ଯେଉଁ ଘରର ପୂଜା ଘରେ ଏହି 3ଟି ଜିନିଷ ଥାଏ ସେହି ଘରେ କେବେବି ଧନର ଅଭାବ ରହେ ନାହିଁ, ଦେଖନ୍ତୁ ଆପଣଙ୍କ ଘରେ ଏହି ଜିନିଷ ଅଛି ନା ନାହିଁ

ନମସ୍କାର ବନ୍ଧୁଗଣ । ପ୍ରାୟତ ସମସ୍ତଙ୍କ ଘରେ ଇଶ୍ଵରଙ୍କୁ ପୂଜା କରିବାର ବିଶେଷ ପୂଜା ଘର ରହିଥାଏ ଯାହାକୁ ଆମେ ଠାକୁରଙ୍କ ଘର କହିଥାଉ । ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁସାରେ ଇଶ୍ଵରଙ୍କ ପାଇଁ ଯେଉଁ ଘର କରାଯାଇଥାଏ । ସେଠାରେ ସବୁଦିନ ପୂଜା କରିବା ଦ୍ଵାରା ମନକୁ ଶାନ୍ତି ମିଳିଥାଏ ଏବଂ ଘରେ ଠାକୁରଙ୍କ ଘର ରହିଥିବା ହେତୁ ନକାରାତ୍ମକ ଶକ୍ତି ସହଜରେ ଘର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ।

ଯେଉଁ ଘରେ ଇଶ୍ଵରଙ୍କ ପୂଜା, ଆରାଧନା ହୁଏ ନାହିଁ ସେହି ଘରକୁ ଭୂତପ୍ରେତ ମାନେ ରହିବାକୁ ଇଛା କରନ୍ତି । ମାତ୍ର ଯେଉଁ ଘରେ ନିତ୍ୟପୂଜା ଆରାଧନା ହୁଏ ଇଶ୍ଵର ସର୍ବଦା ସେହି ଘରେ ବାସ କରିଥାନ୍ତି ଓ ସେ ଘରେ କୋଣସି ଅଭାବ ରହିନଥାଏ । ଶାସ୍ତ୍ରରେ ପୂଜାଘର କୁ ନେଇ ଅନେକ ବିଷୟ ବର୍ଣ୍ଣନା କରାଯାଇଛି । କୁହାଯାଏ ମଣିଷକୁ ଭଗବାନ 24 ଘଣ୍ଟା ସମୟ ଦେଇଥାନ୍ତି ସେଥି ମଧ୍ୟରୁ ଯଦି ମଣିଷ ଅଳ୍ପ ସମୟ ବି ଇଶ୍ଵରଙ୍କୁ ଦିଏ ତେବେ ଇଶ୍ଵର ତାହା ପ୍ରତି ପ୍ରସନ୍ନ ହୋଇଥାନ୍ତି ଏବଂ ତାହା ଘରକୁ ଆସିଥାନ୍ତି  ।

ତେବେ ଆପଣମାନେ ବି ଯଦି ଇଶ୍ଵରଙ୍କ ଉପସ୍ଥିତିକୁ ଆପଣମାନଙ୍କ ଘରେ ଚାହାନ୍ତି ତେବେ ସବୁ ଦିନ ଆପଣଙ୍କ କାମରୁ କିଛି ବାହାର କରି ଇଶ୍ଵରଙ୍କର ପୂଜା କରିବା ଉଚିତ୍ ହୋଇଥାଏ ଓ ଆପଣ ପକ୍ଷେ ତାହା ମଙ୍ଗଳ ସାଧନ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ପୂଜା ଘରେ କେଉଁ ସବୁ ଜିନିଷ ରହିବା ଉଚିତ୍ ଓ ଅନୁଚିତ୍ ତହି ସମ୍ବନ୍ଧରେ କିଛି ବିଷୟ କହିବାକୁ ଚାହୁଛି । ପୂଜା ଘରେ ଦୁଇ ତିନୋଟି ଫୋଟ ରଖିବା ଉଚିତ୍ ହୋଇଥାଏ ।

ପୂଜା ଘର କୁ ସବୁଦିନ ପରିଷ୍କାର ପରିଛନ ରଖିବା ଉଚିତ୍ ।ତମ୍ବା ଲୋଟା ପାଣିରେ ତୁଳସୀ ପତ୍ର ରଖିବା ବହୁତ ଭଲ ହୋଇଥାଏ ଏବଂ ତାହାକୁ ଗ୍ରହଣ କରିବା ଅତ୍ୟଧିକ ଶୁଭ ହୋଇଥାଏ । ଏହାକୁ ଗ୍ରହଣ କରିବା ଦ୍ଵାରା ଆପଣଙ୍କ ବୃଦ୍ଧି, ଜ୍ଞାନ ର ଅଭିବୃଦ୍ଧି ହୋଇଥାଏ । ପୂଜା ଘରେ ଚନ୍ଦନ ରହିବା ବହୁତ ଶୁଭ ହୋଇଥାଏ ଏବଂ ଚନ୍ଦନ ଟୀକା ଲଗେଇବା ଦ୍ଵାରା ଆପଣଙ୍କ ମନ ସୁସ୍ଥିର ରହିଥାଏ ।

ହଳଦୀ ଚାଉଳ ଓ ଅଖଣ୍ଡ ଚାଉଳକୁ ପୂଜା ଘରେ ରଖିବା ଏବଂ ଏହାକୁ ବ୍ୟବହାର କରିବା ଦ୍ଵାରା ଭଗବାନ ଖୁସି ହୋଇଥାନ୍ତି । ପୂଜା ଘରେ ଅଖଣ୍ଡ ଚାଉଳ ରଖିବା ଦ୍ଵାରା ଭଗବାନ ବହୁତ ପ୍ରସନ୍ନ ହୋଇଥାନ୍ତି । ପୂଜା ଘରେ ସିନ୍ଦୁର ରଖିବା ଶୁଭ ହୋଇଥାଏ ଏବଂ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ତେଣୁ ପୂଜା ଘରେ କୁକୁମ, ସିନ୍ଦୁର ନିଶ୍ଚୟ ରଖନ୍ତୁ ଏବଂ ଏହାକୁ ପୂଜା କରିବା ପରେ ବ୍ୟବହାର କରନ୍ତୁ । ଏହି ସବୁ ଜିନିଷ ପୂଜା ଘରେ ରହିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *