ଏମିତି ଘରକୁ କେବେ ବି ଆସନ୍ତି ନାହିଁ ମା’ ଲକ୍ଷ୍ମୀ, ସବୁବେଳେ ଲାଗି ରହିଥାଏ ଦୁଃଖ ଦରିଦ୍ରତା (Vastu Tips)

ନମସ୍କାର ବନ୍ଧୁଗଣ ।  ଘରକୁ ଘର କରିବା ପଛରେ ଗୃହିଣୀମାନଙ୍କର ପ୍ରମୁଖ ଅବଦାନ ରହିଥାଏ । ନାରୀ ଘରର ମା ‘ ଲକ୍ଷ୍ମୀ ହୋଇଥାନ୍ତି । ମହିଳାମାନଙ୍କ କାର୍ଯ୍ୟ ଘର ଉପରେ ଭଲ ଓ ଖରାପ ପ୍ରଭାବ ପକେଇଥାଏ । ମହିଳାମାନଙ୍କୁ ଏଭଳି କିଛି କାମ କରିବା ଅନୁଚିତ୍ ହୋଇଥାଏ ଯାହାକୁ କରିବା ଦ୍ଵାରା ମା ‘ ଲକ୍ଷ୍ମୀ ଘରକୁ ତ୍ୟାଗ କରିଥାନ୍ତି । ତେବେ ମହିଳାମାନଙ୍କୁ ଭୁଲରେ ସେହିସବୁ ଭୁଲ କରିବା କଥା ନୁହେଁ । କିଏ ବା ନ ଚାହେଁ କି ତା ଘରେ ମା ‘ ଲକ୍ଷ୍ମୀଙ୍କ ଉପସ୍ଥିତି ନ ଥାଉ କହି ।

କାରଣ ଯେଉଁ ଘରେ ମା ‘ ଲକ୍ଷ୍ମୀଙ୍କ ବାସ ଥାଏ ସେ ଘରେ ଧନର ଅଭାବ ଦେଖାଯାଇନଥାଏ ଏବଂ ଘର ସର୍ବଦା ସୁଖଶାନ୍ତିରେ ରହିଥାଏ । ତେବେ ଆପଣମାନେ ମଧ୍ୟ ଆପଣଙ୍କ ଘରକୁ ଧନ , ସୁଖ, ସମବୃଦ୍ଧିରେ ପରିପୂର୍ଣ୍ଣ କରିବାକୁ ଚାହାଁନ୍ତି ତେବେ ନିଶ୍ଚୟ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ଆସନ୍ତୁ ଜାଣିବା ମହିଳାମାନଙ୍କ ଦ୍ଵାରା ହେଉଥିବା କିଛି ଭୁଲ କାମ ସମ୍ବନ୍ଧରେ ଯାହାକୁ ଜାଣିବା ଦ୍ଵାରା ଆପଣ ତାହା କରିବେ ନାହିଁ ।

1- ଯେଉଁମହିଳାମାନେ ଅନ୍ୟର ଚୁଗୁଲି କରନ୍ତି ଓ ଅନ୍ୟ ଘରକୁ ଝାକି କି ନିରୀକ୍ଷଣ କରିବାକୁ ପସନ୍ଦ କରିଥାନ୍ତି ସେହିଠାରେ ଧନ ହାନି ହୋଇଥାଏ । ଗରୁଡ ପୁରାଣ ଅନୁସାରେ ସବୁ ପ୍ରକାରର ଧନ ଦୌଲତ କ୍ଷୟ ହୋଇଯାଏ ଏବଂ ମାତା ଲକ୍ଷ୍ମୀ ଏଭଳି ଘରକୁ କେବେବିଉ ଆସିନଥାନ୍ତି । 2- ଯେଉଁମହିଳାମାନେ ଝାଡୁ କୁ ଗୋଡରେ ଲଗାଇଥାନ୍ତି ସେହି ଘରକୁ ମାତାଲକ୍ଷ୍ମୀ କଦାପି ଆସିନଥାନ୍ତି । କାରଣ ଝାଡୁରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ ।

3- ମହିଳାମାନେ ରାତିରେ ଅଇଠା ବାସନ ରଖି ଶୋଇଥାନ୍ତି ତେବେ ଅଇଠା ବାସନ ଅଭିଶାପ ଦିଅନ୍ତି । ତେବେ କେବେବି ଅଇଠା ବାସନକୁ ରଖି  ଶୋଇବେ ନାହିଁ ।4- ଯେଉଁ ଘରର ନାରୀମାନେ କବାଟକୁ ଲାତ ମାରି ଖୋଲନ୍ତି ସେହି ଘରେ ମାତା ଲକ୍ଷ୍ମୀ କଦାପି ରୁହନ୍ତି ନାହିଁ । ଯଦି ଆପଣଙ୍କ ଘରେ ବି ଏଭଳି ହେଉଛି ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ । 

5- ମହିଳାମାନେ ଘରର ମୁଖ୍ୟଦ୍ଵାର ଅଗଣାରେ ବସି ଖାଆନ୍ତି ତେବେ ସେ ଘର ବର୍ବାଦ ହୋଇଯାଏ । ମାତା ଲକ୍ଷ୍ମୀଙ୍କ କ୍ରୋଧିତ ହୋଇ ଚାଲିଯାଇଥାନ୍ତି । 6- ସପ୍ତାହରେ ଥରେ ସାମୁଦ୍ରିକ ଲୁଣରେ ଘର ଧୋଇବା ଉଚିତ୍ ଘରେ ମା ‘ ଲକ୍ଷ୍ମୀଙ୍କ କୃପା ଆସିଥାଏ । 7- ଯେଉଁ ଘରମାନଙ୍କରେ ରାତି କିମ୍ବା ସନ୍ଧ୍ୟା ସମୟରେ ଝାଡୁ ଲଗାଯାଇଥାଏ । ସେ ଘର କାଙ୍ଗଳ ହୋଇଯାଏ । ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ ନଚେତ୍ ମା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ ।

8- ଯେଉଁ ଘରେ ମହିଳାମାନେ ଅଧିକ ସମୟ ଯାଏ ଶୋଇକି ରୁହନ୍ତି । ସେ ଘର ଶୀଘ୍ର ନଷ୍ଟ ହେବାକୁ ଲାଗିଥାଏ । ମହିଳାମାଙ୍କୁ ଯଥା ଶୀଘ୍ର ଉଠି ଘର କମ ସାରିବା ଉଚିତ୍ ହୋଇଥାଏ । ତେଵେ ଏହି ସବୁ କାମ ଗୁଡିକୁ ଘରର ମହିଳାମାନେ କଦାପି କରନ୍ତି ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଓ କମେଣ୍ଟ କରନ୍ତୁ ।   

Leave a Reply

Your email address will not be published. Required fields are marked *