ମହା ଶିବରାତ୍ରୀ (18 February) ଜାଗର ଘରେ ରାତିରେ ଏହି ଜାଗାରେ ଜଳାନ୍ତୁ 1 ଦୀପ ଧନ ମାଡ଼ି ଆସିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଶିବରାତ୍ରି ରେ ଏମିତି କେଉଁ ଜାଗାରେ 5ଟି ଦୀପ ଲଗାଇବା ଦ୍ଵାରା ସବୁ ପ୍ରକାରର ସମସ୍ଯା ଦୂର ହୋଇଯିବ । ଯଦି ଆପଣ ରୋଜଗାରକୁ ବଢାଇବାକୁ ଚାହୁଁଛନ୍ତି, ଧନର ସମସ୍ଯା ଭୋଗ କରୁଛନ୍ତି, ଆର୍ଥିକ ସମସ୍ଯା ଲାଗି ରହୁଛି, ରୋଜଗାର କରିଲେ ତାହା ନିଅଣ୍ଟ ପଡୁଛି, ଆପଣଙ୍କର ଆକସ୍ମିକ ବ୍ୟୟ ଦେଖାଯାଉଛି ତେବେ ଶିବରାତ୍ରିରେ ଛୋଟ ଉପାୟଟି କରନ୍ତୁ ।

ଏହି ଉପାୟ ଟି ବହୁ ପୁରାତନ ଗ୍ରନ୍ଥରୁ ବାହାର କରାଯାଇଛି । ଏହା ବହୁତ ଚମତ୍କାରୀ ଉପାୟ ଅଟେ । ତେବେ ସେହି ଉପାୟଟି ହେଉଛି 5ଟି ଦୀପର ପ୍ରତିକାର । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଚଳିତ ବର୍ଷ 18 ଫେବୃଆରୀ ଶନିବାର ଦିନ ପଡୁଛି ପବିତ୍ର ମହାଶିବରାତ୍ରି । ଏହି ଦିନ 5ଟି ଦୀପ ଏମିତି ଜଳାଇଲେ ବହୁତ ଶୁଭ ହେବା ସହ ସବୁ ସମସ୍ଯା ଦୂର ହୋଇଥାଏ । ଏହି ଦିନ ବହୁତ ସାରା ଶୁଭ ଯୋଗ ନିର୍ମାଣ ହେଉଛି ।

ରାଜଯୋଗ ଓ ଧନ ଯୋଗର ମଧ୍ୟ ନିର୍ମାଣ ହେଉଛି । ଶାସ୍ତ୍ର ଅନୁଯାୟୀ ଦୀପ ହେଉଛନ୍ତି ସାକ୍ଷୀ ସଦୃଶ । ଆମେ ଯେଉଁ ପୂଜା, ବ୍ରତ, ଓଷା କରିଥାଉ ଦୀପ ହେଉଛି ପ୍ରକାଶର ସ୍ୱରୂପ । ଭଗବାନଙ୍କ ସତ୍ତାକୁ ଅନୁଭବ କରିବାକୁ ଦୀପ ରଖାଯାଏ । ମହାଶିବରାତ୍ରି ବ୍ରତରେ ବଣିବାକୁ ଥିବା ଯୋଗକୁ ଶନି ପ୍ରଦୋଷ କୁହାଯାଏ । ସନ୍ଧ୍ୟା ସମୟରେ ଆପଣ 5ଟି ଦୀପ ପ୍ରସ୍ତୁତ କରନ୍ତୁ । 5ଟି ଦୀପ ମାଟିରେ ହେଲେ ଚଳିବ ।

ନ ହେଲେ କଳା ବିରି କୁ ଗୁଣ୍ଡ କରି ତାହାର ପାଉଡର କରି ଦେବେ । ସେହି ବିରି କୁ ଅଟା ଚକଟିବା ଭଳି 5ଟି ଦୀପ ତିଆରି କରନ୍ତୁ । ପ୍ରତେକ ଦୀପ ରେ ଆପଣ ଶୁଦ୍ଧ ଘିଅ ନ ଦେଇ ରାଶି ତେଲ ଓ 2ଟି ଲେଖାଏଁ ବଳିତା ଦିଅନ୍ତୁ । ଦୀପ ପ୍ରସ୍ତୁତ ସରିବା ପରେ ଆପଣ ଦୀପ କୁ ଠାକୁର ଘରେ ବା ଠାକୁର ଘର ଆଗରେ 5ଟି ଦୀପ ସ୍ଥାନ କରନ୍ତୁ ।

ଗୋଟେ ଦୀପର ମୁଖ ପୂର୍ବକୁ, ଆଉ ଗୋଟେ ଦୀପର ମୁଖ ପଶ୍ଚିମକୁ, ଆଉ ଗୋଟେ ଦୀପର ମୁଖ ଉତ୍ତରକୁ ରହିବ, ଆଉ ଗୋଟେ ଦୀପର ମୁଖ ଦକ୍ଷିଣ ଏବଂ ସେସ ଦୀପ ର ମୁଖକୁ ମଝିରେ ରଖନ୍ତୁ । ଦୀପ ଜଳାଇବା ଆଗରୁ 5ଟି ଦୀପକୁ ଆସନ ଉପରେ ରଖନ୍ତୁ । ଆସନରେ ସ୍ଥାପନ କରିବା ପରେ ଫୁଲ ଥିବା ଲବଙ୍ଗ, ଗୁଜୁରାତି, ଅଳ୍ପ ଟିକେ କେଶରେ ଦୀପରେ ଦିଅନ୍ତୁ । ତା ପରେ ଦୀପ ପ୍ରଜ୍ଵଳନ କରିବେ ।

ସେହି ସମୟରେ ଆପଣଙ୍କ ମନର ଇଚ୍ଛା ମନେ ମନେ କହିବେ । ଯେବେ ସବୁ ଧନ ଜନିତ ସମସ୍ଯା ରହିଛି ତାହା ଆପଣ ଦୀପ ଜଳାଇବା ସମୟରେ କହିବେ । ଯଦି ଶିବ ମନ୍ଦିରରେ ଏଭଳି କରି ଦୀପ ଜଳାଇବେ ତେବେ ଶୁଭ ଫଳ ପ୍ରାପ୍ତ ହେବ । ଏହା ଛଡା ଓସ୍ତ ଗଛ ମୂଳରେ ଏଭଳି 5ଟି ଦୀପ ଜଳାଇବେ ତେବେ ବହୁତ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *