ଜାନୁଆରୀ – ଏହି ଲୋକ ମାନେ ଉଦାର ପ୍ରକୃତି ର ହୋଇଥାନ୍ତି । ମିତ୍ର କରିବାରେ ସବୁଠୁ ଆଗରେ ଥାନ୍ତି । ସହଜ ରେ ଆଶାବାଦୀ ଓ ସକାରାତ୍ମକ ଚିନ୍ତା କରିଥାନ୍ତି । ପ୍ରଜାପତି ପଡ଼ି ସୁନ୍ଦର ଓ ଖୋଲା ସ୍ୱଭାବର ହୋଇଥାନ୍ତି । ଫ୍ରେବୃୟାରି – ଏମାନେ ବୋହୁତ ପ୍ରଭାବ ଶାଳୀ ହୋଇଥାନ୍ତି । ସେମାନେ ସବୁବେଳେ ନିଜ କାର୍ଯ୍ୟ ରେ ବେସ୍ତ ରୁହନ୍ତି । ସମସ୍ତ ଙ୍କ ର ନଜର ଏମାନ ଙ୍କ ଉପରେ ରହିଥାଏ । ଆତ୍ମ ବିଶ୍ବାସ ଅଟେ ଶକ୍ତିଶାଳୀ ହୋଇଥାଏ କେହି ମଧ୍ୟ ଆପଣ ଙ୍କ ଠାରୁ ଆଖି ମିଶେଇ କଥା ହୋଇପାରନ୍ତି ନାହିଁ । ଆପଣ ନିଜ ପରିବାର କୁ ବେଶୀ ଗୁରୁତ୍ବ ଦିଅନ୍ତି ।
ମାର୍ଚ୍ଚ – ଆପଣ କଠିନ ଚିନ୍ତାଧାରା ନୁହନ୍ତି କିନ୍ତୁ ଆପଣ କୌଣସି ପରିସ୍ଥିତି ହାର ମାନନ୍ତି ନାହିଁ । ମନ ର ଉତ୍ସାହ ଅଗକୁ ନାଇଯାଏ । ଦୃଢ଼ ହୃଦୟ ର ହୋଇଥାନ୍ତି । ଜୀବନ କୁ ସୁଖ ରେ ବିତାଇବାକୁ ଆଶା ରଖିଥାନ୍ତି । ଏପ୍ରିଲ – ଭବକ ବ୍ୟକ୍ତି ଅଟନ୍ତି । କେବେହେଲେ ଲୋକ ଙ୍କୁ ଲୁଚାନ୍ତି ନାହିଁ , ସବୁ କଥା ଖୋଲା ଭାବେ କୁହନ୍ତି । ଏହି ବିଶେଷ କାରଣ ରୁ ଆପଣ ଙ୍କୁ ଭଲ ମଧ୍ୟ ଲୋକ ମାନେ କହିଥାନ୍ତି । ନିଜ ର ଶାନ୍ତି ସ୍ଵଭାବ ଦ୍ଵାରା ଦୁନିଆ ଠାରୁ ପ୍ରଶଂସିତ ହୋଇଥାନ୍ତି ।
ମଇ – କେବେ କେବେ ଆପଣ ଅନ୍ୟ ଙ୍କୁ ଡରାଇ ଥାଆନ୍ତି ଓ ଆପଣ ଏମିତି ମଧ୍ୟ କେତେ ଜଣ ଙ୍କ ପାଇଁ ଭଲ ହୋଇଥାନ୍ତି । ସୁନ୍ଦର ବ୍ୟକ୍ତି ସ୍ୱରୂପ ହୋଇଥାନ୍ତି । ନିଜ ମଧ୍ୟ ରେ ଗମ୍ଭୀରତା ରହିଥାଏ । ପରିବାର ଓ ସାଙ୍ଗ ମାନ ଙ୍କ ପାଇଁ କିଛି ଭି କରିପାରନ୍ତି । ଜୁନ – ଆପଣ ନିଜ ଶାନ୍ତ ସ୍ଵଭାବ କାରଣ ରୁ ସମସ୍ତ ଙ୍କ ମନ କୁ ଜିତି ପାରନ୍ତି । ଲୋକ ଙ୍କ ବିଷୟ ରେ ସହଜ ରେ ଜାଣିପାରନ୍ତି । ଲୋକ ଆପଣ ଙ୍କ ପାଖରେ କମ୍ କିନ୍ତୁ ଯେତିକି ଥାଆନ୍ତି ଖାସ ହୋଇଥାନ୍ତି । ଆପଣ ସମସ୍ତ ଙ୍କୁ ନିଜ ସରଳତା ଯୋଗୁ କିଣି ପାରନ୍ତି ।
ଜୁଲାଇ – ଏହି ବ୍ୟକ୍ତି ମାନେ ବୋହୁତ ରାଗି ହୋଇଥାନ୍ତି ଟିକେ ଟିକେ କଥା ରେ ବୋହୁତ ବଡ଼ କଥା କହିଦିଆନ୍ତି । କିନ୍ତୁ ଯାହା କୁହନ୍ତି ଠିକ୍ କୁହନ୍ତି । ଆପଣ ସାହସୀ ଓ ଶକ୍ତିଶାଳୀ ହୋଇଥାନ୍ତି । ଆପଣ ସାମ୍ନା ରୁ ରୁକ୍ଷ ହୋଇଥାନ୍ତି କିନ୍ତୁ ଭିତରୁ ବୋହୁତ ଭଲ ହୋଇଥାନ୍ତି । ଆପଣ ନିଜ ଆଖପାଖ ଲୋକ ଙ୍କ ଠାରେ ବୋହୁତ ଖୁସି ରେ ରୁହନ୍ତି । ଅଗଷ୍ଟ – ଅପଣ ଯେଉଁ କଥା କୁହନ୍ତି ତାହା କାମ ରେ କରିକି ଦେଖାନ୍ତି । ନିଜ ଭୁଲ କୁ ସହଜ ରେ ମାନି ନେଇଥାନ୍ତି ଯାହାକି ଖୁବ୍ କମ୍ ଲୋକ ଙ୍କ ପାଖରେ ଦେଖା ଯାଏ । ଲୋକ ଙ୍କ ଉପରେ ଅଧିକ ଭରସା କରନ୍ତି ନାହିଁ । ନିଜର ଦୃଢ଼ ମନୋବଳ ରେ ଆଗକୁ ଚଳିପାରନ୍ତି ।
ସେପ୍ଟେମ୍ବର – ଆପଣ ଖୋଲା ସ୍ୱଭାବର ଲୋକ ହୋଇଥାନ୍ତି । ଯାହା କୁହନ୍ତି ତାହା ହୁଏ । ଆପଣ ଙ୍କ କଥା ରେ ସଦା ସର୍ବଦା ଭଲ ଗରିମା ରହିଥାଏ । ଯଦି ପଇସା ର ଅଭାବ ଥାଏ ତଥାପି ଆପଣ ଜନିପରିଥନ୍ତି କୁ କିପରି ଆପଣ ଙ୍କୁ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବାର ଅଛି । ଲୋକ ମାନେ ଆପଣ ଙ୍କ ର ବିଶେଷ ଗୁଣ ପାଇଁ ଆପଣ ଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି । ଅକ୍ଟୋବର – ଆପଣ ଭଲ ଲିଡର ହୋଇପାରନ୍ତି । ଊର୍ଜା ଓ ଦୃଢ଼ ମନୋବଳ ର ସ୍ବୀକାର ହୋଇଥାନ୍ତି । କଠିନ ପରିସ୍ଥିତି ରେ ସଠିକ୍ ନିଷ୍ପତି ନେଇ ପାରନ୍ତି । ଉଦାର ହୃଦୟ ର ମାଲିକ ଅଟନ୍ତି । ଆପଣ ସର୍ବଦା ସାହାର୍ଯ୍ୟ କରିଥାନ୍ତି ।
ନଭେମ୍ବର – ଏହି ଲୋକ ମାନେ ବୋହୁତ ଚିନ୍ତା କରନ୍ତି ଯାହାକି ଏକ ଭଲ ଗୁଣ ହୋଇଥାଏ । କାହା କଥାରେ ନ ପଡ଼ି ନିଜ ଇଛା ରେ ଚଳନ୍ତି । କିଏ କଣ କହିଲେ ଏମାନେ ନ ଶୁଣି ଆଗକୁ ଯାଆନ୍ତି । ଆପଣ ଙ୍କ ଚିନ୍ତା ଧାରା ସୁଦୃଢ ବା ଆକାଶ ଛୁଆଁ ହୋଇଥାଏ ଏବଂ ଆପଣ ମାଟିରେ ପାଦ ରଖି ଚାଲି ସିଖିଥାନ୍ତି । ଡିସେମ୍ବର – ଏହି ବ୍ୟକ୍ତି ମାନେ ଖୁବ୍ ଶକ୍ତି ବନ୍ତ ହୋଇଥାନ୍ତି । ଏମାନ ଙ୍କ ସହ ଲୋକ ମନେ କଥା ହେବାକୁ ଦରିଥନ୍ତି । ଏମାନେ ଭୟଙ୍କର ହୋଇଥାନ୍ତି । ଏମାନେ ରହିଲେ କାହା କଥା କୁ ଆକ୍ଷେପ କରିନଥାନ୍ତି । ଆପଣ ଏପରି ବ୍ୟକ୍ତିତ୍ଵ ଅଟନ୍ତି ଯାହାକି ବୋହୁତ ଆଗକୁ ଯିବେ । ଆପଣ ଙ୍କ ଜୀବନ ର ଖାସ ତତ୍ତ୍ଵ ହେଉଛି ଆପଣ କେବେ ମଧ୍ୟ ଅଳ୍ପ ରେ ସନ୍ତୁଷ୍ଟ ହୋଇନଥାନ୍ତି ଜୀବନ ଯିବା ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି । ଅଧିକ ଆଶା କରନ୍ତି ଏବଂ ଭାବୁକ ସ୍ୱଭାବର ହୋଇଥାନ୍ତି ।