ଶିବରାତ୍ରି ରେ କରନ୍ତୁ ଏହି ଗୋଟିଏ କାମ, ପ୍ରସନ୍ନ ହେବେ ମହାଦେବ ଘରେ ହେବ ଧନର ବର୍ଷା

ଭଗବାନ ଶଙ୍କର ଙ୍କୁ ଭୋଳାନାଥ, କୃପାଳୁ, ଦୟାଳୁ ଓ ଦେବଙ୍କ ଦେବ ମହାଦେବ କୁହାଯାଏ । ଭଗବାନ ଶିବଙ୍କ ପୂଜା ଦେବତା, ଅସୁର, ଦୈତ୍ୟ, ଦାନବ, ମାନବ ସମସ୍ତେ କରିଥାନ୍ତି । ମହାଦେବ ଖୁବ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ପବିତ୍ର ଶିବରାତ୍ରିର ବିଶେଷ ମହତ୍ଵ ରହିଛି ଆମ ହିନ୍ଦୁ ଧର୍ମରେ । ଏହି ଦିନ ବ୍ରତ କରୁଥିବା ଜାତକଙ୍କୁ ଶୟନ କରିବା ଅନୁଚିତ । ଏହି ଦିନ ଉଜାଗର ରହିବା ଉଚିତ ।

ଚଳିତ ବର୍ଷ ଫେବୃଆରୀ 18 ଶନିବାର ଦିନ ପଡୁଛି ଶିବରାତ୍ରି ପର୍ବ । ଆଜି ଆମେ ଆପଣଙ୍କୁ କହିବୁ ଶିବରାତ୍ରି ଦିନ କେଉଁ ଉପାୟ କରିଲେ ସୁଖ ସମୃଦ୍ଧି ଓ ଧାନର ବୃଦ୍ଧି ପାଇଥାଏ । ଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଜଳାଭିଷେକ କରିବା ପରେ ଅକ୍ଷତ ଅର୍ପଣ କରନ୍ତୁ । ଏହା ଦ୍ଵାରା ଧନ ଜନିତ ଓ କରଯ ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଥାଏ । ଏହି ଉପାୟ କରିବା ଦ୍ଵାରା ମହାଦେବ ତତ୍କାଳ ପ୍ରସନ୍ନ ହୋଇଥାନ୍ତି ।

ଏହି ଉପାୟ କରିବା ସମୟରେ ମନରେ ଭାବନା ଓ ବିଶ୍ଵାସ ନିଶ୍ଚୟ କରନ୍ତୁ । ଯଦି ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅଭିଷେକ କରାଇବେ ତେବେ ଦାଂପତ୍ଯ ଜୀବନରେ ସମସ୍ଯା, ବିବାହରେ ସମସ୍ଯା, ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥିଲେ ତାହା ଦୂର ହେବ । ଧନ ସମ୍ପତିକୁ ବଢାଇବା ପାଇଁ ରାତି 11ରୁ 12ଟା ମଧ୍ୟରେ ଶିବଲିଙ୍ଗ ଆଗରେ ଦୀପ ଲଗାନ୍ତୁ । ଦୀପରେ ଧଳା ରଙ୍ଗର ରାଶି ତେଲ ନିଅନ୍ତୁ ।

ଏହା ଦ୍ଵାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହା ସହ ଆପଣଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ । ଶିବରାତ୍ରି ଦିନ ଶିବଲିଙ୍ଗ ନିଶ୍ଚୟ ଘରକୁ ଆଣନ୍ତୁ । ଏହି ଦିନ ଘରକୁ ମାଟି ଆଣି ଶିବଲିଙ୍ଗ ତିଆରି କରନ୍ତୁ । ନଚେତ ପାରଦ ବା ସ୍ପଟିକ ଶିବଲିଙ୍ଗ ଆଣି ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ । ଦ୍ଵିତୀୟ ଜିନିଷ ଶିବରାତ୍ରି ଦିନ ରୁଦାକ୍ଷ ଘରକୁ ଆଣନ୍ତୁ । ଏକମୁଖୀ, ପଞ୍ଚମୁଖୀ, ବହୁମୂଖୀ ରୁଦାକ୍ଷ ଆଣନ୍ତୁ ।

ରୁଦ୍ରାକ୍ଷ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ । ତୃତୀୟ ଜିନିଷ ହେଉଛି ଭାରତୀୟ ସଂସ୍କୃତିରେ ଡମ୍ବୂରୁ କୁ ଏକ ପ୍ରକାରର ଯନ୍ତ୍ର ଭାବେ ଦେଖାଯାଏ । ଶିବରାତ୍ରି ଦିନ ଡମ୍ବୂରୁ ଘରକୁ ଆଣି ମନ୍ତ୍ର ଉଚ୍ଚାରଣ କରି ବଜାନ୍ତୁ । ଚତୁର୍ଥ ଜିନିଷ ହେଉଛି ତ୍ରିଶୂଳ ଶିବରାତ୍ରିରେ ନିଶ୍ଚୟ ଘରକୁ ଆଣନ୍ତୁ । ଶିବରାତ୍ରି ଦିନ ଚନ୍ଦ୍ରମା ଓ ନାଗରର ପ୍ରତୀକାତ୍ମକ ରୂପ ଆଣି ପୂଜା କରିବା ଉଚିତ । ରୂପାର ନାଗ ତିଆରି କରିଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

ଶିବରାତ୍ରି ଦିନ ଶିବ ଭକ୍ତ ମାନେ ମହାଦେବଙ୍କ କୃପା ପାଇବାକୁ ବ୍ରତ ରଖିଥାନ୍ତି । ଏହି ଦିନ ଆମିଷ, ରସୁଣ, ପିଆଜ ଖାଇବା ଅନୁଚିତ । ଏହି ଦିନ ଫଳର ଆହାର କରିପାରିବେ । ଚାଉଳ, ଡାଲି, ଗହମରେ ତିଆରି ଖାଦ୍ୟ ଖାଇବା ଅନୁଚିତ । ବ୍ରତ ସମୟରେ କ୍ଷୀର ବା ଜୁସ ସେବନ କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *