ଆମ ରାଶି ଚକ୍ରରେ ୧୨ ଟି ରାଶି ରହିଥାଏ ତେବେ ସେହି ରାଶି ଗୁଡିକ ମଧ୍ୟ ରୁ ଆଜି ଆମେ ଜାଣିବା ମେଷ ରାଶିର ସମ୍ପର୍କରେ । ଏହି ମେଷ ରାଶିର ଜାତକଙ୍କ ପାଇଁ ଜୁଲାଇ ମାସ ଟି କିପରି ରହିବ ସେହି ସମ୍ପର୍କରେ ଜାଣିବା। ଏହି ମାସର ପ୍ରତେକ ଦିନ ଆପଣଙ୍କ ପାଇଁ ମହତ୍ୱ ପୂର୍ଣ ସାବ୍ୟସ୍ତ ହେବ। ତେଣୁ କୌଣସି ଗୋଟିଏ ଦିନ କୁ ମଧ୍ୟ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ । ଏହି ମାସରେ ତିନୋଟି ଗ୍ରହ ର ରାଶି ପରିଵର୍ତନ ହେବ। ଶୁକ୍ର, ମଙ୍ଗଳ ଓ ସୂର୍ଯ୍ୟ ଏହି ତିନୋଟି ଗ୍ରହ ହିଁ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବେ ।
ତେବେ ମଙ୍ଗଳ ଗ୍ରହ ହେଉଛନ୍ତି ଏହି ରାଶିର ସ୍ୱାମୀ। ତେଣୁ ତାଙ୍କର ରାଶି ପରିବର୍ତ୍ତନ ଅନେକ ପ୍ରଭାବ ପକାଇବ ମେଷ ରାଶିର ଜାତକଙ୍କ ଉପରେ । ପୂର୍ବ ରୁ ଭାଇ ଭାଇ ଭିତରେ କ୍ଳେଶ,, କିମ୍ବା କୌଣସି ମାନସିକ ଚାପ, ବା ସ୍ୱାସ୍ଥ୍ୟ କୁ ନେଇ କୌଣସି ଅସୁବିଧା ଦେଖା ଦେଇଥିବ ।
ତେବେ ଭାଗ୍ୟସ୍ଥାନ ରେ ମଙ୍ଗଳ ଆସିବା ରୁ ଆପଣଙ୍କୁ ଏହି ମାସରେ ଭାଗ୍ୟଶାଳୀ ରାଶି କହିଲେ ଭୁଲ ହେବ ନାହିଁ । ଏହି ସମୟରେ ଆପଣ ବହୁତ ସ୍ୱାଭିମାନି ହେବେ। ନିଜର ଆତ୍ମବିଶ୍ବାସ ଓ ଦୃଢ଼ବିଶ୍ବାସ ବୃଦ୍ଧି କରିବେ । କାହାକୁ ଆପଣ ସାହାର୍ଯ୍ୟ କରିବେ ନାହିଁ । ସତ୍ୟଭାଷୀ ହେବେ।
ନ୍ୟାୟ ଓ ଧର୍ମ ରେ ଆପଣ ନିଜର କାର୍ଯ୍ୟ କରିବେ । ପଦୋନ୍ନତି ର ଯୋଗ ମଧ୍ୟ ଅଛି । ପରିବାରରେ ସୁଖ ଶାନ୍ତି ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଅନେକ ଶୁଭ ସମୟ ଅଟେ । ସୂର୍ଯ୍ୟ ଓ ବୁଧ ଙ୍କର ଦୁତି ମଧ୍ୟ ବନୁଅଛି। ଯାହା ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହେବ। ସରକାରୀ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ର ହିଁ ଲାଭ ହେବ।
ଆପଣଙ୍କର କୌଣସି ଫଳାଫଳ ଯଦି ବାହାରିବା ର ଥାଏ ତେବେ ଏହା ସକାରତ୍ମକ ଆସିବ। ଯଦି ଆପଣ କୌଣସି ନୂତନ ଚାକିରୀ ପାଇଁ ଚେଷ୍ଟା କରିଥିଲେ ସଫଳ ହେବେ। ମାନ ସମାନ ବୃଦ୍ଧି ହେବ। ପ୍ରେମ ସମ୍ପର୍କ ପାଇଁ ମଧ୍ୟ ବହୁତ ଭଲ ସମୟ ଅଟେ । ଅଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ସୂର୍ଯ୍ୟ ୧୧ ତମ ଆସୁଛନ୍ତି ତେଣୁ ଆପଣ କୁସଙ୍ଗ ବା ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଶୁକ୍ରଙ୍କର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଖାସ ଅଟେ । ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହେବ। ନିଜର ଜୀବନସାଥୀଙ୍କ ଠାରୁ କିଛି ଶୁଭ ଖବର ମିଳିପାରେ । ଅବିବାହିତ ମାନଙ୍କ ପାଇଁ ଭଲ ଜୀବନସାଥୀ ମିଳିବ।ନୂଆ ମିତ୍ର କରିପାରନ୍ତି ।
ତର୍କ ବିତର୍କ ରେ ଆପଣଙ୍କୁ କେହି ବି ହରାଇ ପାରିବେ ନାହିଁ । ଏହି ମାସ ରେ ଆପଣ ନିଜକୁ ଅନେକ ସମୟ ଦେବେ । କଲା କ୍ଷେତ୍ରରେ ଆପଣଙ୍କୁ ଆର୍ଥିକ ଲାଭ ହେବା ର ଯୋଗ ଅଛି। କୌଣସି ନୂଆ ଯାନ ଆପଣ କିଣିପାରନ୍ତି। ଆପଣଙ୍କ ମନ ପ୍ରସନ୍ନ ରହିବ।