ବନ୍ଧୁଗଣ, ସପ୍ତାହ ର ସାତ ବାର ମଧ୍ୟ ରୁ ସୋମବାର ଦିନ ଟି ଦେବ ମାନଙ୍କର ଦେବ ମହାଦେବ ଙ୍କର ଦିନ ଅଟେ । ଏହି ଦିନ ଯେଉଁ ବ୍ୟକ୍ତି ମହାଦେବ ଙ୍କର ବିଶେଷ ଭାବରେ ପୂଜା କରିଥାଏ, ମହାଦେବ ସେହି ବ୍ୟକ୍ତି ଉପରେ ଖୁବ ଅଧିକ ପ୍ରସନ୍ନ ହୋଇ ଯାଇଥା’ନ୍ତି । ବାବା ଭୋଳାନାଥ ନିଜ ଭକ୍ତ ମାନଙ୍କ ଠାରୁ ପାଞ୍ଚ ମହାଭୋଗ ତଥା ବିଶେଷ କିଛି ମାଗି ନଥାନ୍ତି, ସେ ମାତ୍ର ଭକ୍ତ ମନରେ ଥିବା ବିଶ୍ବାସ କୁ ଦେଖିଥାନ୍ତି । ସତ ମନରେ ଚଢା ଯାଇଥିବା ଏକ ବୁନ୍ଦା ଜଳ ମଧ୍ୟ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଯଥେଷ୍ଟ ହୋଇଥାଏ ।
ଭୋଳାନାଥ ଥରେ ଯଦି କୌଣସି ମଣିଷ ଉପରେ ପ୍ରସନ୍ନ ହୋଇ ଯାଇଥାନ୍ତି, ତେବେ ସେ ସେହି ମନୁଷ୍ୟ କୁ ଏତେ ମାତ୍ରାରେ ଦେଇଥା’ନ୍ତି, କି ତାହା ସେହି ମନୁଷ୍ୟ ପାଇଁ ଆବଶ୍ୟକ ରୁ ମଧ୍ୟ ଅତ୍ୟାଧିକ ହୋଇଥାଏ । ଯେଉଁ ବ୍ୟକ୍ତି ଉପରେ ମହାଦେବ ଙ୍କର କୃପା ଥାଏ, ସେ ବ୍ୟକ୍ତି ଏକ ସାଧାରଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାଏ ।
ସେ ବ୍ୟକ୍ତି କେବେ ମଧ୍ୟ କାହ ସହ କପଟ କରି ନଥାଏ । ମନୁଷ୍ୟ ଜୀବନ ରେ ଭଲ ସମୟ ଆସିବା ପୂର୍ବରୁ ମହାଦେବ ତାଙ୍କୁ ଭକ୍ତ ମାନଙ୍କୁ ସୋମବାର ଦିନ କିଛି ବିଶେଷ ସଂକେତ ମାନ ମଧ୍ୟ ଦେଇଥାନ୍ତି । ସେହି ସଂକେତ ମାନଙ୍କ ମଧ୍ୟ ରୁ ପ୍ରଥମ ସଂକେତ ଟି ହେଉଛି ସୋମବାର ଦିନ ବ୍ରହ୍ମ ମୂହୁର୍ତ୍ତ ରେ ନିଦ ଭାଙ୍ଗିବା ପରେ ଆକାଶ ରେ ଚନ୍ଦ୍ରମା ଙ୍କର ଦର୍ଶନ ହେବା ଅତ୍ୟନ୍ତ ଦୁର୍ଲଭ ହୋଇଥାଏ ।
ଏହି ପରି ସୋମବାର ଦିନ ବ୍ରହ୍ମ ମୂହୁର୍ତ୍ତ ରେ ଚନ୍ଦ୍ରମା ଙ୍କର ଦର୍ଶନ ମହାଦେବ ଙ୍କର ଦର୍ଶନ ସମାନ ହୋଇଥାଏ । ଏହାର ଅର୍ଥ ଖୁବ ଶୀଘ୍ର ଆପଣ ମାନଙ୍କୁ ମହାଦେବ ଙ୍କର ବିଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି । ଦ୍ଵିତୀୟ ରେ ସ୍ଵପ୍ନ ରେ ହେଉ ବା ସତ ରେ ନାଗ ସାପ ର ଦର୍ଶନ ମଧ୍ୟ ଅତ୍ୟନ୍ତ ଦୁର୍ଲଭ ହୋଇଥାଏ ।
ଏହାର ଅର୍ଥ ହେଉଛି ଖୁବ ଶୀଘ୍ର ଆପଣ ଙ୍କ ଜୀବନ ରେ ଥିବା ଧନ ଜନିତ ସମସ୍ଯା ଦୂର ହେବାକୁ ଯାଉଛି । ତୃତୀୟ ରେ ସୋମବାର ଦିନ ଧଳା ନନ୍ଦୀ ବା ବୃଷଭ ର ଦର୍ଶନ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଖୁବ ଶୀଘ୍ର ଜୀବନ ରେ ଲାଗି ରହିଥିବା ସମସ୍ଯା ରୁ ଆପଣ ମୁକ୍ତ ହେବାକୁ ଯାଉଛନ୍ତି ।
ଚତୁର୍ଥ ରେ ସୋମବାର ଦିନ ଶିବାଳୟ ର ପାଖରେ ଯଦି ନବ ବିବାହିତ ଦାଂପତ୍ଯ ଙ୍କୁ ଯଦି ଏକତ୍ରିତ ଦେଖନ୍ତି ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଖୁବ ଶୀଘ୍ର ଆପଣ ଙ୍କୁ ଆପଣ ଙ୍କର ମନ ପସନ୍ଦର ବ୍ୟକ୍ତି ମିଳିବାକୁ ଯାଉଛନ୍ତି । ଏହା ବ୍ଯତୀତ ସୋମବାର ଦିନ ଘରକୁ କଳା କୁକୁର ଆସିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।
ଷଷ୍ଠ ରେ ସୋମବାର ଦିନ ସକାଳେ କ୍ଷୀର ପୂର୍ଣ୍ଣ ମାଟି ପାତ୍ର ବା ଜଳ ପୂର୍ଣ୍ଣ ମାଟି ପାତ୍ର ର ଦର୍ଶନ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ସପ୍ତମ ରେ ସୋମବାର ଦିନ ଅଚାନକ ଭାବରେ ଯଦି ଘରକୁ କେହି ଅଘୋରୀ ଙ୍କର ଆଗମନ ହୋଇଥାଏ, ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ଅଟେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ସଂକେତ ମାନଙ୍କ ମଧ୍ୟରୁ କୌଣସି ଏକ ସଂକେତ ମଧ୍ୟ ମିଳିଥାଏ, ତେବେ ଆପଣ ସେ ଗୁଡିକୁ କାହା ସମ୍ମୁଖରେ ପରିପ୍ରକାଶ କରିବେ ନାହିଁ । ଧନ୍ୟବାଦ