5ଟି Tulashi ପତ୍ର ଏହି ଜାଗାରେ ରଖି ଦିଅନ୍ତୁ, ଟଙ୍କାର ଅଭାବ ରହିବ ନାହିଁ- Ajira Anuchinta

ଘରେ ପ୍ରାୟତଃ ସବୁବେଳେ କିଛି ନା କିଛି ଛୋଟ ବଡ ସମସ୍ୟା ଚାଲିଥାଏ । ଏମିତିରେ ଲୋକମାନେ ଏହାକୁ ନେଇ ବହୁତ ସବୁବେଳେ ଚିନ୍ତିତ ରହିଥାନ୍ତି । କିନ୍ତୁ ଏହିଭଳି କିଛି ଛୋଟ ଛୋଟ ଉପାୟ ଅଛି ଯାହାକୁ କରିବା ଦ୍ଵାରା ଘରେ ସର୍ବଦା ସୁଖ ଶାନ୍ତି ରହିଥାଏ ଓ ସବୁବେଳେ ବ୍ୟକ୍ତି ମନରେ ଶାନ୍ତି ରହିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏହିଭଳି କ୍କିହୀ ସହଜ ଓ ସରଲ ବାଟୁଆ ଉପାୟ କହିବୁ । ଯାହାକୁ କରିବା ମାତ୍ରେ ହିଁ ଆପଣଙ୍କ ଘରେ ଶାନ୍ତିର ବାତାବରଣ ରହିବ ।

୧ – ନାଲି କପଡାରେ ୫ ଟି ତୁଲସୀ ପତ୍ର ବାନ୍ଧି ଦେଇ ଦୋକାନରେ ଯେଉଁ ଟଙ୍କା ରଖୁଛନ୍ତି ସେହି ସ୍ଥାନରେ ଏହି ନାଲି କପଡାକୁ ରଖି ଦିଅନ୍ତୁ । ସକାଳେ ଦୋକାନ ଖୋଲିବା ମାତ୍ରେ ହିଁ ତୁଲସୀ ପତ୍ର ବାନ୍ଧି ହୋଇଥିବା ନାଲି କପଡାକୁ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଓ ଦୋକାନ ବନ୍ଦ କରିବା ସମୟରେ ଏହାକୁ ନେଇ ଘରକୁ ଚାଲି ଯାଆନ୍ତୁ । ଏହିଭଳି କରିବା ଦ୍ଵାରା ନିଶ୍ଚିତ ରୂପରେ ଆପଣଙ୍କର ଆମଦାନୀ ବଢିବ ।

୨ – ଗୋଟିଏ ପାଣି ଭର୍ତ୍ତି କଳସରେ ସେଥିରେ ୫ ଟି ତୁଲସୀ ପତ୍ର ଦେଇ ରଖି ଦିଅନ୍ତୁ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଘରକୁ ସଫା କରିବେ ଓ ଏହା ପରେ ଘରର ଦ୍ଵାରକୁ ଧୋଇ ଦିଅନ୍ତୁ ଓ ଦ୍ଵାର ମୁହଁରେ ସେହି କଳସକୁ ରଖିଥିବେ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ସକରାତ୍ମକତା ରହିବ ।

୩ – କୌଣସି ବି ଗୁରୁବାର ଦିନ ବ୍ରହ୍ମ ମୁହୂର୍ତରେ ଉଠିବେ ଅର୍ଥାତ ସକାଳ ୪ରେ ଉଠି ନିଜର ସମସ୍ତ ନିତ୍ୟକର୍ମ ଶେଷ କରି ସ୍ନାନ କରି ନିଅନ୍ତୁ । ଏହା ପରେ ସୂତା ବସ୍ତ୍ର ପରିଧାନ କରିବେ । ଏହା ପରେ ସୂତା ଆସନରେ ବସି ପୂର୍ବକୁ ମୁହଁ କରି ଗୋଟିଏ ସୂତାରେ ଗୋଟିଏ ଲେମ୍ବୁ ଓ ୭ ଟି କଞ୍ଚାଲଙ୍କା ଗୋଟିଏ ଛୁଞ୍ଚି ସାହାର୍ଯ୍ୟରେ ଗୁନ୍ଥିବେ । ଏହା ପରେ ସେଥିରେ ସିନ୍ଦୁର, କୁମକୁମ ଲଗାଇ ନିଜର ଯିଏ ଆରଧ୍ୟା ଦେବତାଙ୍କୁ ସ୍ମରଣ କରି ଆପଣ ଘର କବାଟ କିମ୍ବା ଦ୍ଵାର ମୁହଁରେ ଏହି ଲେମ୍ବୁ ଓ କଞ୍ଚାଲଙ୍କାଙ୍କୁ ଝୁଲାଇ ଦିଅନ୍ତୁ ।

ଏହିଭଳି କରିବା ଦ୍ଵାରା ସେହି ମାଲାରେ ପବନ ବାଜି ଘରେ ପଶିବା ଦ୍ଵାରା ଆପଣଙ୍କ ଘରକୁ ଭଲ ବାତାବରଣର ପ୍ରବେଶ ହେଲା । ଅର୍ଥାତ ଶୁଭ ଜିନିଷ ସବୁ ପ୍ରବେଶ କରିବ । ସୁଖ ଶାନ୍ତି ମିଳିବା ସହ ଘରର ସମସ୍ତ ସଦସ୍ୟଙ୍କ ମଙ୍ଗଲ ହେବ । ଚାକିରିରେ ଉନ୍ନତି ଆସିବ । ଯଦି ଘରର କୌଣସି ଝିଅର ବାହାଘର ଠିକ ହେଉ ନାହିଁ ତେବେ ବାହାଘର ଠିକ ହୋଇଯିବ । ଏହା ସହିତ ପରିବାରର ସମସ୍ତ ସଦସ୍ୟନାକ ମଧ୍ୟରେ ମୈତ୍ରୀଭାବ ବଢିବ । କିନ୍ତୁ ଯେଉଁ ଗୁରୁବାର ଦିନ ଏହି କାର୍ଯ୍ୟ କରିବେ ସେହି ଦିନ ସ୍ଵାମୀ ସ୍ତ୍ରୀ ଅଲଗା ଶଯ୍ୟାରେ ଶୋଇବେ । ଏହା ଦ୍ଵାରା ଘରର ମଙ୍ଗଲ ହେବ ।

Leave a Reply

Your email address will not be published. Required fields are marked *