ନମସ୍କାର ବନ୍ଧୁଗଣ ତେବେ ଜାଣିବା ୨୦୨୨ ମସିହା ର ନଭେମ୍ବର ୮ ତାରିଖ ର ମଙ୍ଗଳ ବାର ଅର୍ଥାତ୍ କାର୍ତ୍ତିକ୍ ପୁର୍ଣ୍ଣିମା ଦିନ ବର୍ଷା ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଏକ ଲମ୍ବା ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ ଓଡିଶା ସହ ଭାରତ ର ସମ୍ପୁର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ଯ ମାନ ହେବ । ଆଉ ଏହି ଚନ୍ଦ୍ର ଗ୍ରହଣ ମଧ୍ୟ ଅନ୍ୟ ଦେଶ ରେ ଦୃଶ୍ଯ ମାନ ହେବାକୁ ଯାଉଛି ।
ଅନ୍ୟ ଦେଶ ର ନାମ ହେଉଛି ଆମେରିକା ରୁଷ ଅଷ୍ଟେଲିଆ ଚିନ୍ ଆଫଗାନିଷ୍ଟାନ୍ ପାକିସ୍ତାନ ଦେଶର ରେ ଦେଖା ଯିବ । ଚନ୍ଦ୍ର ଗ୍ରହଣ ଅସନ୍ତା ମଙ୍ଗଳ ବାର ୮ ତାରିଖ ୨୦୨୨ ରେ ଅର୍ଥାତ କାର୍ତ୍ତିକ ପୁର୍ଣ୍ଣିମା ରେ ଲାଗିବାକୁ ଯାଉଛି । ତେବେ ଆଜି ଜାଣିବା ଆମେ ଚନ୍ଦ୍ର ଗ୍ରହଣ ର ସମୟ ସୀମା, ଗ୍ରାସ୍ ସମୟ, ପାକ ନିଷେଧ, ଗର୍ଭବତୀ ମହିଳା କଣ କରିବେ ଆଉ କରିବେ ନାହିଁ, ଶୁଭ ଓ ଅଶୁଭ ରାଶି ଫଳ, ଶୁଭ ଓ ଅଶୁଭ କାର୍ଯ୍ୟ ସୁଚି । ଏହି ଚନ୍ଦ୍ର ଗ୍ରହଣ କେଉଁ ରାଶି ମାନଙ୍କ ପାଇଁ ଭଲ ରହିବ ।
ତେବେ ଏହି ଚନ୍ଦ୍ର ଗ୍ରହଣ ର ପାକ ନିଷେଧ ବା ହାଣ୍ଡି ଛାଡ଼ ର ସମୟ ହେଉଛି ୮ ନଭେମ୍ବର ରାତ୍ରି ୫:୩୯ ମିନିଟ ରୁ ଆରମ୍ଭ ହୋଇ ମଙ୍ଗଳବାର ସନ୍ଧ୍ୟା ୬ ଟା ରୁ ୧୮ ମିନିଟ ପର୍ଯ୍ୟନ୍ତ ରହିବ । ଚନ୍ଦ୍ର ଗ୍ରହଣ ର ଲାଗିବା ସମୟ ସୀମା ହେଉଛି ୮ ନଭେମ୍ବର ମଙ୍ଗଳବାର ଅପରାହ୍ନ ୨:୩୮ ମିନିଟ ୧୪ ସେକେଣ୍ଡ ରୁ ଆରମ୍ଭ ହୋଇ ମଧ୍ୟ କାଳ ୪:୨୮ ମିନିଟ ୧୭ ସେକେଣ୍ଡ ରେ ଶେଷ ହେବ ଏବଂ ସନ୍ଧ୍ୟା ୬ ଟା ୧୮ ମିନିଟ ୪୭ ସେକେଣ୍ଡ ରେ ଗ୍ରହଣ ଶେଷ ହୋଇ ମୁକ୍ଷ୍ ପ୍ରାପ୍ତି ହେବ ।
ଏହି ଚନ୍ଦ୍ର ଗ୍ରହଣ ୩ ଘଣ୍ଟା ୩୭ ମିନିଟ ୩୬ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗ୍ରହଣ ସନ୍ଦ୍ୟା ୫ ଟା ୧୦ ମିନିଟ ରୁ ଆରମ୍ଭ ହେବ ସନ୍ଧ୍ୟା ୬ ଟା ୧୮ ମିନିଟ ପର୍ଯ୍ୟନ୍ତ ଦୃଶ୍ଯ ହେବ । ଏହିଚନ୍ଦ୍ର ଗ୍ରହଣ ଓଡିଶା ରେ ୧ ଘଣ୍ଟା ୮ ମିନିଟ ୩୬ ସେକେଣ୍ଡ ରହିବ । ଏହି ସମୟ ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହା ଅଶୁଭ ସମୟ ଅଟେ । ତେଣୁ ସେମାନଙ୍କୁ ଏହି ସମୟ ରେ ବିଶେଷ ସାବଧାନ ରହିବା ସହିତ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ବାରଣ ରହିଛି । ଏହି ସମୟ ରେ କିଛି କଟା କାଟି କରନ୍ତୁ ନାହିଁ କିଛି ସିଲେଇ କରନ୍ତୁ ନାହିଁ । ନଚେତ ଏହାର ପ୍ରଭାବ ଶିଶୁ ଉପରେ ପଡିବ ।
ତେବେ ଚନ୍ଦ୍ର ଗ୍ରହଣ ସମୟ ରେ ଖାଦ୍ୟ ପ୍ରସ୍ତୁତି ଅଶୁଭ ମନା ଯାଇ ଥାଏ । ଏହି ସମୟ ରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଗ୍ରହଣ କଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇ ଥାଏ । ଏହି ପରାଗ ସମୟ୍ ରେ ଶୁଖିଲା ଖାଦ୍ୟ ଖାଇବା ଉଚିତ । ଏହି ଚନ୍ଦ୍ର ଗ୍ରହଣସମୟ ରେ କୌଣସି ଶୁଭ କାମ କରନ୍ତୁ ନାହିଁ । ଚନ୍ଦ୍ର ଗ୍ରହଣ ସମୟ ରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ । ଏହି ସମୟ ରେ ଠାକୁର ଘର କୁ ବନ୍ଦ କରି ରଖିବା ଉଚିତ । ଏହି ଚନ୍ଦ୍ର ଗ୍ରହଣ ସମୟ ରେ ଅନ୍ନ ଦାନ କରିବା ବହୁତ ଶୁଭ ମନା ଯାଇ ଥାଏ । ଚନ୍ଦ୍ର ଗ୍ରହଣ ସରିବା ପରେ ସ୍ନାନ୍ କରିବା ଉଚିତ ତାହା ସହ ନିଜ ଘରେ ଓ ଠାକୁର ଘରେ ଗଙ୍ଗା ଜଳ ପକାଇବା ଉଚିତ ।
ତେବେ ବନ୍ଧୁ ଗଣ ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣ ରେ କେଉଁ ରାଶି ମାନଙ୍କ ଶୁଭ ରହିଛି ଏବଂ କେଉଁ ରାଶି ମାନଙ୍କ ପାଇଁ ଅଶୁଭ ରହିଛି । ଶୁଭ ରାଶି ମାନଙ୍କ ର ନାଁ ହେଉଛି- ମିଥୁନ ରାଶି, କର୍କଟ ରାଶି,ବିଛା ରାଶି,କୁମ୍ଭ ରାଶି । ତେବେ ସିଂହ ରାଶି,ତୁଳା ରାଶି,ଧନୁ ରାଶି,ମୀନ ରାଶି ସାମାନ୍ୟ ରହିବ । ତେବେ ଆଉ ଅଶୁଭ ରାଶି ହେଉଛି – ମେଷ ରାଶି,କନ୍ୟା ରାଶି,ବୃଷ ରାଶି ଏବଂ ମକର ରାଶି ।