଡୁକୁ ଅଧିକ ଦିନ ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ଆଭାସ ହୋଇଥାଏ । ଏପରି ଝାଡୁକୁ ଆପଣ ଅମାବାସ୍ୟା ବା ଶନିବାର ଦିନ ଘର ବାହାରକୁ ଫିଙ୍ଗି ଫୋପାଡି ପାରିବେ । ଅନ୍ୟ କେଉଁ ଦିନ ଏହାକୁ ବାହାରେ ଫିଙ୍ଗନ୍ତୁ ନାହିଁ ।
ଠିକ ସେହିପରି ଯଦି ଆପଣ ନୂଆ ଝାଡୁ ଘରକୁ ଆଣିବାକୁ ଚାହୁଁଛନ୍ତି ତା ହେଲେ ଆପଣ କେବଳ ଅମାବାସ୍ୟା ଓ ଶନିବାର ଦିନ ଝାଡୁକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ହେଉଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ । ଏବଂ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।