20 ଏପ୍ରିଲ ସୂର୍ଯ୍ୟ ପରାଗ ରେ 8ଟି ରାଶିର ବଦଳିବ ଭାଗ୍ୟ, 4ଟି ରାଶିର ହେବ ଭୟଙ୍କର କ୍ଷତି…. ଦେଖନ୍ତୁ ଆପଣଙ୍କ ରାଶିର କଣ ଅଛି

ବନ୍ଧୁଗଣ ଚଳିତ ବର୍ଷ ଏପ୍ରିଲ 20 ତାରିଖ ଅର୍ଥାତ ରୁକ୍ମଣୀ ଅମାବାସ୍ୟାରେ ବର୍ଷ 2023 ର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟକୁ ଅଶୁଭ ସମୟ କୁହାଯାଏ । କାରଣ ଏହି ସମୟରେ ସୂର୍ଯ୍ୟ ଠାରୁ ବାହାରୁଥିବା ରଶ୍ମୀ ସିଧା ସଳଖ ପୃଥିବୀ ପ୍ରୁଷ୍ଠରେ ପଡିପାରେ ନାହି । ଏହି ସମୟରେ ନେଗେଟିଭ ଶକ୍ତି ଜାଗୃତ ହୋଇଥାନ୍ତି ।

ଏହି ସମୟରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଆଜି ଆମେ ଜାଣିବା ସୂର୍ଯ୍ୟପରାଗର ଗ୍ରାସ ସମୟ, ସମୟ ସୀମା, ହାଣ୍ଡିଛାଡର ସମୟ, ଶୁଭ ଅଶୁଭ ରାଶି ଏବଂ ଗର୍ଭବତୀ ମହିଳା ଏହି ସମୟରେ କଣ କରିବେ କଣ ନାହି । ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଓ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଏ । ଏହି ସମୟକୁ ସୁତକ ସମୟ କୁହାଯାଏ ।

ଏହି ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଇଛି । କାରଣ ଗ୍ରହଣ ଲାଗିବା ସମୟରେ ଖାଦ୍ୟ ପେଟରେ ନ ରହିବା ଭଲ । ଏହି ସୂର୍ଯ୍ୟପରାଗ ଲାଗିବାର ସମୟ 20 ଏପ୍ରିଲ ସକାଳ 7:04 ରୁ ଦିନ 12:29 ମିନିଟରେ ସମାପ୍ତ ହେବ । ଏହି ପରାଗ ମହାକାଶରେ ପ୍ରାୟ 5 ଘଣ୍ଟା 25 ମିନିଟ ଯାଏଁ ଲାଗିବ । ଏହି ପରାଗ ଅଷ୍ଟ୍ରେଲିୟା, ଦକ୍ଷିଣ ଆଫ୍ରିକା, ଆଣ୍ଟଲାଟିକ ସମେତ ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୃଶ୍ୟମାନ ହେବ ।

ଏହା ଓଡିଶାରେ ପାଳନ ହେବ ନାହି । ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ସତର୍କ ରହିବାକୁ ହେବ । ସୂର୍ଯ୍ୟପରାଗ ଦେଖିବା ମନା ଗର୍ଭବତୀ ମହିଳାଙ୍କୁ । ପରାଗ କାରଣରୁ ଗ୍ରହ ଓ ନକ୍ଷତ୍ରରେ ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ ଆଉ କିଛି ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, ମୀନ ରାଶି । ଅନ୍ୟ ରଶିଙ୍କ ଉପରେ ପରାଗର ଯଥେଷ୍ଟ ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ଭଗବାନଙ୍କ ନାମ ଜପ କରନ୍ତୁ । ପରାଗ ଲାଗିଥିବା ସମୟରେ ଖାଦ୍ଯ ତିଆରି କରିବା ଅଶୁଭ ହୋଇଥାଏ । ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ଯ ଅଶୁଦ୍ଧ ହୋଇଥାଏ ।

ରନ୍ଧା ହୋଇଥିବା ଖାଦ୍ଯ ଖାଇଲେ ଶରୀରରେ କୁ-ପ୍ରଭାବ ପକାଇଥାଏ । ଅତି ଆବଶ୍ୟକ ପଡିଲେ ଖାଦ୍ଯରେ ତୁଳସୀ ପତ୍ର ପକାଇ ସେବନ କରିପାରିବେ । ଏହି ସମୟରେ ଶୁଭ କାର୍ଯ୍ୟ କରିବା ବା ଆଲୋଚନା କରିବା ଅନୁଚିତ । ଏହି ସମୟରେ ଦେବୀ ଦେବତାଙ୍କ ପୂଜା ନିଷେଧ ଅଟେ । ଏହି ସମୟରେ ଠାକୁର ଘରକୁ ସଂପୂର୍ଣ୍ଣ ବନ୍ଦ କରି ରଖନ୍ତୁ । ଏହି ସମୟରେ ଅର୍ଣ୍ଣ ଦାନ କରିଲେ କିଛି ରୋଗ ହୁଏ ନାହି । ପରାଗ ଶେଷ ହେବା ପରେ ସ୍ନାନ କରି ବସ୍ତ୍ର ଧୋଇ ଗଙ୍ଗାଜଳ ଘରେ ସିଞ୍ଚନ କରିବା ଉଚିତ ।

Leave a Reply

Your email address will not be published. Required fields are marked *