ବନ୍ଧୁଗଣ ଘରେ ବା ରୋଷେଇ ଘରେ ଅସରପା ଦେଖା ଯିବା ତ ଏକ ସଧାରଣ କଥା ଅଟେ । କିନ୍ତୁ ଏମାନେ ଘରେ ଥିବା ସହ ଅନେକ ରୋଗ ମଧ୍ୟ ପ୍ରସାରିତ କରିଥାନ୍ତି । ତେଣୁ ଅନେକ ଲୋକ ମାନେ ଏହାକୁ ନେଇ ଅନେକ ଚିନ୍ତା ରେ ମଧ୍ୟ ରହିଥାନ୍ତି । ଅନେକ ଲୋକ ମାନେ ନିଜ ଘରୁ ଅସରପା କୁ କଡିବା ପାଇଁ କେତେ କଣ ଉପାୟ ମାନ ମଧ୍ୟ କରିଥାନ୍ତି, କିନ୍ତୁ ଅସରପା ଦାଉ ରୁ ରକ୍ଷା ପାଇ ପାରି ନଥାନ୍ତି ।
କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପାୟ ଟିକୁ ନେଇ କରି ଆସିଛୁ, ତାହା ସାହାର୍ଯ୍ୟ ରେ ଆପଣ ଅସରପା ଦାଉ ରୁ ଅତି ସହଜ ରେ ରକ୍ଷା ପାଇ ପାରିବେ । ଏପରିକି ଏହି ଉପାୟ ଟିକୁ କରିବା ପରେ ଆପଣ 5 ବର୍ଷ ପର୍ଯ୍ୟନ୍ତ ଘରେ ଅସରପା ଦେଖିବାକୁ ପାଇବେ ନାହିଁ ।
ବନ୍ଧୁଗାଁ ଆଜିର ଏହି ଉପାୟ ଟିକୁ କରିବା ପାଇଁ ଆପଣ ସର୍ବ ପ୍ରଥମେ ଚାରି ଚାମଚ ଗହମ ଅଟା ବା ମଇଦା ଆରାରୁଟ ପାଉଡର ରୁ ଏକ ତାଟିଆ ରେ ନେଇ ନିଅନ୍ତୁ । ବର୍ତ୍ତମାନ ଆପଣ ଏଥିରେ ଏକ ଚାମଚ ଚିନୀ ମିଶାଇ ଦିଅନ୍ତୁ । ତୃତୀୟ ସାମଗ୍ରୀ ରୂପରେ ଆପଣ ଏଥିରେ ବୋରିକ ଏସିଡ ରୁ 3 ଚାମଚ ନେଇ ମିଶାଇ ଦିଅନ୍ତୁ ।
ଏହି ବୋରୀକ ଏସିଡ ରେ କୌଣସି ପ୍ରକାରର କିଛି ବିଷାକ୍ତ ଜିନିଷ ରହି ନଥାଏ, ତେଣୁ ଆପଣ ଏହାର ବ୍ୟବହାର ନିର୍ଭୟତାର ସହ କରି ପାରିବେ । ଆପଣ ବର୍ତମାନ ଏହି ସମସ୍ତ ସାମଗ୍ରୀ କୁ ଏକତ୍ର କରି କିଛି ପାଣି ର ସହାୟତା ରେ ଭଲ ଭାବରେ ଗୋଳାଇ ନିଅନ୍ତୁ । ଏହା ପରେ ହାତ ର ସାହାର୍ଯ୍ୟ ରେ ଏଥିରୁ ଛୋଟ ଛୋଟ ଲଡୁ ବନାଇ ନିଅନ୍ତୁ ।
ବର୍ତ୍ତମାନ ଆପଣଙ୍କ ଘରେ ଯେଉଁ ଯେଉଁ ସ୍ଥାନରେ ଅସରପା ଦେଖିବାକୁ ମିଳନ୍ତି ସେହି ସ୍ଥାନରେ ଏହି ଅଟା ରେ ପ୍ରସ୍ତୁତ ଲଡୁ ନେଇ ରଖି ଦିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ଘରେ ଥିବା ସମସ୍ତ ଅସରପା ଘରୁ ପଳାଇ ଯିବେ। ତାହାଛଡା ବନ୍ଧୁଗଣ ଆପଣ ଆଉ ଏକ ଉପାୟ ମଧ୍ୟ କରି ପାରିବେ ।
ଏହି ଉପାୟ ଟିକୁ କରିବା ପାଇଁ ଆପଣ ଙ୍କର କିଛି ତେଜ ପତ୍ର ର ଆବଶ୍ୟକ ପଡିବ । ଆପଣ କିଛି ତେଜପତ୍ର କୁ ନେଇ ନିଜ ହାତ ରେ ଗୁଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଏହି ଗୁଣ୍ଡ କୁ ଅସରପା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ ।
ଏହାର ବାସ୍ନା ରୁ ଘରୁ ଅସରପା ପଳାଇବେ । କିନ୍ତୁ ଆପଣଙ୍କୁ ଏହି ତେଜ ପତ୍ର କୁ ସମୟ ସମୟ ରେ ବଦଳିବାକୁ ପଡିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ