କିଛି ବ୍ୟକ୍ତି ଘରୁ ବାହାରିବା ସମୟରେ ଏତେ ବ୍ୟସ୍ତ ବିବ୍ରତରେ ରହିଥାନ୍ତି ଯେ ଏମିତି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ପୁରା ପରିବାରକୁ ଏହାର ପରିଣାମ ଭୋଗିବାକୁ ପଡିଥାଏ । ଘର ସାଜସଜା କରିବା ସମୟରେ ବାସ୍ତୁ ପ୍ରତି ଧ୍ଯନା ରଖିବା ଜରୁରୀ ହୋଇଥାଏ । ବାସ୍ତୁ ଟିପ୍ସ ଅନୁସାରେ ରୋଷେଇ ଘର, ବେଡ ରୁମ ଓ ଲିଭିଙ୍ଗ ରୁମ ଓ ଘର ମୁଖ୍ୟ ଦ୍ଵାର ମଣିଷ ଜୀବନରେ ଖରାପ ଓ ଭଲ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କେଉଁ ଜିନିଷ ଅଛି ଯାହା ଘରେ ରଖିବା ଠିକ ନୁହେ ଯାହା ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।
୧- କଣ୍ଟା ଜାତୀୟ ବୃକ୍ଷ : ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ହେଉ ବା ଘର ବାହାରେ ହେଉ କଣ୍ଟା ଜାତୀୟ ଗଛ ସାଜସଜା ରେ ଲଗାଇବା ଉଚିତ ନୁହେ । ଏହା ଦ୍ଵାରା ଘରେ ଅସାନ୍ତି ହେବା ସହ ଧନ ହାନି ହୋଇଥାଏ । ଏହା ଛଡା ଯେଉଁ ଗଛରେ କ୍ଷୀର ବାହାରୁ ଥିବ ସେହି ଗଛ ମଧ୍ୟ ଘରେ ରଖିବା ଉଚିତ ନୁହେ ।
୨- ଭଙ୍ଗା ଜିନିଷ : ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଭଙ୍ଗା ଜିନିଷ ବା ଅଦରକାରୀ ଜିନିଷ ରଖିବା ଉଚିତ ନୁହେ । ଏହା ଦ୍ଵାରା ଘରେ ନାକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ ।
୩- ବନ୍ଦ ଥିବା ଘଣ୍ଟା : ଯଦି ଆପଣଙ୍କ ଘରେ ଭଙ୍ଗା ଘଣ୍ଟା ବା ବନ୍ଦ ହୋଇଥିବା ଘଣ୍ଟା ରହିଥାଏ ତେବେ ତାକୁ ତୁରନ୍ତ ପୋଫାଡି ଦିଅନ୍ତୁ । ନଚେତ ଘରେ ଅସାନ୍ତି ସୃଷ୍ଟି ହୋଇଥାଏ ।
୪- ଚିରି ଯାଇଥିବା କପଡା : ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଫଟା ବା ପୁରୁଣା କପଡା ଥିଲେ ଏହାକାଉ ତୁରନ୍ତ ଘରୁ ଫୋଫାଡି ଦିଅନ୍ତୁ । ନଚେତ କୌଣସି ଅସହାୟ ଲୋକଙ୍କୁ ଦାନ କରି ଦିଅନ୍ତୁ । ଏହା ଦ୍ଵାରା ଘରେ ଖରାପ ଶକ୍ତିର ବାସ ହୋଇଥାଏ ।
୫- ବୁଢିଆଣୀ ଜାଲ : ଯଦି ଘରେ ବା ଦୋକାନରେ ବୁଢିଆଣୀ ଜାଲ ରହିଥାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଘର କ୍ଷତି ହେବା ସହ ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତି ହୋଇ ନ ଥାଏ । ତେଣୁ ତୁରନ୍ତ ଏହାକୁ ବାହାର କରନ୍ତୁ ।
୬- ହିଂସ୍ର ଫୋଟୋ : ଯଦି ଘରେ କୌଣସି ନଉକା ବା ଦୁଖଦ ଘଟଣା ଥିବା ଫୋଟୋ ବା କୌଣସି ହିଂସ୍ର ପଶୁର ଫୋଟୋ ଥାଏ ତେବେ ଏହାକୁ ତୁରନ୍ତ ବାହାର କରନ୍ତୁ । କାରଣ ଏହା ଦ୍ଵାରା ଘରେ ମନମାଳିନ୍ୟ ସୃଷ୍ଟି ହୋଇଥାଏ ।
୭- ତୁଟି ଯାଇଥିବା ମୂର୍ତ୍ତି : ଯଦି ଘରେ ଦେବୀଦେବତାଙ୍କ କୌଣସି ଭଙ୍ଗା ଫୋଟୋ ବା ମୂର୍ତ୍ତି ରହିଛି ତେବେ ଏହାକୁ ତୁରନ୍ତ ନଦୀରେ ଭସାଇ ଦିଅନ୍ତୁ । ଗୋଟେ ଦେବୀଦେବତାଙ୍କର ୩ଟି ଫୋଟୋ ରଖିବା ବାସ୍ତୁ ଦୋଷ ହୋଇଥାଏ ।
ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ବାସ୍ତୁ ଟିପ୍ସ ଟି ଭଲ ଲାଗିଥିବ ଯାହା ଆପଣ ମାନଙ୍କୁ ସହାୟତା ହେବ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।