କହିବାକୁ ଗଲେ ଥରେ ଗୋଟିଏ ୨୦ ଦିନର ଶିଶୁ ନଦୀରେ ବୁଡି ଯାଉଥିଲା । ସେହି ସମୟରେ ଏକ ଇଚ୍ଛାଧାରୀ ନାଗୁଣୀ ଆସି ସେହି ଶିଶୁର ଜୀବନ ବଞ୍ଚାଇଲା । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । କିନ୍ତୁ ଏହା ପଛରେ ଅସଲ କାହାଣୀ କଣ ଚାଳନ୍ତୁ ଜାଣିବା । ଉତ୍ତରାଖଣ୍ଡର ଧନୁର ଗାଁର ଜ୍ୟୋତି ନାମକ ଜଣେ ମହିଳା ନିଜ ପରିବାର ସହ ରହୁଥିଲା । ବିବାହର କିଛି ଦିନ ପରେ ହିଁ ଜ୍ୟୋତି ଗର୍ଭବତ୍ତୀ ହୋଇଗଲେ । ୯ ମାସ ପରେ ଜ୍ୟୋତି ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ ।
କିନ୍ତୁ ଜ୍ୟୋତିର ଶାଶୁ ଶଶୁର ଏଥିପାଇଁ ଖୁସି ନ ଥିଲେ କାରଣ ସେ ପୁତ୍ର ଆଶା କରୁଥିଲେ । ଏକ ଷଡଯନ୍ତ୍ର କରିଲେ କି ଯେତେବେଳେ ଘରେ ସମସ୍ତେ ଶୋଇ ପଡିବେ ତେବେ ସେ ଏହି ଶିଶୁ କନ୍ୟାକୁ ଜୀବନରୁ ମାରିଦେବେ । କିନ୍ତୁ ଏହି ସବୁ କଥା ଜ୍ୟୋତି ଶୁଣି ଦେଲେ ଓ ସେ ଚକିତ ହୋଇଗଲା । ସେ ଯାଇ ନିଜ ସାମ୍ୟଙ୍କୁ ଏହି ସବୁ କଥା କହିଲା । ଦୁଇ ଜଣ ଚିନ୍ତା କରିଲେ କି ସେମାନେ ଏହି ଶିଶୁ କନ୍ୟାକୁ ମା ଦୂର୍ଗାଙ୍କୁ ଦେଇ ଦେବେ ।
ଦୁଇ ଜଣକ ସକାଳୁ ଉଠି ଗଙ୍ଗା ନଦୀ କୁଳକୁ ନେଇ ଗୋଟିଏ ବଡ ପାତ୍ରରେ ରଖି ମହାଦେବଙ୍କୁ ସ୍ମରଣ କରି ଗଙ୍ଗାରେ ପ୍ରବାହିତ କରିଦେଲେ । ନଦୀରେ ପାଣିର ପ୍ରବାହ ଅଧିକ ଥିବାରୁ ନଦୀର ପାଣି ସେହି ପାତ୍ର ଭିତରକୁ ଆସୁଥିଲା । କିନ୍ତୁ ସେହି ସମୟରେ ସେହି ନଦୀ ମଧ୍ୟରେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ଆସି ସେହି ଶିଶୁ ଥିବା ପାତ୍ରକୁ ସୁରକ୍ଷିତ କରିଲା ଓ ସେହି ପାତ୍ରକୁ ନେଇ ଇଚ୍ଛାଧାରୀ ନାଗୁଣୀ ଉତ୍ତରାଖଣ୍ଡର ଅନ୍ୟ ଏକ ଗାଁ ଶ୍ୟାମପୁର ଯାଇ ପହଞ୍ଚିଲା ।
ଯେଉଁଠି ଗଙ୍ଗା ଘାଟରେ ବିମଲ ଓ ଶୀତଳ ନାମକ ଜଣେ ଦମ୍ପତ୍ତି ମା ଗଙ୍ଗାଙ୍କୁ ପ୍ରାର୍ଥନା କରୁଥିଲେ । ସେମାନଙ୍କର କୌଣସି ସନ୍ତାନ ନ ଥିଲା । ତାଙ୍କର ନଜର ଏହି ଶିଶୁ କନ୍ୟା ଉପରେ ପଡିଲା । ଯାହା ସହିତ ଗୋଟିଏ ନାଗୁଣୀ ବି ଥିଲା । ସେମାନେ ଏହାକୁ ଦେଖି ଭୟଭୀତ ହୋଇଗଲେ । ଯେମିତି ହିଁ ଶିଶୁ କନ୍ୟା କୁଳରେ ଆସି ଲାଗିଲା ତେବେ ସେମାନେ ସଙ୍ଗେ ସଙ୍ଗେ ସେହି କନ୍ୟାକୁ ଉଠାଇ ନେଲେ ।
ସେହି ଇଚ୍ଛାଧାରୀ ନାଗୁଣୀ କାହାକୁ କ୍ଷତି ନ କରି ସେହି ସ୍ଥାନରୁ ଗାୟବ ହୋଇଗଲା । ଦୁଇ ଜଣ ଏହାକୁ ଭଗବାନଙ୍କ ବରଦାନ ବୋଲି ଚିନ୍ତା କରି ସେହି ଶିଶୁ କନ୍ୟାର ପାଳନ ପୋଷଣ କରିବାକୁ ଲାଗିଲେ । ସମୟ ସହିତ ସେହି ଶିଶୁ କନ୍ୟା ବଡ ହେବା ପରେ ମାତ୍ର ୨୧ ବର୍ଷ ବୟସରେ UPSCର ପରୀକ୍ଷା ପାସ କରି IAS ଅଫିସର ହୋଇଗଲା ।
ସେ ନିଜ କ୍ଷେତ୍ରରେ ଭଲ କାମ କରିବା କାରଣରୁ ସମସ୍ତେ ତାଙ୍କୁ ସମ୍ମାନ ଦେଉ ଥିଲେ । ଜ୍ୟୋତି ଦିନେ ସେହି ଝିଅକୁ ଟିଭିରେ ଦେଖିଲେ ଓ ସେହି ଝିଅର ଗାଲରେ ଥିବା କଳାଜାଇକୁ ଦେଖି ଜାଣି ପାରିଲେ କି ସେ ଆଉ କାହାର ଝିଅ ନୁହନ୍ତି ଅଥବା ତାଙ୍କର ଝିଅ ଅଟେ । ସେ ସେହି ଶ୍ୟାମପୁର ଗାଁକୁ ଯାଇ ସେହି ଝିଅ ଓ ତାହାର ମାତା ପିତା ସହ ଦେଖା କରି ସବୁ କାଥା କହିଲେ ।
ଜ୍ୟୋତି ଓ ତାର ସ୍ଵାମୀ ଚାହୁଁ ଥିଲେ କି ସେହି ଝିଅ ତାଙ୍କ ସହିତ ଚାଲି ଆସୁ । କିନ୍ତୁ ସେହି ଝିଅ ଏଥିପାଇଁ ରାଜି ହେଲା ନାହିଁ । ଜ୍ୟୋତି ଓ ତାହାର ସ୍ଵାମୀ ନିରାଶ ହୋଇ ଘରକୁ ଫେରି ଆସି ନିଜର ଶାଶୁ ଓ ଶଶୁରକୁ ସବୁ କଥା କହିଲେ ।
ଶେଷରେ ସମସ୍ତେ ବହୁତ ଦୁଃଖିତ ହେଲେ । କହିଦେଉଛୁ କି ସେହି ଝିଅକୁ ଗଙ୍ଗା ନଦୀରେ ପ୍ରବାହ କରିବା ପରେ ଜ୍ୟୋତିକୁ ଆଉ ସନ୍ତାନ ହୋଇ ନାହିଁ । ଏହିଭଳି ଭାବରେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ଗୋଟିଏ ଝିଅର ଜୀବନ ବଞ୍ଚାଇଲେ ।