ବାଛନ୍ତୁ କୌଣସି ଗୋଟିଏ ପଙ୍ଖ ଓ ଜାଣନ୍ତୁ ନିଜର ଭବିଷ୍ୟତ ( Personality Test )

ମଣିଷ ସର୍ବଦା ନିଜର ଭବିଷ୍ୟତ ବିଷୟରେ ଜାଣିବା ଇଛୁକ ରହିଥାଏ । ତେବେ ଭବିଷ୍ୟତ ବିଷୟରେ ତ କେହି ବି କହିପାରିବେ ନାହିଁ । କିନ୍ତୁ ନିଜର ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ଦ୍ୱାରା ଭବିଷ୍ୟତ ର ଅନୁମାନ ଲଗାଯାଇ ପାରେ । ତେବେ ଆଜି ଆମେ ଏକ ଚୟନ ପ୍ରକ୍ରିୟା ଦ୍ୱାରା ନିଜର ଭବିଷ୍ୟତ ସମ୍ଭନ୍ଧ ରେ ଜାଣିବା । ତେବେ ଆଜି ଆମେ ଆପଣଙ୍କୁ କିଛି ପଙ୍ଖ କହିବୁ ଏହା ମଧ୍ୟରୁ ଆପଣ କୌଣସି ଏକ ପଙ୍ଖ କୁ ଚୟନ କରିବେ ।

ଏହା ପରେ ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟ ରେ କହିବୁ । ୫ ଟି ପଙ୍ଖ ଚୟନ ପାଇଁ ଦିଆଯିବ। ତନ୍ମଧ୍ୟରୁ ଆପଣ ଗୋଟିଏ ପଙ୍ଖ ର ଚୟନ କରିବେ ଓ ଜାଣନ୍ତୁ ନିଜର ରହସ୍ୟ , ବ୍ୟକ୍ତିତ୍ୱ ଓ ଦୁର୍ବଳତା ବିଷୟରେ । ତେବେ ୧, ୨, ୩, ୪, ୫ ଏହି ୫ ଟି ସଂଖ୍ୟା ମଧ୍ୟ ରୁ କୌଣସି ଗୋଟିଏ ସଂଖ୍ୟା ର ପଙ୍ଖ ଚୟନ କରନ୍ତୁ ।

ଯଦି ଆପଣ ୧ ନମ୍ବର ପଙ୍ଖ ବାଚିଛନ୍ତି ତେବେ ଆପଣ ବହୁତ ଦୟାଳୁ ସ୍ଵଭାଵ ର ହୋଇଥାନ୍ତି । ଆପଣ ନିଜର ବିଷୟରେ ନ ଚିନ୍ତା କରି ସର୍ବଦା ଅନ୍ୟମାନଙ୍କ ସମ୍ପର୍କରେ ଚିନ୍ତା କରିଥାନ୍ତି। ତେବେ ଆପଣ ନିଜର ଆବଶ୍ୟକତା ଠାରୁ ବେଶୀ ଧ୍ୟାନ ଅନ୍ୟମାନଙ୍କ ଆବଶ୍ୟକତା ରେ ଦେଇଥାନ୍ତି। ଅନେକ ଲୋକ ଆପଣଙ୍କର ଏହି ନିଃସ୍ୱାର୍ଥପର ଗୁଣ କୁ ଭୁଲ ମଧ୍ୟ ବୁଝିଥାନ୍ତି ।

ଅନେକ ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ମଧ୍ୟ ଆପଣଙ୍କ ବ୍ୟବହାର କରିଥାନ୍ତି। ନମ୍ବର ୨ ପଙ୍ଖ ବାଛିଥିବା ବ୍ୟକ୍ତି ମାନେ ଅନେକ ମୈତ୍ରୀ ସ୍ୱଭାବର ହୋଇଥାନ୍ତି । ଏମାନେ ଯାହାକୁ ବି ବନ୍ଧୁ କରିଥାନ୍ତି ଏମାନେ ଚାହିଁଥାନ୍ତି କି ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଏମାନଙ୍କ ପ୍ରତି ରହିବ। ଯାହାକି ଅସମ୍ଭବ ଅଟେ । ତେଣୁ ଏମାନେ ପ୍ରାୟତଃ କାହା ସହ ଅଧିକ ମିଶନ୍ତି ନାହିଁ ।

ଅନେକ ଲୋକ ଏଥିପାଇଁ ଏମାନଙ୍କୁ ଗର୍ବୀ ସ୍ଵଭାଵ ର ମଧ୍ୟ ଭାବିଥାନ୍ତି। ୩ ନମ୍ବର ପଙ୍ଖ ବାଛିଥିବା ବ୍ୟକ୍ତି ମାନେ ବହୁତ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି। ଏମାନେ କେବେବି କୌଣସି ଜିନିଷ ପାଇଁ କାହା ଉପରେ ନିର୍ଭର କରି ନ ଥାନ୍ତି। ଏମାନେ ସବୁ କାର୍ଯ୍ୟ ନିଜର ବଳ ଓ ନିଜର ବୁଦ୍ଧି ପ୍ରୟୋଗ କରି କରିବାକୁ ପସନ୍ଦ କରି ଥାନ୍ତି ।

ତେବେ ଏହି ଗୁଣ ପାଇଁ ଏହି ଲୋକମାନେ ବହୁତ ଉନ୍ନତି କରିଥାନ୍ତି । କାହା ଠାରୁ କୌଣସି ଆଶା ଏମାନେ ରଖି ନ ଥାନ୍ତି। ୪ ନମ୍ବର ପଙ୍ଖ ବାଛିଥିବା ବ୍ୟକ୍ତି ମାନେ ଅନେକ ସରଳ ବିଶ୍ୱାସୀ । ଏମାନଙ୍କର ବ୍ୟକ୍ତିତ୍ୱ ଅନେକ ଲୋକଙ୍କୁ ଏମାନଙ୍କ ଆଡ଼କୁ ଆକର୍ଷିତ କରିଥାଏ ।

ଏମାନେ ଅନେକ ସମୟରେ ଠକାମୀ ରେ ମଧ୍ୟ ପଡ଼ିଥାନ୍ତି । ୫ ନମ୍ବର ପଙ୍ଖ ବାଛିଥିବା ବ୍ୟକ୍ତି ମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଏମାନେ ପ୍ରତେକ କାର୍ଯ୍ୟ କୁ ଅତ୍ୟଧିକ ଭାଵନାତ୍ମକ ଭାବେ କରିଥାନ୍ତି । ଯାହା ଦ୍ୱାରା ଏମାନେ ଅନେକ ସ୍ଥାନ ରେ ଅସଫଳ ମଧ୍ୟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *