ନମସ୍କାର ବନ୍ଧୁଗଣ । ସାମାନ୍ଯ ଦ୍ରବ୍ଯ ମଧ୍ୟରେ ଚାଉଳ ହେଉଛି ଅନ୍ୟତମ ଅଟେ । ଯାହାକୁ ସଂସ୍କୃତରେ ଅକ୍ଷତ ବୋଲି କୁହାଯାଏ । ଏହାକୁ ଆମର ନୀତି ଦିନିଆ କାର୍ଯ୍ୟ ରେ ହେଉ ବା ରୋଷେଇ କରିବାରେ ବ୍ୟବହାର କରାଯାଏ । ଯଦି ଘରକୁ କୌଣସି ଅତିଥି ଙ୍କର ଆଗମନ ହେବାର ଥାଏ ତେବେ ଚାଉଳ ତିନି ମୁଠା କାଉ ଆଗରେ ରଖି ମାନସିକ କରନ୍ତି । ଏହା ପରେ କାଉ ଚାଉଳ ଖାଉଛି କି ନାହି ସେଥିରୁ ଜଣା ପଡେ ଯେ ଅତିଥି ଘରକୁ ଆସିବେ କି ନାହି ।
ଆଜି ଆମେ ଆପଣ ମାନଙ୍କୁ ଚାଉଳ ଦ୍ଵାରା କେଉଁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ପ୍ରତେକ କାମ ଆରମ୍ଭ କରିବା ପୂର୍ବ ରୁ କିଛି ମାନସିକ ମନରେ ରଖିବା ଉଚିତ । ନଚେତ ସେଥିରେ ସୁଫଳ ମିଳେ ନାହି । ଯଦି ମନରେ ମାନସିକ ରଖି କୌଣସି ଶୁଭ କାମ କରାଯାଏ ତେବେ ଭଗବାନ ଙ୍କ କୃପା ରୁ ସେଥିରେ ଆପଣ ସଫଳ ହେବେ ।
ଏହାର ପ୍ରତିକାର ଆପଣ କୌଣସି ପୂର୍ଣ୍ଣମୀ ଠାରୁ ବା କୌଣସି ସୋମବାର ଦିନ ଆରମ୍ଭ କରି ପାରିବେ । ପ୍ରଥମେ କିଛି କଞ୍ଚା ଧାନ ନେବେ । ସେଥିରୁ ୨୧ ଟି ଧାନ ବାହାର କରିବେ । ଏହା ପରେ ୨୧ ଟି ଧାନ କୁ ଛଡେଇ ଦେଇ ସେଥିରୁ ୨୧ ଟି ଚାଉଳ ବାହାର କରନ୍ତୁ । ଏହା ପରେ ଗୋଟେ ପାତ୍ର ରେ ହଳଦୀ ସହ ସେହି ୨୧ଟି ଚାଉଳ କୁ ରଖନ୍ତୁ । ସେଥିରେ କିଛି କ୍ଷୀର, ଧଳା ରଙ୍ଗର ଫୁଲ, ଦହି ଓ ମହୁ ସହ ୨୧ ଟି ବେଲପତ୍ର ଉପରେ ରାମ ଶବ୍ଦ ଲେଖିବେ ।
ଏହି ସବୁ ଦ୍ରବ୍ଯ କୁ ଏକାଠି କରି କୌଣସି ପୂର୍ଣ୍ଣିମା ବା ସୋମବାର ଦିନ ଠାରୁ ଆରମ୍ଭ କରି ୨୧ ଦିନ ଯାଏଁ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଗୋଟେ କଥା ପ୍ରତି ଧ୍ୟାନ ଦେବେ ଧାନ ଛଡାଇବା ସମୟରେ ଯେଉଁ ଭଙ୍ଗା ଚାଉଳ ବାହାରିବ ତାହାକୁ ଅଲଗା ରଖିବେ । କେବେ ବି ଭଙ୍ଗ ଚାଉଳ କୁ ଏହି ପ୍ରତିକାର ରେ ବ୍ୟବହାର କରିବେ ନାହି ।
ଏହି ପ୍ରତିକାର ମାତ୍ର ୨୧ ଦିନ କରିଲେ ଆପଣଙ୍କର ସବୁ ମନସ୍କାମନା ମହାଦେବ ଙ୍କ କୃପାରୁ ପୁରା ହେବ । ଆପଣଙ୍କ ଜୀବନରେ ଅଧିକ ଉନ୍ନତି ଆସିବା ସହ ସୁଖ ସମୃଦ୍ଧି ମଧ୍ୟ ଆସିବ । କେବଳ ଅକ୍ଷତ ଚାଉଳ କୁ ଏହି ସବୁ ଦ୍ରବ୍ଯ ରେ ବ୍ୟବହାର କରି ମହାଦେବ ଙ୍କ ନିକଟରେ ଅର୍ପଣ କରିଲେ ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।