କ୍ୟାଲସିୟମ ଆମ ଶରୀରରେ ମିନେରାଲ୍ସ ଭଳି କମ କରିଥାଏ ଯାହା ଆମ ଶରୀରର ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । କ୍ୟାଲସିୟମ ଆମ ଶରୀରରେ ପୋଷାକତତ୍ତ୍ଵ ବୃଦ୍ଧି କରିବାରେ ସାହାଜ୍ୟ କରିଥାଏ । ଆଜି ଆମେ ଆପଣ ମାନଙ୍କୁ କ୍ୟାଲସିୟମ ଶରୀରରେ ଅଭାବ ହେଲେ କଣ ସବୁ ଲକ୍ଷଣ ଦେଖାଯାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଯଦି ଆମ ଶରୀରରେ କ୍ୟାଲସିୟମର କମି ଦେଖାଯାଏ ତେବେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଦେଖାଯାଏ । ଏହା ଛଡା ବ୍ଲଡ଼ପ୍ରେସର ରେ ମଧ୍ୟ ପ୍ରଭାବ ଦେଖାଯାଏ । ଯେବେ ରକ୍ତର ସଂଚାଳନ ଠିକ ଭାବେ ନ ହୁଏ ତେବେ ହୃଦୟ ରୋଗ ହେବାର ଆଶଙ୍କା ରହିଥାଏ । କ୍ୟାଲସିୟମ ଅଭାବରୁ ଶରୀରର ହାଡ ସମୟ ପୂର୍ବରୁ ଭାଙ୍ଗିଯାଏ ବା ଦୁର୍ବଳ ହୋଇଯାଏ । ଏହା ଛଡା ଯଦି ବ୍ୟକ୍ତିର ଶରୀରରେ କ୍ୟାଲସିୟମ କମି ଅଧିକ ରହିଥାଏ ତେବେ ଇମ୍ୟୁନିଟି ପାୱାର କମ ହୋଇଯାଏ । ଯାହା ଦ୍ଵାରା ଅନେକ ରୋଗ ଦେଖାଯାଏ ।
୨- କ୍ୟାଲସିୟମ କମି ହେବାର କାରଣ କଣ : ଯଦି ଆପଣ ଭିଟାମିନ ଜାତୀୟ ଖାଦ୍ଯ ଖାଉ ନ ଥିବେ ତେବେ କ୍ୟାଲସିୟମ କମି ଦେଖାଯାଏ । ଏହା ସହ ଯଦି ଶରୀରରେ ଭିଟାମିନ-ଡି ର କମି ଦେଖାଯାଏ ତେବେ କ୍ୟାଲସିୟମ କମି ହୋଇଥାଏ । ଯଦି ଦୈନିକ ଚାହା ବା କଫିର ସେବନ କରାଯାଏ ତେବେ ଏହା ଏକ କାରଣ ହୋଇଥାଏ । ଏହା ଛଡା ମିଠା ଜାତୀୟ ଖାଦ୍ୟ ଖାଇଲେ କ୍ୟାଲସିୟମ କମି ହୋଇଥାଏ ।
୩- କ୍ୟାଲସିୟମ କମି ହେଲେ ଲକ୍ଷଣ କଣ : ଶରୀରରେ କ୍ୟାଲସିୟମ କମି ହେଲେ ଅଳସୁଆ ଲାଗିବା ସହ ହାଡ ଦୁର୍ବଳ ହୋଇଯାଏ । ଶରୀରରେ ଏନର୍ଜି ନ ଆସିବା ଓ କାମରେ ମନ ନ ଲାଗିବା ଅନ୍ୟ ଏକ ଲକ୍ଷଣ ହୋଇଥାଏ । ଏହା ଛଡା ଚେହେରାରେ ଇନଫେକସେନ ହେବା ବା ନଖ ଭାଙ୍ଗିବା ଇତ୍ୟାଦି ଲକ୍ଷଣ ହୋଇଥାଏ । ଏହା ଛଡା ଦାନ୍ତ ଜନିତ ଅନେକ ସମସ୍ୟା ଦେଖାଯାଏ । ଏହା ଛଡା କେଶ ମଧ୍ୟ ଝଡିଥାଏ ।
୪- କ୍ୟାଲସିୟମ କମି ଦୂର କରିବାର ଉପାୟ : କ୍ୟାଲସିୟମ କମି ଦୂର କରିବା ପାଇଁ ଅଦା ପାଣିର ସେବନ କାରନ୍ତୁ । ଏହା ଛଡା ଦୈନିକ ରାଶି ସେବନ କାରନ୍ତୁ । ଏହା ଦ୍ଵାରା ବାଦାମ ସହ କ୍ଷୀର ସେବନ କରିବେ ତେବେ କ୍ୟାଲସିୟମ କମି ଦୁର ହୋଇଥାଏ । ଏହା ଛଡା ପାଣିରେ ଗୋଟେ ଚାମଚ ଜୀରା ପକାଇ ସେବନ କରିଲେ କ୍ୟାଲସିୟମ କମି ଦୂର ହୋଇଥାଏ ।
ଏହାଛଡା ଭିଟାମିନ-ଡି ଯୁକ୍ତ ଖାଦ୍ଯ ଯେମିତି କ୍ଷୀର, ପନିର, ମାଛ, ଅଣ୍ଡା ଇତ୍ୟାଦି ସେବନ କରନ୍ତୁ । ଏହା ଛଡା ଗହମ, ବାଜରା, ମୁଗ, ରାଜମା, ସୋୟାବିନ ଖାଇବା ଉଚିତ । ଏହା ଛଡା ସବୁଜ ପନିପରିବା ଯେମିତିକି ଗାଜର, ପାଳଙ୍ଗ ଶାଗ, ବିଟ, ବିଲାତି, କୋବି, କାକୁଡି ଇତ୍ୟାଦି । ଏହା ଛଡା ଫଳ ମଧ୍ୟରେ ଅମୃତଭଣ୍ଡା, କମଳା, ଲିଚି, ସପୁରି ଇତ୍ୟାଦି । ଏହି ସବୁ ଖାଦ୍ଯର ସେବନ ଦ୍ଵାରା କ୍ୟାଲସିୟମ କମି ଦୂର ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।