ସମସ୍ତ ହିନ୍ଦୁ ଘରେ ମନ୍ଦିର ବା ପୂଜା ଘରଟେ ହୋଇଥାଏ । ଘରେ ନୀତିନିୟମ ଅନୁସାରେ ପୂଜା କରିବା ଦ୍ୱାରା ଖୁସି ଆସିଥାଏ । ସମସ୍ତ ନକରାତ୍ମକ ଦୁଶ୍ଚିନ୍ତା ଦୁର ହୋଇଥାଏ । ଏହା ତେବେ ସମ୍ଭବ ଯେବେ ଘରେ ଥିବା ଠାକୁର ଘର ବାସ୍ତୁ ଓ ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଠିକ ହୋଇଥାଏ । ଠାକୁର ଘର ସଠିକ୍ ଦିଗ ଓ ସଠିକ୍ ସ୍ଥାନ ରେ ରଖିଥିଲେ ତାହେଲେ ସୁଖ ଆସିବା ସମ୍ଭବ । ଯଦି ଏହା ସଠିକ୍ ସ୍ଥାନ ରେ ନାହିଁ ତାହେଲେ ଏହା ଅଶୁଭ ହୋଇଥାଏ । ଗୃହ କୁ ଅନ୍ଧାର ଘୋଟି ଆସେ ।
ବିପରୀତ ପରିଣାମ ଆସିଥାଏ । ଆମ ଶାସ୍ତ୍ର ରେ ରହିଛି ଯେ କିଛି ଦେବ ଦେବୀ ଙ୍କୁ ଏକ ସ୍ଥାନ ରେ ରଖିବା ଦ୍ଵାରା ମଧ୍ୟ ତାର ପରିଣାମ ଆମ ଉପରେ ପଡ଼ିଥାଏ । ଏହାର ନକାରାତ୍ମକ ଶକ୍ତି ଆମ ଉପରେ ପଡେ । ଠାକୁର ଘରେ କେବଳ ଦେବୀ ଦେବତା ଙ୍କ ଫଟୋ ରଖିବା ଉଚିତ୍ କୌଣସି ଆଚାର୍ଯ୍ୟ ବା ଗୁରୁ ଙ୍କ ଫଟୋ ରଖିବା ଦ୍ଵାରା ଘୋର ବିପତି ଆସିଥାଏ । ସାଧୁ ସନ୍ଥ ମାନ ଙ୍କ ଫଟୋ ମଧ୍ୟ ଲଗାଇବା ଅନୁଚିତ୍ ।
ଏହା ଦ୍ଵାରା ଦେବୀ ଦେବତା ମାନ ଙ୍କ ର ଅପମାନ ହୋଇଥାଏ । ବାସ୍ତୁ ଶାସ୍ତ୍ର ରେ ଏପରି କରିବା ଅନୁଚିତ୍ ଅଟେ । ଠାକୁର ଘରେ କେବଳ ଠାକୁର ଙ୍କ ଫଟୋ ରଖିବା ଉଚିତ୍ । କାନ୍ଥ ରେ ମଧ୍ୟ ଠାକୁର ଙ୍କ ଫଟୋ ଲଗାଇବା ଉଚିତ୍ । ଠାକୁର ଙ୍କ ଘର ସ୍ଵତନ୍ତ୍ର କରିବା ଉଚିତ୍ । ଆଗ ପଛ କରି ରଖିବା ଅନୁଚିତ୍ । ଏକ ସଙ୍ଗେ ସମସ୍ତଙ୍କୁ ରଖିବା ଅନୁଚିତ ।
ସବୁବେଳେ ବସିଥିବା ଠାକୁର ଙ୍କ ମୂର୍ତ୍ତି ରଖିବା ଉଚିତ୍ କେବେ ହେଲେ ଠିଆ ହୋଇଥିବା ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ସେମାନେ ଠିଆ ହେବ ଦ୍ଵାରା ଘର ଛାଡିକି ଯିବା ଭଳି ଲାଗିଥାଏ । ବସିଥିବ ମୂର୍ତ୍ତି ବିରାଜମାନ ଅବସ୍ଥା ରେ ଘରେ ରହିବା ପରି ଲାଗିବ । ଭଗବାନ ଙ୍କ ସ୍ଥାନ ସବୁବେଳେ ଉଚ୍ଚ ହେବା ଉଚିତ୍ । ଅଶୁଦ୍ଧ ଅପବିତ୍ର ପଦାର୍ଥ ନ ରଖିବା ଉଚିତ୍ । ଚମଡା , ହାଡ଼ ଆଦି ନ ରଖିବା ଉଚିତ୍ । ସବୁବେଳେ ସୁଧତା ରହିବା ଉଚିତ୍ ।
ଶ୍ରୀଗଣେଶ ଙ୍କ ମୂର୍ତ୍ତି ଘର ସାମ୍ନା ରେ ରଖିଲେ ତାହା ଶୁଭ ହୋଇଥାଏ । ସେ ରିଧି ସିଦ୍ଧି ଓ ବୁଦ୍ଧି ର ଦାତା ହୋଇଥାନ୍ତି । ମହା ଲକ୍ଷ୍ମୀ ଙ୍କ ମୂର୍ତ୍ତି ରଖିବା ଦ୍ଵାରା ଧନ ଓ ଦୌଲତ ର ବୃଦ୍ଧି ହୁଏ । ଧନ ର ଅଭାବ ରହେ ନାହିଁ । ଗଣେଶ ଙ୍କ ମୂର୍ତ୍ତି ସହ ଲକ୍ଷ୍ମୀ ଙ୍କ ମୂର୍ତ୍ତି ଓ ଶ୍ରିନାରାୟଣ ଙ୍କ ମୂର୍ତ୍ତି ମଧ୍ୟ ଅବଶ୍ୟ ରଖିବା କଥା । ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ସୁଖ ଶାନ୍ତି ଭରି ରହିଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ପୂଜା ରାଧା ଙ୍କ ସହ କରିବା ଉଚିତ୍ ।