୨୩ ଏପ୍ରିଲ ( ଅକ୍ଷୟ ତୃତୀୟା ) ଘରକୁ ଆଣନ୍ତୁ ଏହି ଜିନିଷ ଧନ ବୃଦ୍ଧି ହେବ…

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କହିଥାନ୍ତି । ଏହି ତିଥିଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ କୌଣସି ବି କାମର ଆରମ୍ଭ ପାଇଁ ଶ୍ରେଷ୍ଠ ହୋଇଥାଏ । ଏହି ଦିନ ଚାଷୀ ମାନେ କ୍ଷେତରେ ପୂଜା ପାଠ କରି ଭୋଗ ଲଗାଇ ହାତରେ ଶସ୍ଯ ମୁଠା ଧରି ବୁଣିଥାଏ ।

ଏହି ଦିନ ଚାଷୀ ମାନଙ୍କ ଘରେ ଖିରୀ, ପୁରୀ ର ପରକୁ ଆନନ୍ଦର ସହ ପାଳନ କରିଥାନ୍ତି । ଚଳିତ ବର୍ଷ 23 ଏପ୍ରିଲରେ ପଡୁଛି ଅକ୍ଷୟ ତୃତୀୟା । ମାନ୍ୟତା ଅଛି ଶ୍ରୀହଋ ବିଶୁଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କ ଜନ୍ମ ହୋଇଥିଲା । ଆଜି ଆମେ ଆପଣଙ୍କୁ କହିବୁ ଅକ୍ଷୟ ତୃତୀୟା ଘରକୁ କେଉଁ ଜିନିଷ ଆଣିଲେ ଧନର ବୃଦ୍ଧି ହୋଇଥାଏ ।

1- ମା ଲକ୍ଷ୍ମୀଙ୍କର ଚରଣ ପାଦୁକା : ଅକ୍ଷୟ ତୃତୀୟା ଦିନ ସୁନା ବା ରୂପାର ମ ଲକ୍ଷ୍ମୀଙ୍କର ଚରଣ ପାଦୁକା ର ବିଧି ରହିଛି । ତେଣୁ ଏହି ଦିନ ଆପଣ ମାନେ ବି ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଅବଶ୍ୟ ଆଣନ୍ତୁ ।

2- କଉଡି : ମା ଲକ୍ଷ୍ମୀ ଙ୍କର କଉଡି ଅତ୍ୟନ୍ତ ପ୍ରିୟ ହୋଇଥାଏ । ଅକ୍ଷୟ ତୃତୀୟା ଭଳି ଶୁଭ ଦିନରେ ଘରକୁ କଉଡି ଆଣି ହଳଦୀ ଓ କେସରରେ ବୁଡାଇ ପୂଜା ଏସଟି ହନରେ ରଖିବା ସହ ପୂଜା ଅବଶ୍ୟ କରନ୍ତୁ ।

3- ନଡିଆ : ମା ଲକ୍ଷ୍ମୀଙ୍କର ଙ୍କ ପାଇବା ପାଇଁ ଏକ ଆଖିଆ ନଡିଆ ଅତ୍ୟନ୍ତ ସହାୟକ ହୋଇଥାଏ । ଅକ୍ଷୟ ତୃତୀୟା ଦିନରେ ନଡିଆ କୁ ପୂଜା ଘରେ ସ୍ଥାପନ କରି ବିଧି ବିଧନରେ ନିୟମିତ ପୂଜା କରନ୍ତୁ ।

4- ମା ଲକ୍ଷ୍ମୀଙ୍କର ପ୍ରତିମା : ଅକ୍ଷୟ ତୃତୀୟା ଭଳି ଶୁଭ ଦିନରେ ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫୋଟୋ ଘରକୁ ନିଶ୍ଚୟ ଆଣନ୍ତୁ । ଏହାକୁ ବିଧି ବିଧାନ ଭାବେ ପୂଜା କରନ୍ତୁ ।

5- ଧାତୁ ନିର୍ମିତ କଇଁଛ : ବିଭିନ୍ନ ବାହନ ମଧ୍ୟରୁ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ କଇଁଛ । ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ କରିବା ପାଇଁ ଅକ୍ଷୟ ତୃତୀୟାରେ ଧାତୁ ନିର୍ମିତ କଇଁଛ ଅବଶ୍ୟ ଆଣନ୍ତୁ ।

6- ଶ୍ରୀଯନ୍ତ୍ର : ଧନ ଯୋଗର ବୃଦ୍ଧି ପାଇଁ ଏହି ଥର ଅକ୍ଷୟ ତୃତୀୟାରେ ଶ୍ରୀଯନ୍ତ୍ର ଘରକୁ ଅବଶ୍ୟ ଆଣନ୍ତୁ । ଏହାକୁ ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ ।

7- ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା : ଅକ୍ଷୟ ତୃତୀୟା ଭଳି ଶୁଭ ଅବସରରେ ଘରକୁ ଲକ୍ଷ୍ମୀ ନାରାୟଣ ଙ୍କ ମୂର୍ତ୍ତି ବା ଫୋଟୋ ବା ପ୍ରତିମା ଅବଶ୍ୟ ଆଣନ୍ତୁ । ଏହାକୁ ଘରେ ସ୍ଥାପନ କରି ନିୟମିତ ପୂଜା କରନ୍ତୁ ।

8- ଦକ୍ଷିଣାବର୍ତ୍ତୀ ଶଙ୍ଖ : ଏହି ଦକ୍ଷିଣାବର୍ତ୍ତୀ ଶଙ୍ଖ ଅତ୍ୟନ୍ତ ଧନଦାୟକ ବୋଲି ମାନ୍ୟତା ରହିଛି । ଅକ୍ଷୟ ତୃତୀୟାରେ ଏହାକୁ ଆଣି ଘରେ ସ୍ଥାପନ କରି ଏହାର ପୂଜା କରିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *