ଗୃହ ରେ ଏମିତି କେଉଁ ସଂକେତ ଘଟିଲେ ଆପଣ ଜାଣି ଯିବେ ଯେ ମାତ ଲକ୍ଷ୍ମୀ ନକର ପ୍ରବେଶ ହେବାକୁ ଯାଉଛି । ଅମାବାସ୍ୟା ଦିନ ସଦି ପେଚା ଦେଖନ୍ତି ,ବିଲେଇ ଘରେ ପଶି କ୍ଷୀର ପିଏ ଏବଂ ରାତିରେ ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ତାହେଲେ ଏପରି ହେବ ଦ୍ଵାରା ଏହା ଗୃହ କୁ ମା ଲକ୍ଷ୍ମୀ ଙ୍କ ଆଗମନ ର ସୂଚନା ଦେଇଥାଏ । ଗୁରୁବାର ଦିନ ଓ ଶନିବାର ଦିନ ଘର ର କୌଣସି ସାମଗ୍ରୀ ଭୁଲ ରେ ବି ବିକ୍ରି କରନ୍ତୁ ନାହିଁ ଏହା ଦ୍ଵାରା ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି ।
ଘରେ ଯଦି ସର୍ବଦା ଅଭାବ ଲାଗି ରହିଥାଏ ଯେତେ ବି ରୋଜଗାର କରନ୍ତୁ ନା କାହିଁକି ତଃଲୀ ଖୁଚୁରା ମୁଦ୍ରା ଗୋଟେ କଳସୁ ରେ ପୂର୍ଣ୍ଣ କରି ଘର ର ପଶ୍ଚିମ ପେଟ ରଖିଦିଅନ୍ତୁ । ଏବଂ ପ୍ରତିଦିନ ମୁଣ୍ଡିଆ ମାରନ୍ତୁ ଏହା ଆପଣ ଙ୍କ ଘର ର ସମସ୍ତ ଅଭାବ ଦୁର କରିଥାଏ । ଘର ସାମ୍ନା ରେ ପଥର ବା କଣ୍ଟା ଜାତୀୟ ବୃକ୍ଷ ରଖିବା ଅନୁଚିତ ।
ଘର ଠାକୁର ଘରେ ଗରୁଡ଼ ଚିତ୍ର ଥିବା ଘାଣ୍ଟି ବାଜିଲେ ଅଗ୍ନି ଓ ଚୌର ଏମାନ ଙ୍କ ଠାରୁ ମୁକ୍ତି ମିଳିଥାଏ । ମଙ୍ଗଳ ବାର ଦିନ କୌଣସି ଲୁହା ଜିନିଷ କୁ ଆଦୌ ବିକ୍ରି କରନ୍ତୁ ନାହିଁ । ଜମି ବିକ୍ରି ଆଦି ଭୁଲ ରେ ବି କରନ୍ତୁ ନାହିଁ । ଧଳା ପେଚା ଯଦି ରାସ୍ତା ରେ ବା ଘରେ ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ନେଉଳ ଓ ଧଳା ପାରା ରଖିବା ଶୁଭ ହୋଇଥାଏ । ଗୃହ ର ଦକ୍ଷିଣ ପାର୍ଶ୍ଵ ରେ ଚାଉରା ରଖନ୍ତୁ ।
ଯାତ୍ରା ସମୟ ରେ ତୁଳସୀ ର ମାଟି ନିଜ ମଥା ରେ ଲଗାନ୍ତୁ । ଅଗ୍ନି କୋଣ ରେ ଘର କରନ୍ତୁ ନାହିଁ ଏରୁଣ୍ଡି ରେ ପାଦ ରଖନ୍ତୁ ନାହିଁ । ରୋଷେଇ ଘରେ ବା ଠାକୁର ଘରେ ଝାଡୁ ରଖନ୍ତୁ ନାହିଁ । ଝାଡୁ କୁ କାହାର ଦୃଷ୍ଟି ନ ପଡ଼ିବ ଜାଗାରେ ରଖନ୍ତୁ । ଝାଡୁ କୁ ଲୁଚାଇ ରଖନ୍ତୁ । ଏହି କେତୋଟି ନିୟମ ପାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ଙ୍କ ଉପରେ ପଡ଼ିବ ଏବଂ ଘର ର ସମସ୍ତ ଦୁଃଖ ଦୂର ହେବ ସହ ପୁନଚ ଧନ ଧନ୍ୟ ରେ ଘର ଚମକି ଉଠିବ ।