ବନ୍ଧୁଗଣ ଆପଣ ମାନଙ୍କୁ ମହାଶିବରାତ୍ରି ଉପଲକ୍ଷେ ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷ ଫେବୃଆରି ୧୮ ଶନିବାର ଦିନ ପାଳନ କରାଯିବ ମହାଶିବରାତ୍ରି ପର୍ବ । ଏହି ଦିନରେ ବହୁତ ସାରା ବିଶେଷ ଶୁଭ ଯୋଗ ନିର୍ମାଣ ହେଉଛି । କିଛି ଗ୍ରହ ମାନଙ୍କର ମିଳନରୁ ଏହି ଦିନ କେତେ ରାଜଯୋଗ ଓ ଧନ ଯୋଗର ନିର୍ମାଣ ହେଉଛି । ଏହି ଦିନ ସିଦ୍ଧି ନାମକ ଯୋଗ ବନୁଅଛି । ଏହି ଦିନ ପବିତ୍ର ଦିନ ଅଟେ ।
ମହାଦେବଙ୍କୁ ଏହି ଦିନ ବହୁତ ପ୍ରିୟ ଅଟେ । ତେଣୁ ଏହି ଦିନ କେଉଁ ଗୋଟେ ଜିନିଷ ଖାଇବା ଦ୍ଵାରା ଧନ ଜନିତ ସମସ୍ଯା ଭୋଗ କରିବାକୁ ପଡିବ ନାହି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଶିବରାତ୍ରି ଫାଲଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ । ମାନାଯାଏ ଏହି ଦିନ ମହାଦେବ ପ୍ରକାଶ ରୂପରେ ପ୍ରକଟ ହୋଇଥିଲେ । ଭଗବାନ ଶିବଙ୍କ ବିବାହ ଏହି ଦିନ ମାତା ପାର୍ବତୀଙ୍କ ସହ ହୋଇଥିଲା ।
ମନ୍ଦିରର ଜଳକୁ ଡେଇଁବା ଦ୍ଵାରା ବହୁତ ଦୋଷ ଲାଗିଥାଏ ଓ ଦେହ ଖରାପ ହୋଇପାରେ । ଭଗବାନ ଶିବଙ୍କ ମନ୍ଦିରରେ ଅଧ ପରିକ୍ରମା ନିଶ୍ଚୟ କରନ୍ତୁ । ଭୁଲରେ ବି ତୁଳସୀ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହି । କେବେବି ଶିବଲିଙ୍ଗରେ ସିନ୍ଦୁର, ହଳଦୀ ଅର୍ପଣ କରନ୍ତୁ ନାହି କାରଣ ଏହା ନାରିଙ୍କର ବସ୍ତୁ ଅଟେ । ତେଣୁ ଏପରି କରନ୍ତୁ ନାହି । ଧଳା ବା ନାଲି ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିପାରିବେ ।
ଶିବରାତ୍ରି ଦିନ ଶିବଲିଙ୍ଗରେ ଜପ ଅର୍ପଣ କରିବା ସହ କ୍ଷୀର, ଦହି, ମହୁ, ଘିଅ, ଚିନି ଅର୍ପଣ କରିପାରିବେ । ଏହି ଦିନ ଶିବଲିଙ୍ଗ ପାଖରେ ପ୍ରସାଦ ଅର୍ପଣ କରନ୍ତୁ ନାହି । ଶିବରାତ୍ରି ଦିନ ରାତି ସମୟରେ ପୂଜା କରିଲେ ଏହାର ଅଧିକ ଫଳ ମିଳିଥାଏ । ଏହି ଦିନ ମହାଦେବଙ୍କ ସହ ମାତା ପାରବତୀଙ୍କ ପୂଜା କରିଲେ କୃପା ଲାଭ ହୋଇଥାଏ । ବିନା ବେଲପତ୍ରରେ ପୂଜା କରିଲେ ପୂଜା ଅଧୁରା ରହିଥାଏ ।
ଏବେ ଆସନ୍ତୁ ଜାଣିବା କେଉଁ ୫ଟି ଜିନିଷ ଆଣିଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ଦିନ ଭଗବାନ ଶିବଙ୍କ ଡମ୍ବରୁ, ନିଶ୍ଚୟ ଘରକୁ ଆଣନ୍ତୁ । ଭଗବାନ ଶିବଙ୍କ ପରିବାର ଫୋଟୋ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଶିବ ପୁରାଣ ଅନୁଯାୟୀ ଏକମୁଖୀ ରୁଦ୍ରାକ୍ଷ ନିଶ୍ଚୟ ଆଣନ୍ତୁ । ଏହାକୁ ଗଳାରେ ଧାରଣ କରିଲେ ସବୁ ଇଚ୍ଛା ପୂରଣ ହୁଏ । ଶିବରାତ୍ରି ଦିନ ମହା ମୃତ୍ୟୁଞ୍ଜୟ ଜନ୍ତ୍ର ଘରକୁ ଆଣନ୍ତୁ ।
ତ୍ରିଶୂଳ, ମୟୁର ପର ଏହି ଦିନ ଆଣିଲେ ଘରେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ । ଶିବରାତ୍ରିରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କୁ ଦୁଦୁରା ଫଳ ନିଶ୍ଚୟ ଖାଆନ୍ତୁ । ଏହାର ମଞ୍ଜି ବିଷାକ୍ତ ହୋଇଥାଏ ତେଣୁ ଟିକେ ଚାଖି ନେବା ଉଚିତ । ଏହା ଦ୍ଵାରା ବ୍ରତ ପୁରା ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।