ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତଙ୍କ ଦ୍ଵାରା ଲିଖିତ ମାଳିକା ବାଣୀର ସତ୍ୟତା ବିଷୟରେ ସମସ୍ତ ମାନବ ଜାତିଙ୍କୁ ଅଳ୍ପ ବହୁତ ଜଣା ଅଛି । ଆଜି ଆପଣମାନେ ୨୦୨୧ ଠାରୁ ୨୦୨୫ ପର୍ଯ୍ୟନ୍ତ ମସିହା ବିଷୟରେ ଜାଣିପାରିବେ । ଅଙ୍କ ଅନୁସାରେ ଆପଣ ଏହି ସମସ୍ତ ତଥ୍ୟ ଜାଣିବାକୁ ପାଇବେ । ଯେପରି ୨୦୨୧ ମସିହାରେ ଲିଖିତ କୃଷି ଭିତ୍ତିକ ବାଣୀ ସତ୍ୟତା ପ୍ରକାଶ ଏହି କଳିଯୁଗରେ ପାଇଥିଲା । ଅର୍ଥାତ ମାଳିକାରେ ଉଲ୍ଲିଖିତ ଥିଲା । କୃଶକ ମାନଙ୍କ ଉପରେ ୨୦୨୦ ମସିହାରେ ସଙ୍କଟ ପଡିବ ।
ସତରେ ଦିଲ୍ଲୀରେ କୃଶକ ଆନ୍ଦୋଳନ ହୋଇଥିଲା । ମାଳିକାରେ ୨୦୨୧ ମସିହାରେ ଭୂମିକମ୍ପ ହେବ ବୋଲି କୁହାଯାଇଥିଲା । ସତରେ ସେହି ମସିହାରେ ବହୁ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ସହିତ ବିଶାଳ ଭାବେ ଭୂମିକମ୍ପ ହୋଇ କୋଠା ବାଡି ଭାଙ୍ଗିବାର ଦେଖା ଯାଇଛି । ମହାପୁରୁଷ ଅଚ୍ୟୁତଙ୍କ ଲେଖା ଅନୁସାରେ ୨୦୨୨ ମସିହାରେ ଦୀପ ଲିଭିଯିବ । ଚାରି ଆଡେ ଖଣ୍ଡା ଧରି ଗନ୍ଦା ଗଣ୍ଡା ଗଣ୍ଡା ଲୋକ ବୁଲିବେ ।
ସତରେ ମଧ୍ୟ ଏହି କଳିଯୁଗରେ ସେଇଆ ଘଟିବାର ଦେଖାଯାଉଛି । ଦୀପ ଲିଭିବା ଅର୍ଥାତ ଜ୍ଞାନ ରୂପକ ଅନ୍ଧକାର ଲୋକମାନଙ୍କ ପାଖରେ ଅତ୍ୟଧିକ ମାତ୍ରାରେ ଦେଖାଯିବ । ଲୋକମାନେ ନିଜର ହିତାହିତ ଜ୍ଞାନକୁ ଭୁଲି ଅନ୍ୟ ସହିତ ହିଂସାବାଦ କରିବେ । ଜଣେ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତି ଉପରେ ଛୋଟ ଛୋଟ କଥାରେ ରାଗି ତା ସହିତ ମାଡପିଟ କରିବ ।
ହିଂସ୍ର ରୂପକ ପଶୁ ଭଳି କିଛି ମନୁଷ୍ୟ ହୋଇଯିବେ । ୨୩ ଅଙ୍କରେ ଅର୍ଥାତ ୨୦୨୩ ମସିହାରେ ଜଳବହୁଳ ଭଳି ସମସ୍ଯା ଏହି ଧରାପୃଷ୍ଟ ରେ ଦେଖିବାକୁ ମିଳିବ । ଏହାର ଅର୍ଥ ବହୁତ ଜାଗାରେ ଜଳ ଭରା ହୋଇଯିବ । ଲୋକମାନଙ୍କ ଘରେ ଘରେ ପାଣି ପଶି ଯିବାରୁ ଲୋକମାନେ ହନ୍ତସନ୍ତ ହୋଇବେ । ପାଣି ବହୁଳ ମାତ୍ରାରେ ବଢି ଗାଁ, ଘରେ ପଶିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବେ ।
୨୪ ଅଙ୍କ ଅର୍ଥାତ ମାଳିକା ଲେଖା ଅନୁସାରେ ୨୦୨୪ ମସିହାରେ ଗୁପ୍ତ ମାରେଣୀ ରୋଗ ବୃଦ୍ଧି ପାଇବ । ଯେପରି କୋରୋନା ଭଳି ମାରାତ୍ମକ ରୋଗର ବିସ୍ତାର ଫଳରେ ଅନେକ ଧନ ଜୀବନ ହାନୀ ହୋଇଥିଲା । ସେହିପରି ୨୦୨୪ ମସିହାରେ ମଧ୍ୟ ଏପରି ଏକ ରୋଗ ହେବ । ଯେଉଁ ରୋଗର ସଠିକ କାରଣ ଓ ନିରାକରଣ ଜାଣିବା କଷ୍ଟସାଧ୍ୟ ହୋଇଯିବ । ମାଳିକାରେ ଉଲିଖିତ ଥିବା ସମସ୍ତ କଥାବସ୍ତୁ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ଲେଖା ହୋଇନାହିଁ ।
ଏହା କେବଳ ଲୋକମାନଙ୍କୁ ଆଗରୁ ସଚେତନ କରିଦେଉଛି । ଯେପରି ଲୋକମାନେ ବେଳ ଥାଉ ଥାଉ ନିଜକୁ ସୁଧାରୀ ପାରିବେ । ନିଜର ଖରାପ କର୍ମରୁ ନିବୃତ୍ତ ହୋଇ ଭଲ କାର୍ଯ୍ୟ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ଲୀନ କରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ