ବାସ୍ତୁଶାସ୍ତ୍ର ଓ ରୋଷେଇଘର, କଣ ଥିଲେ ଅସୁବିଧା ଓ ଖରାପ, ଭୁଲ ସ୍ଥାନରେ ଥିଲେ ରୋଷେଇଘର କଣ କରିବେ ପ୍ରତିକାର- Kitchen Vastu

ମଣିଷର ଖାଦ୍ୟର ଆବଶ୍ୟକତା କୁ ନେଇ ରୋଷେଇଘର ର ପରିକଳ୍ପନା କରାଯାଏ । ତେଣୁ ଯଦି ରୋଷେଇଘର ଯଦି ଠିକ ଭାବେ ହୋଇ ନ ଥାଏ ତେବେ ଖାଦ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ଖାଦ୍ୟ ହଜମ ହୁଏ ନାହିଁ , ଖାଦ୍ୟ ନଷ୍ଟ ହୁଏ, ପରିବାରର ଏକନ୍ନବ୍ରତୀ ରୁହେ ନାହିଁ । ତେବେ ରୋଷେଇ ଘର କେଉଁଠି ହେବା ଦରକାର ? ରୋଷେଇ ଘର ଘରର ଦକ୍ଷିଣ – ପୂର୍ବ କୋଣ ରେ ରହିବା ଉଚିତ । ଏହା ଆଗ୍ନେୟ କୋଣ ଅଟେ ।

ରୋଷେଇଘର ଦ୍ୱାର କେଉଁ ଦିଗରେ ରହିବା ଉଚିତ ? ରୋଷେଇଘର ର ଦ୍ୱାର ଗୃହର କୌଣସି କୋଣ ରେ ରହିବା ଉଚିତ ନୁହେଁ । ରୋଷେଇ ଘରର କବାଟ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ । ରୋଷେଇ ଘରର ଝରକା କେଉଁ ଦିଗକୁ ରହିବା ଉଚିତ ? ରୋଷେଇ ଘରର ଝରକା ବା ଏକଜେଷ୍ଟ ଫ୍ୟାନ ପୂର୍ବ ଦିଗରେ ରହିବ ଉଚିତ ।

ରୋଷେଇଘରର କବାଟ ସମ୍ନାରେ କେବେବି ଚୁଲି ରଖି ରାନ୍ଧିବା ଉଚିତ ନୁହେଁ । ରୋଷେଇଘରର ରଙ୍ଗ କେଉଁ ରଙ୍ଗ କରିବା ଦ୍ୱାରା ଶୁଭ ଓ କେଉଁ ରଙ୍ଗ କରିବା ଦ୍ୱାରା ଅଶୁଭ ହୋଇଥାଏ ? ରୋଷେଇଘରର ରଙ୍ଗ ହଳଦିଆ , କମଳା , ଗୋଲାପୀ , ଚକଲେଟ ରଙ୍ଗରର ହେବା ଉଚିତ । ମାତ୍ର କଳା କିମ୍ବା ଧଳା ରଙ୍ଗ ହେବା ଉଚିତ ନୁହେଁ ।

ରୋଷେଇ ଘରର ଜିନିଷ କେଉଁ ଦିଗରେ ରଖିବା ଉଚିତ ? ଅଭେନ , ଗ୍ରାଇଣ୍ଡର , ଅଟା , ଚାଉଳ ଆଦି ରୋଷେଇଘରର ଦକ୍ଷିଣ ଦିଗରେ ଥିବା ଥାକ ବା ବେଞ୍ଚ ଉପରେ ରଖିବା ଉଚିତ । ରୋଷେଇ ଘରର କେଉଁ ଦିଗରେ ଗ୍ୟାସ ବା ଚୁଲା ଆଦି ରଖିବା ଉଚିତ । ରୋଷେଇ ଘରର ଦକ୍ଷିଣ ପୂର୍ବ ଦିଗରେ ଗ୍ୟାସ ଚୁଲା ରହିବା ଦରକାର ।

ରୋଷେଇ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ । ରୋଷେଇ ଘରର ବାସନ ସଫା ସ୍ଥାନ କେଉଁ ଦିଗରେ କରିବା ଉଚିତ ହୋଇଥାଏ । ? ସଫା କରିବା କୁଣ୍ଡ , ବା ପାଣିର ଜାଗା ଉତ୍ତର – ପୂର୍ବ ଦିଗରେ ବା ଉତ୍ତର ଦିଗରେ ରହିବା ଉଚିତ । ରୋଷେଇଘରର ଅନ୍ୟ ଜିନିଷ ପତ୍ର ରୋଷେଇଘରର ପଶ୍ଚିମ ବା ଦକ୍ଷିଣ ଦିଗରେ ରହିବା ଉଚିତ ।

ରୋଷେଇ ଘରର କେଉଁ ଦିଗରେ ଅନ୍ୟାନ୍ୟ ସମଗ୍ରୀ ଆଦି ରଖିବା ଉଚିତ ? ରୋଷେଇଘରେ ଫ୍ରିଜ ଥିଲେ ଏହା ଦକ୍ଷିଣ ପଶ୍ଚିମ କୋଣ ରେ ରଖିବା ସବୁଠୁ ଭଲ ବା ଏହାକୁ ଆପଣ ଉତ୍ତର ପୂର୍ବ କୋଣରେ ରଖି ପାରିବେ । ରୋଷେଇ ଘରେ ଯଦି ଖାଇବା ଟେବୁଲ ପକାଉ ଛନ୍ତି । ତେବେ ଏହାକୁ ଆପଣ ଉତ୍ତର ପଶ୍ଚିମ ଦିଗରେ ବା ପଶ୍ଚିମ ଦିଗରେ ପକାଇବା ଦରକାର । ଖାଇବା ସମୟରେ ଉତ୍ତର ବା ପୂର୍ବ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *