ଏହି 3 ଟି ସଂକେତ ଯାହା କହିଥାଏ ସେ ଆପଣଙ୍କୁ ଭଲ ପାଆନ୍ତି , କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ତ ଆପଣ ବହୁତ ଭାଗ୍ଯବାନ !

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ ପ୍ରେମ ହେଉଛି ହଠାତ ପରିଣାମ । ତାହା କେବେ କାହାକୁ କହିକି ଆସିନଥାଏ , କିନ୍ତୁ ହଠାତ ଘଟିଥାଏ । ଅଧିକାଂଶ ଯୁବ ବୟସରେ ଥିବା ଝିଅପୁଅ ମାନେ ଏହି ପଥ ଦେଇ ଗମନ କରିଥାନ୍ତି । ପ୍ରେମ ଇଶ୍ଵରଙ୍କ ଠାରୁ ମିଳିଥିବା ସୁନ୍ଦର ଅନୁଭବ । ଭଗବାନ ଶିବ ଓ ପାର୍ବତୀଙ୍କ ଅମର ପ୍ରେମ କୁ ଆମେ ନିଜ ଜୀବନର ଉଦାହରଣ ସ୍ୱରୂପ ଗ୍ରହଣ କରିଥାଉ । ପ୍ରେମ ସର୍ବଦା ନିଶ୍ଚଳ, ନିଷ୍କଳଙ୍କ ରହିବା  ଉଚିତ ।

ପ୍ରେମ କୁ ଆମେ ଦୁଇ ପ୍ରକାର ଭାବରେ କରିଥାଉ । ପ୍ରଥମ ପ୍ରେମ ଉଭୟ ପକ୍ଷ ମଧ୍ୟରେ ହୋଇଥାଏ । ଯେଉଁଥିରେ ପୁଅ ଓ ଝିଅ ଉଭୟ ଉଭୟଙ୍କୁ ଭଲ ପାଆନ୍ତି ଏବଂ ନିଜ ମନର ଅନୁଭୂତି କୁ କହି ଭଲ ପାଇଥାନ୍ତି । ମାତ୍ର ଆଉ ଏକ ପ୍ରେମ ଏକତରପା ହୋଇଥାଏ ଯେଉଥିରେ କି ପୁଅ ବା ଝିଅ ଜଣକୁ ଭଲ ତ ପାଇଥାନ୍ତି । ମାତ୍ର ମନ ଭିତରେ ଲୁଚିକି ରହିଥିବା ପ୍ରେମ କୁ ବାହାରକୁ କହିବାକୁ ଭୟ ଅନୁଭବ କରିଥାନ୍ତି , ଯାହା ଫଳରେ କି ସେମାନେ ନିଜର ମନକୁ କହିପାରିନଥାନ୍ତି ।

ପ୍ରେମ କୁ ନ କହିପାରିବା ମନ ମଧ୍ୟରେ ପ୍ରଶ୍ନ ଲହରୀ ଉଠାଇ ପକେଇ ଥାଏ । ଦିନ ରାତି ଆପଣ ସେହି ବିଷୟକୁ ଭାବି ଚିନ୍ତିତ ହୋଇ ପଡିଥାନ୍ତି । ଆପଣ ଜାଣିବାକୁ ଇଛା କରନ୍ତି ଯଥା ମୁଁ ଯେପରି ତାହାଙ୍କୁ ଭଲ ପାଉଛି ସେ କଣ ମୋଟର ସେହିପରି ଭଲ ପାଆନ୍ତି । ଆପଣଙ୍କ ସମ୍ପର୍କ କୁ ନେଇ ଆପଣଙ୍କ ମନରେ ଥିବା ସନ୍ଦେହ କୁ ଦୂର କରିବେ ଭଗବାନ ଶିବ ଓ ପାର୍ବତୀ ।

ଆଜି ଆମେ ଆପଣଙ୍କୁ ତିନୋଟି ସହଜ ସଂକେତ ସମ୍ବନ୍ଧରେ କହିବୁ ଯାହାକୁ ଯଦି ଆପଣ ପାଇଥାନ୍ତି । ତେବେ ନିଶ୍ଚୟ ହେଇଯିବେ କି ସେ ମଧ୍ୟ ଆପଣଙ୍କୁ ଭଲ ପାଆନ୍ତି । 1- ଯଦି ସେ ଆପଣଙ୍କୁ ମନେ ପକାଉଥାଏ ତେବେ ଆପଣଙ୍କୁ କୋଣସି କାମରେ ମନେ ଲାଗିବ ନାହିଁ । ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ କାମ କୁ କରିପାରିବେ ନାହିଁ । ତେବେ ଆପଣ ବୁଝିଯିବେ କି ସେ ବି ଆପଣଙ୍କୁ ଭଲ ପାଉଛନ୍ତି ।

2- ଆପଣ ଏକୁଟିଆ ବସୁଥିଲା ସମୟ ତାହାଙ୍କ ନାମ ବା ସ୍ଵର ଶୁଣିବାକୁ ପାଆନ୍ତି । ବାରମ୍ବାର ଆପଣଙ୍କ ସହ ତାହା ଘଟିଥାଏ ତେବେ ଆପଣ ଯେପ୍ରକାର ତାହାକୁ ଭଲ ପାଉଛନ୍ତି । ସେ ମଧ୍ୟ ଆପଣଙ୍କୁ ଭଲ ପାଉଛନ୍ତି । 3- ଯଦି ସେ ତୁମ ସାମନା ଅଚାନକ ଆସିଯାଏ ଏବଂ ତୁମେ ହୃଦୟ ରୁ ଅତ୍ୟଧିକ ଖୁସି ଅନୁଭବ କର ତେବେ ତୁମେ ସଂପୂର୍ଣ୍ଣ ରୂପେ ବୁଝିଯାଅ ସେ ତୁମକୁ ନି ସନ୍ଦେହ ଭଲ ପାଆନ୍ତି ।

4- ଆପଣଙ୍କ ସ୍ଵପ୍ନରେ ତାହାଙ୍କ ହସୁଥିବା ଦୃଶ୍ୟ ଦେଖନ୍ତି ତେବେ ଆପଣ ମଧ୍ୟ ଆପଣଙ୍କ ସ୍ଵପ୍ନ ଦେଖାଉଛନ୍ତି । ଏହି ସବୁ ସଂକେତ ମିଳିଲେ ବୂଝିଯିବେ କି ସେ ବି ଆପଣଙ୍କୁ ଭଲ ପାଆନ୍ତି । ଆମ ପୋଷ୍ଟ ଟି ଭଲ ଲାଗିଲେ । ଆମ ପେଜ୍ କୁ ଲାଇକ, ଶେୟାର ଓ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *