ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ମାର୍କେଟ ରେ ବିଭିନ୍ନ ପ୍ରକାରର ମୂଷା ମରା ଔଷଧ ବହୁତ୍ ସହଜରେ ମିଳି ଯାଉଛି । କିନ୍ତୁ ଏହା ସୁରକ୍ଷିତ ହୋଇନଥାଏ । ଖାସ୍ କରି ତାଙ୍କ ପାଇଁ ଯେଉଁମାନଙ୍କର ଘରେ ଛୋଟ ପିଲା ଥାନ୍ତି । ମୂଷା ମରା ଔଷଧ ଆମେ ବ୍ୟବହାର ତା କରୁ କିନ୍ତୁ ଏହା ଡର ଲାଗି ରହିଥାଏ ଯେ ଏହାକୁ ଛୋଟ ପିଲାମାନେ ଖାଇ ନ ଦିଅନ୍ତୁ ।
ଏଥି ସହିତ ବହୁତ ଲୋକେ ମୂଷାକୁ ମାରିବାକୁ ଚାହାଁନ୍ତି ନାହିଁ, ତାଙ୍କ ନଜର ରେ ଏହା ଭଲ କଥା ହୋଇନଥାଏ । ମୂଷା ଭଗବାନ ଗଣେଶଙ୍କର ବାହନ ହୋଇଥାନ୍ତି, ତେଣୁ ଅନେକ ଶ୍ରଦ୍ଧାଳୁ ମୂଷା ମାରିବାକୁ ପସନ୍ଦ କରିନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ମୂଷାଙ୍କୁ ନ ମାରି ତାଙ୍କୁ ଘରୁ ବାହାର କରା ଯାଇପାରିବ । ଏହି ଉପାୟ ଅତ୍ୟନ୍ତ ଶସ୍ତା ଏବଂ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।
ତେବେ ଆପଣ ମାନେ ତ ଜାଣନ୍ତି ଯେ,ମୂଷାମାନେ ବହୁତ୍ କ୍ଷତି କରିଥାନ୍ତି ଦାମି ଜିନିଷ,ପୋଷାକ, ଘରୋଇ ଉପକରଣ, ଟଙ୍କା କିମ୍ବା ଅତି ଆବଶ୍ୟକ କାଗଜ ପତ୍ର ମଧ୍ୟ ତାଙ୍କ ଦାନ୍ତରେ କାଟି ଚୁନା କରି ଦେଇଥାନ୍ତି । ଯାହାଦ୍ୱାରା ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ଆମର ବଡ଼ ଧରଣର କ୍ଷତି ହୋଇଥାଏ । ତେବେ ଯଦି ଆପଣମାନେ ଚାହୁଁଛନ୍ତି ମୂଷାମାନେ ଆପଣଙ୍କ ଘରୁ ପଳାନ୍ତୁ ଏବଂ ପୁନର୍ବାର ନ ଆସନ୍ତୁ, ତେବେ ଆଜିର ଏହି ଟ୍ରିକ ଯାହା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ, ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ
ତେବେ ଏହି ଉପାୟ ଟିକୁ କରିବାକୁ ହେଲେ ଆମକୁ ପ୍ରଥମେ ଦରକାର ତମ୍ବାଖୁ ବା ଗୁଟକା,ଏହା ଆପଣଙ୍କୁ ସହଜରେ ପାନ ଦୋକାନରେ ମିଳିଯିବ । ଏହା ଖୋଲା ମଧ୍ୟ ମିଲିଥିଏ ଏହାକୁ ଅନେକ ଲୋକେ ଜରଦା ମଧ୍ୟ କହିଥାନ୍ତି । ଏହାକୁ ଅନେକ ଲୋକ ସେବନ କରିଥାନ୍ତି କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନୀ କାରକ ଅଟେ କିନ୍ତୁ ଏହା ମୂଷା ଙ୍କୁ ଭଗେଇବା ପାଇଁ ବହୁତ ଭଲ କାମ ଦେଇଥାଏ । ତାମ୍ବାଖୁ ରେ ଅନେକ ଗୁଡ଼ିଏ ନିଶା ଦ୍ରବ୍ୟ ମିଳିଥାଏ, ଯାହା ମୂଷା ମାନଙ୍କୁ ବେହୋଶ ବା ଚେତା ଶୂନ୍ୟ କରିବାରେ କାର୍ଯ୍ୟକାରୀ ହୋଇଥାଏ, ଯାହା ଫଳରେ ମୂଷା ମାନେ ଅଣ ନିଶ୍ଵାସ ହୋଇ ଘରୁ ବାହାରକୁ ପଳେଇ ଥାନ୍ତି ।
ତେବେ ସର୍ବ ପ୍ରଥମେ ଏହି ତମ୍ୱାଖୁର ଗୋଟିଏ ଛୋଟ ପ୍ୟାକେଟ ନିଅନ୍ତୁ, ତାକୁ ଏକ ପାତ୍ର ରେ ରଖନ୍ତୁ । ଏବେ ଏହା ମଧ୍ୟରେ ଦୁଇ ଚାମଚ୍ ଶୁଦ୍ଧ ଦେଶୀ ଗାଈ ଘିଅ ମିଶାଇ ଦିଅନ୍ତୁ । ଦେଶୀ ଗାଈ ଘିଅ ର ବାସ୍ନା ମୂଷା ମାନଙ୍କୁ ବହୁତ୍ ଭଲ ଲାଗିଥାଏ, କାରଣ ମୂଷା ମାନେ ତମ୍ୱାଖୁ କୁ ସିଧା ସଳଖ ଖାଇ ନଥାନ୍ତି, ଦେଶୀ ଘିଅର ବାସ୍ନା ହେବା ଦ୍ଵାରା ମୂଷାମାନେ ଏହାକୁ ଖାଇବେ । ଏହାପରେ ଆପଣମାନେ ୨ ଚାମଚ୍ ବେସନ ନିଅନ୍ତୁ ଏବଂ ସେହି ମିଶ୍ରଣରେ ମିଶାଇ ଦିଅନ୍ତୁ, ଆପଣମାନେ ଚାହିଁଲେ ଅଟା ମଧ୍ୟ ନେଇ ପାରିବେ କିନ୍ତୁ ଅଟା ବହୁତ୍ ଶୀଘ୍ର ଟାଣ ହୋଇଯାଇ ଥାଏ,କିନ୍ତୁ ବେସନ ଟାଣ ହୋଇନଥାଏ ।
ଯାହା ଫଳରେ ମୂଷା ମାନଙ୍କୁ ଏହା ଖାଇବାରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ଏବେ ଆପଣମାନେ ଏଥିରେ ଟିକେ ଟିକେ ପାଣି ମିଶାନ୍ତୁ ଏବଂ ଏହାକୁ ଭଲ ଭାବେ ମିଶ୍ରିତ କରନ୍ତୁ, ଆମେ ଯେଉଁଭଳି ଅଟା ଚକଟି ଥାଉ ଠିକ୍ ସେହିପରି ଏହି ମିଶ୍ରଣକୁ ଚକଟି ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ଏହି ମିଶ୍ରଣ କଠିନ ବା ଟାଣ ନା ହୁଏ, ଏହା ଟାଣ ହୋଇଗଲେ ମୂଷା ମାନେ ଏହାକୁ ଠିକ୍ ଭାବରେ ଖାଇବେ ନାହିଁ । ଏବେ ଆପଣମାନେ ଆଉଥରେ ଅଧା ଚାମଚ୍ ଘିଅ ନେଇ ଏହି ମିଶ୍ରଣର ଉପରେ ଭଲ ଭାବେ ଲଗାଇ ଦିଅନ୍ତୁ, ଏହା ଫଳରେ ଏହି ମିଶ୍ରଣରେ ବାସ୍ନା ବେଶି ହୋଇଥାଏ ।
ଏବେ ଏହି ମିଶ୍ରଣକୁ ଭଲ ଭାବେ ଚକଟି ଅଟା ଗୋଲା କରିବା ଭଳି ଛୋଟ ଛୋଟ ଗୋଲା କରନ୍ତୁ । ବଡ଼ ମୂଷା ଥିଲେ ବଡ଼ ଗୋଲା ଏବଂ ଚୁଟିଆ ମୂଷା ଥିଲେ ଛୋଟ ଗୋଲା କରନ୍ତୁ । ଏହା ଉପରେ ପୁନର୍ବାର ଘିଅ ଲଗାନ୍ତୁ । ଆପଣ ଚାହିଁଲେ ଖାଇବା ତେଲ ଲଗାଇ ପାରିବେ କିନ୍ତୁ ଘିଅ ମୂଷା ମାନଙ୍କୁ ଭଲ ଲାଗିଥାଏ ।
ଏହାପରେ ଯେଉଁ ଜାଗାରେ ମୂଷା ମାନେ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି ସେହି ଜାଗା ଗୁଡିକରେ ଏହି ଗୋଲା ଗୁଡ଼ିକୁ ରଖିଦିଆନ୍ତୁ, ନିଜର ରୋଷେଇ ଘରେ ମଧ୍ୟ ଏହି ଗୋଲା ଗୁଡ଼ିକୁ ରଖି ଦିଅନ୍ତୁ ଏବଂ ଆପଣଙ୍କ ଘରେ ଥିବା ସମସ୍ତ ପାଣି ବ୍ୟବହାର କରୁଥିବା ଜାଗା ଗୁଡ଼ିକୁ ଶୁଖାଇ ଦିଅନ୍ତୁ ଏବଂ ବାଲ୍ଟି ରେ ରଖିଥିବା ପାଣି ଗୁଡ଼ିକୁ ଘୋଡାଇ ଦିଅନ୍ତୁ । ଏହି ମିଶ୍ରଣ ଖାଇବା ପରେ ମୂଷା ମାନଙ୍କୁ ନିଶା ହୋଇଯାଇଥାଏ । ସେମାନେ ଏହି ସମୟରେ ପାଣି ଖୋଜିଥାନ୍ତି ଏବଂ ଅଣ ନିଶ୍ଵାସ ହୋଇ ଘରୁ ବାହାରକୁ ପଳାଇ ଥାନ୍ତି ଏବଂ ପୁନର୍ବାର ଆସିବାକୁ ଡରିଥାନ୍ତି ।